କେନ୍ଦୁଝରର ୭ଟି ଗାଁରେ ସେମାନଙ୍କ ଜଙ୍ଗଲକୁ ଲୁହାପଥର ଖଣିରେ ପରିବର୍ତ୍ତନ କରିବା ପାଇଁ ଆଦିବାସୀମାନଙ୍କୁ ପ୍ରବର୍ତ୍ତାଗଲା।
ଏହା ଏକ ଚୋରି
-୧୯୭୦ ମସିହାରେ ଗନ୍ଧମାର୍ଦ୍ଦନ ବ୍ଲକ୍-ବି ଖଣିକୁ ଓଡିଶା ମାଇନିଂ କର୍ପୋରେସନ୍ (ଓଏମସି)କୁ ପ୍ରଦାନ କରାଗଲା।
-୨୦୧୩ ମସିହାରେ ଖଣି କ୍ଷେତ୍ରରେ ଏକାଧିକ ଅନିୟମିତତା ହୋଇଥିବା ଶାହ କମିଶନ ଦର୍ଶାଇଲେ ।ଆବଶ ଆବଶ୍ୟକ ଜଂଗଲ ଅନୁମୋଦନ ବ୍ୟତୀତ ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ୧.୨ ନିୟୁତ ଟନ୍ ଅଧିକ ଖଣିଜ ଉତ୍ତୋଳନ ହୋଇଥିଲା। ଏ ନେଇ ଦୁଇଟି ଜଂଗଲ ଆଇନ ଉଲଂଘନମାମଲା କେନ୍ଦୁଝର ଜିଲ୍ଲା କୋର୍ଟରେ ବିଚାରାଧୀନ ଅଛି।
- ଜାନୁଆରୀ ୨୦୧୫ରେ ରାଜ୍ୟ ସରକାର ଓଏମସି ପକ୍ଷରୁ ଜଂଗଲ ଅନୁମୋଦନ ପାଇଁ ଆବେଦନ କଲେ। ବାର୍ଷିକ ଉତ୍ପାଦନ ୯.୨ ନିୟୁତ ଟନ୍କୁବୃଦ୍ଧି କରିବା ପାଇଁ ୧,୯୯୦ ହେକ୍ଟର ଜାଗାରେ ଜଂଗଲ କାଟ୍ ଅନୁମତି ପାଇଁ ଆବେଦନ କରିଥିଲେ। ଏହି ଜମି ମଧ୍ୟରେ ଥିଲା ସାତଟିଆଦିବାସୀ ଗାଁକୁ ପରିବେଷ୍ଟିତ ହୋଇ ରହିଥିବା ୧,୪୦୦ ହେକ୍ଟର ଜଂଗଲ।
- ଏହି ଖଣିଜ ପଥରର ବାର୍ଷିକ ବିକ୍ରୀ ମୂଲ୍ୟ ୨,୪୧୬ କୋଟି ହେବ ବୋଲି ଓଏମସି ଆକଳନ କରିଥିଲା। ଏହି ସ୍ଥାନରେ ପରବର୍ତ୍ତୀ ୩୩ ବର୍ଷପାଇଁ ଖଣି ଖନନ ଏବଂ ମୋଟ ୩୦୦ ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଏମସିର ପ୍ରସ୍ତାବ ଥିଲା।
- ଏହି ଜଂଗଲ ଅନୁମୋଦନ ପ୍ରସ୍ତାବ ଉପରେ ସଂପ୍ରତି ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ବିଚାର କରୁଛି।
ସୂତ୍ର: ବେଆଇନ୍ ଖଣି ଖନନ ନେଇ ଜଷ୍ଟିସ୍ ଏମ.ବି ଶାହ କମିଶନଙ୍କ ତଦନ୍ତ ରିପୋର୍ଟର; ଗନ୍ଧମାର୍ଦ୍ଦନ ବ୍ଲକ-ବି ପାଇଁ ଜଂଗଲ ଅନୁମୋଦନଦାଖଲ
‘‘ମୁଁ ଓଡ଼ିଆରେ ଏହିଭଳି ଦସ୍ତଖତ କରେ। ମୋ ଜୀବନରେ ମୁଁ କେବେହେଲେ ଇଂରାଜୀ ପଢି ନାହିଁ। ମୁଁ ଇଂରାଜୀରେ କିଭଳି ଦସ୍ତଖତକରିପାରିବି?’’ ଏଭଳି ପ୍ରଶ୍ନ କଲେ ଉରୁମୁଣ୍ଡା ଗାଁର ଜଣେ ନିରୀହ ବ୍ୟକ୍ତି ଗୋପୀନାଥ ନାଏକ।
ଗାଁ ଜଙ୍ଗଲ ସୁରକ୍ଷା କମିଟିର ଜଣେ ସଦସ୍ୟ ହେଉଛନ୍ତି
ଗୋପୀନାଥ ନାଏକ। ଗ୍ରାମସଭାରେ ଗୃହୀତ ହୋଇଥିବା ଏକ ପ୍ରସ୍ତାବରେ ତାଙ୍କ ନାଁରେ ଇଂରାଜୀରେ ଦସ୍ତଖତ ହୋଇଥିବା ସେ ଜାଣିବାକୁପାଇଲେ।
ଗ୍ରାମସଭାରେ ଗୃହୀତ ଏହି ପ୍ରସ୍ତାବରେ ୮୫୩ ହେକ୍ଟର ଜଂଗଲ ଜମି ଓଡ଼ିଶା ମାଇନିଂ କର୍ପୋରେସନ (ଓଏମସି)କୁ ହସ୍ତାନ୍ତର କରିବା ପାଇଁଉରୁମୁଣ୍ଡା ଗ୍ରାମବାସୀଙ୍କ ସହମତି ଥିଲା। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟରେ ଦାଖଲ ହୋଇଥିବା ୭ଟି ଗାଁରଗ୍ରାମସଭା ପ୍ରସ୍ତାବ ଭିତରୁ ଏହା ଥିଲା ଗୋଟିଏ। ୨୦୧୫ ଜାନୁଆରୀ ମାସରେ ଜଂଗଲ ଅନୁମୋଦନ ପାଇଁ ରାଜ୍ୟ ସରକାର ଏବଂ ଓଏମସିକରିଥିବା ଆବେଦନର ଏହା ଏକ ଦସ୍ତାବିଜ୍।












