୨୦୧୭ରେ, ମୁଁ ମହାରାଷ୍ଟ୍ରର ଜଣେ ଚାଷୀଙ୍କୁ ମଣ୍ଡିରେ ନିଜ ଫସଲ ବିକ୍ରି କରିବା ବାବଦକୁ ମିଳିଥିବା ବିଲ୍‌ର ଏକ ଫଟୋ ଦେଖିଲି । ଏଥିରେ ଏକ ସୁଧଖୋର ଗଣନାକୁ ତାଲିକାଭୁକ୍ତ କରାଯାଇଥିଲା ଯାହା ପ୍ରକୃତରେ ତାଙ୍କୁ ଲାଭ ପାଇବା ବଦଳରେ ନିଜ ଫସଲ ପାଇଁ ଅଧିକ ଖର୍ଚ୍ଚ କରିବାକୁ ହୋଇଥିଲା । ମୋ ପାଇଁ ଏହା ଏକ ଅବିଶ୍ୱସନୀୟ କାହାଣୀ ଥିଲା, ଏବଂ ପରେ ମୋତେ ଏମିତି ଆହୁରି ବି ଉଦାହରଣ ମିଳିଲା ।

ଏହା ଭାରତରେ ଏକ ବୃହତ କୃଷି ସଙ୍କଟର ଏକ ଅଂଶ, ଏବଂ ଏହାକୁ ବ୍ୟାପକ ଭାବରେ ଆଲୋଚନା କରିବା ଏକାନ୍ତ ଆବଶ୍ୟକ। ମୋର ବିଶ୍ୱାସ ଯେ ମୋର ଚଳଚ୍ଚିତ୍ର ମଣ୍ଡି ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ କିଛି ଯୋଗ କରିପାରିବ।

ମୁଁ କିଛି ଦିନ ହେଲା ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍‌ ଇଣ୍ଡିଆ ଏବଂ ପି ସାଇନାଥଙ୍କ କାର୍ଯ୍ୟକୁ ଅନୁସରଣ କରୁଛି। ବାସ୍ତବରେ, ଏହା ମଣ୍ଡି ପାଇଁ ଆମର ଅଧିକାଂଶ ଅନୁସନ୍ଧାନର ଆଧାର ହୋଇପାରିଛି। ମୁଁ ପରୀ ସହ କାମ କରୁଥିବା ସାମ୍ବାଦିକଙ୍କ ଦ୍ୱାରା ଗ୍ରାମୀଣ ଭାରତର କାହାଣୀକୁ ରିପୋର୍ଟିଂ କରିବା, ପତ୍ତା ଲଗାଇବା ଏବଂ ବିଶ୍ୱ ଦରବାରରେ ପହଞ୍ଚାଇବା ଦିଗରେ କରାଯାଉଥିବା ପ୍ରୟାସର ବହୁତ ବଡ଼ ପ୍ରଶଂସକ। ମୋର ଚଳଚ୍ଚିତ୍ର ପାଇଁ ପରୀରେ ସଂଗ୍ରହିତ ହେବା ଏକ ଗର୍ବର ବିଷୟ।

ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ମଣ୍ଡି ଦେଖନ୍ତୁ

ଏହି ୧୦ ମିନିଟ୍‌ର ଚଳଚ୍ଚିତ୍ରରେ, ମହାରାଷ୍ଟ୍ରର ଜଣେ ଚାଷୀ ଦାନାଜୀ ଏବଂ ତାଙ୍କର ଆଠ ବର୍ଷର ପୁଅ ଗନ୍ୟା, ମଣ୍ଡି(ବଜାର)ରେ ପିଆଜ ବିକ୍ରି କରିବାକୁ ସହରକୁ ଯାଉଛନ୍ତି। ଥରେ ସେଠାରେ, ଏହି ଚାଷୀ ଦାମ୍ ଉପରେ ଯୁଦ୍ଧରେ ଦଳି ହୋଇଯାଏ।

ଏହି ଫିଲ୍ମ ମୁମ୍ବାଇ ଏକାଡେମୀ ଅଫ୍‌ ମୁଭିଂ ଇମେଜ୍‌(ମାମି) ଫେଷ୍ଟିଭାଲ୍‌, ୨୦୧୭ରେ ରୌପ୍ୟ ଜିତିଥିଲା, ନ୍ୟୁୟର୍କ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌, ୨୦୧୮ରେ ସର୍ବୋତ୍ତମ ଚଳଚ୍ଚିତ୍ର ବିଭାଗରେ ମନୋନୀତ ହୋଇଥିଲା, ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ସିନ୍‌ସିନାଟି, ୨୦୧୮ରେ ବେଷ୍ଟ ସ୍କ୍ରିନ୍‌ ପ୍ଲେ ପୁରସ୍କାର ଜିତିଥିଲା, ଅନ୍ୟ ଫେଷ୍ଟିଭାଲ୍‌ ଗୁଡ଼ିକ ମଧ୍ୟରେ, ମୁମ୍ବାଇ ଇଣ୍ଟରନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌, ୨୦୧୮, ଦି ସିଲ୍କ ସ୍କ୍ରିନ୍‌ ଏସିଆନ୍‌ ଆମେରିକାନ୍‌ ଫିଲ୍ମ ଫେଷ୍ଟିଭାଲ୍‌, ୨୦୧୮, ଦି ଚିଟାଗଙ୍ଗ ସର୍ଟ ଫିଲ୍ମ ଫେଷ୍ଟିଭାଲ୍‌, ୨୦୧୯ ଏବଂ ଦି ଚେନ୍ନାଇ ଇଣ୍ଟରନ୍ୟାସ୍‌ନାଲ୍‌ ସର୍ଟ ଫିଲ୍ମ ଫେଷ୍ଟିଭାଲ୍‌, ୨୦୧୯ରେ ପ୍ରଦର୍ଶିତ ହୋଇଥିଲା ।

PHOTO • Yashowardhan Mishra
PHOTO • Yashowardhan Mishra

ରଚନା ଏବଂ ନିର୍ଦ୍ଦେଶନା ଯଶୋବର୍ଦ୍ଧନ ମିଶ୍ର

ଅଭିନୟ: ଦାନାଜୀ ଭୂମିକାରେ କୈଳାସ ୱାଗ୍‌ମାରେ
ଭାଉ ସାହେବ ଭୂମିକାରେ ଶ୍ରୀକାନ୍ତ ଯାଦବ
ଗନ୍ୟା ଭୂମିକାରେ ନିହାଲ ଯୋଶୀ
ଦାନାଜୀଙ୍କ ସ୍ତ୍ରୀ ଭୂମିକାରେ ମୀନାକ୍ଷୀ ରାଠୋଡ଼

ସିନେମାଟୋଗ୍ରାଫି: ମୟଙ୍କ ଖୁରାନା ଏବଂ କୁଞ୍ଜ ଗୁଟ୍‌କା

ସମ୍ପାଦନା: ରୋହନ କପୁର

ମଣ୍ଡି, କୁନାଲ କାମ୍‌ରାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ୨୦୧୯, ଜୁନ୍‌ ୧୯ ତାରିଖରେ ମୁକ୍ତିଲାଭ କରିଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

Yashowardhan Mishra

ଯଶୋବର୍ଦ୍ଧନ ମିଶ୍ର ଜଣେ ମୁମ୍ବାଇ ଭିତ୍ତିକ ସ୍ୱାଧୀନ ଫିଲ୍ମ ନିର୍ମାତା ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Yashowardhan Mishra
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE