ମ୍ୟାଲାପିଲ୍ଲି ପଟ୍ଟାୟା କହନ୍ତି, ‘‘ଯେ କୌଣସି ସମୟରେ ଅଧା ପୁରୁଷ ଲୋକ ସାଧାରଣତଃ ଗାଁରୁ ବାହାରେ ଥାଆନ୍ତି । କେତେକ ହାଇଦ୍ରାବାଦର ଅମ୍ବେରପେଟ ବଜାରରେ, କିଛି ବିଜୟୱାଡ଼ାର ବେସନ୍ତରୋଡ଼ରେ, ଅନ୍ୟମାନେ ବାସୀବଜାର କିମ୍ବା ମୁମ୍ବାଇର ଗେଟ୍ୱେ ଅଫ୍ଇଣ୍ଡିଆ ବା ଦିଲ୍ଲୀର ପଥରଗଞ୍ଜରେ ବସନ୍ତି । ସେମାନଙ୍କ ମଧ୍ୟରୁ ସମସ୍ତେ ଝୁଡ଼ି, ଝୁଲଣା ବିକ୍ରି କରନ୍ତି । ମ୍ୟାଲାପିଲ୍ଲି ପଟ୍ଟାୟା ନିଜେ ଉତ୍ତରାଞ୍ଚଳରୁ ଏକ ବିକ୍ରି ଗସ୍ତରୁ ଫେରିଛନ୍ତି ।
୪୨ ବର୍ଷୀୟ ପଟ୍ଟାୟା, ତାଙ୍କ ଗାଁର ଅନ୍ୟମାନଙ୍କ ଭଳି ପ୍ରାୟ ୨୦ ବର୍ଷ ହେଲା ନାଇଲନ୍ଦଉଡ଼ିରେ ଝୁଡ଼ି, ବ୍ୟାଗ୍, ଝୁଲା ଏବଂ ଝୁଲଣା ଆଦି ତିଆରି କରୁଛନ୍ତି। ସେ ପର୍ଯ୍ୟନ୍ତ, କୋଭାଡ଼ା (ଜନଗଣନାରେ ଜିରୁକୋଭାଡ଼ା ଭାବେ ତାଲିକାଭୁକ୍ତ)ର ଲୋକମାନଙ୍କର ମୁଖ୍ୟ ଜୀବିକା ଥିଲା ମାଛ ଧରିବା । କୋଭାଡ଼ା ହେଉଛି ବଙ୍ଗୋପସାଗର ଉପକୂଳବର୍ତ୍ତୀ ଶ୍ରୀକାକୁଲମ ଜିଲ୍ଲା ରାନାସ୍ତଳମ ମଣ୍ଡଳର ଏକ ଛୋଟ ଗାଁ, ଯେଉଁଥିରେ ପ୍ରାୟ ୨୫୦ ଲୋକ ବାସ କରନ୍ତି ।
ତା ପରେ, ଜଳ ପ୍ରଦୂଷଣ ସେହି ଅଞ୍ଚଳର ସାମୁଦ୍ରିକ ସମ୍ପଦକୁ ନଷ୍ଟ କରିବା ଆରମ୍ଭ କଲା । ୧୯୯୦ ଦଶକରେ ସେଠାରୁ ଅତି ବେଶୀରେ ୧୦ କିମି ଦୂରବର୍ତ୍ତୀ ସ୍ଥାନରେ ଥିବା ପିଡିଭିମାଭରମ୍ ଗାଁରେ ଫାର୍ମାସ୍ୟୁଟିକାଲ୍କାରଖାନା ଆରମ୍ଭ ହେଲା । ଗବେଷଣା ଦର୍ଶାଇଛି ଯେ ସେହି ଉଦ୍ୟୋଗ ଯୋଗୁଁ ଭୂତଳ ଜଳ ସହିତ ସମୁଦ୍ର ଜଳ ମଧ୍ୟ ପ୍ରଦୂଷିତ ହେଲା ।
ଏହାର ବିପଜ୍ଜନକ ଆବର୍ଜନା ପାଇଁ ଫାର୍ମାସ୍ୟୁଟିକାଲ୍ଉତ୍ପାଦନକାରୀ ଉଦ୍ୟୋଗକୁ ଭାରତର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ‘ରେଡ୍କ୍ୟାଟେଗୋରୀ’ ବର୍ଗରେ ରଖାଯାଇଛି । ଇମ୍ପାକ୍ଟସ୍ଅଫ୍ଫାର୍ମାସ୍ୟୁଟିକାଲ୍ପଲ୍ୟୁସନ୍ଅନ୍କମ୍ୟୁନିଟିଜ୍ଏଣ୍ଡ ଏନଭାଇରନ୍ମେଣ୍ଟ ଇନ୍ଇଣ୍ଡିଆ ଶୀର୍ଷକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୧୯୯୦ ଦଶକର ପ୍ରାରମ୍ଭିକ ଭାଗରେ ବିଶ୍ଵବ୍ୟାପୀ ଫାର୍ମା ଉଦ୍ୟୋଗର ଅଭିବୃଦ୍ଧି ହେବା ଫଳରେ, ଏହି ଉଦ୍ୟୋଗ ‘ଭାରତୀୟ ଅର୍ଥନୀତିରେ ‘ଅନ୍ୟତମ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା କ୍ଷେତ୍ର’ ପାଲଟିଛି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଏହି ଉଦ୍ୟୋଗର ପେଣ୍ଠସ୍ଥଳୀ ସବୁ ରହିଛି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଫାର୍ମାସ୍ୟୁଟିକାଲ୍ଉଦ୍ୟୋଗର ନିୟନ୍ତ୍ରଣବିହୀନ ଅଭିବୃଦ୍ଧି ଫଳରେ ସ୍ଥାୟୀ ନକାରାତ୍ମକ ପ୍ରଭାବ ସମ୍ପର୍କରେ ଏହି ରିପୋର୍ଟରେ କୁହାଯାଇଛି।









