୨୦୧୭ରେ, ମୁଁ ମହାରାଷ୍ଟ୍ରର ଜଣେ ଚାଷୀଙ୍କୁ ମଣ୍ଡିରେ ନିଜ ଫସଲ ବିକ୍ରି କରିବା ବାବଦକୁ ମିଳିଥିବା ବିଲ୍ର ଏକ ଫଟୋ ଦେଖିଲି । ଏଥିରେ ଏକ ସୁଧଖୋର ଗଣନାକୁ ତାଲିକାଭୁକ୍ତ କରାଯାଇଥିଲା ଯାହା ପ୍ରକୃତରେ ତାଙ୍କୁ ଲାଭ ପାଇବା ବଦଳରେ ନିଜ ଫସଲ ପାଇଁ ଅଧିକ ଖର୍ଚ୍ଚ କରିବାକୁ ହୋଇଥିଲା । ମୋ ପାଇଁ ଏହା ଏକ ଅବିଶ୍ୱସନୀୟ କାହାଣୀ ଥିଲା, ଏବଂ ପରେ ମୋତେ ଏମିତି ଆହୁରି ବି ଉଦାହରଣ ମିଳିଲା ।
ଏହା ଭାରତରେ ଏକ ବୃହତ କୃଷି ସଙ୍କଟର ଏକ ଅଂଶ, ଏବଂ ଏହାକୁ ବ୍ୟାପକ ଭାବରେ ଆଲୋଚନା କରିବା ଏକାନ୍ତ ଆବଶ୍ୟକ। ମୋର ବିଶ୍ୱାସ ଯେ ମୋର ଚଳଚ୍ଚିତ୍ର ମଣ୍ଡି ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ କିଛି ଯୋଗ କରିପାରିବ।
ମୁଁ କିଛି ଦିନ ହେଲା ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ ଏବଂ ପି ସାଇନାଥଙ୍କ କାର୍ଯ୍ୟକୁ ଅନୁସରଣ କରୁଛି। ବାସ୍ତବରେ, ଏହା ମଣ୍ଡି ପାଇଁ ଆମର ଅଧିକାଂଶ ଅନୁସନ୍ଧାନର ଆଧାର ହୋଇପାରିଛି। ମୁଁ ପରୀ ସହ କାମ କରୁଥିବା ସାମ୍ବାଦିକଙ୍କ ଦ୍ୱାରା ଗ୍ରାମୀଣ ଭାରତର କାହାଣୀକୁ ରିପୋର୍ଟିଂ କରିବା, ପତ୍ତା ଲଗାଇବା ଏବଂ ବିଶ୍ୱ ଦରବାରରେ ପହଞ୍ଚାଇବା ଦିଗରେ କରାଯାଉଥିବା ପ୍ରୟାସର ବହୁତ ବଡ଼ ପ୍ରଶଂସକ। ମୋର ଚଳଚ୍ଚିତ୍ର ପାଇଁ ପରୀରେ ସଂଗ୍ରହିତ ହେବା ଏକ ଗର୍ବର ବିଷୟ।




