କଳାବତୀ ବନ୍ଦୁର୍କର ନିଜେ ତାଙ୍କ ଘରେ ତାଙ୍କର ପାଞ୍ଚ ନାତିନାତୁଣୀଙ୍କ ପ୍ରସବ କରାଇଛନ୍ତି। ତାଙ୍କର ସମସ୍ତ ବିବାହିତ ଝିଅ ତାଙ୍କ ପରି ଗରିବ ଯେଉଁମାନେ ଡାକ୍ତରଖାନାର ବ୍ୟୟ ଭାର ସମ୍ଭାଳିବା ପାଇଁ ଅସମର୍ଥ ଅଟନ୍ତି । ଏଣୁ ସେ ନିଜେ ଏହି ସବୁ କାମ କରିଛନ୍ତି। ମୁଁ ଯେତେବେଳେ ତାଙ୍କ ଘରକୁ ଯାଇଥିଲି ସେତେବେଳେ ତାଙ୍କ ଘରେ ୧୦ଜଣ ବ୍ୟକ୍ତି ଥିଲେ । ସେହି ସମସ୍ତଙ୍କ କଥା ବୁଝିବା ସହିତ ସେ ଅସଫଳ ଭାବେ ଏକ ନଅ ଏକର ବିଶିଷ୍ଟ ଫାର୍ମ ଚଲାନ୍ତି ଓ ଅନ୍ୟମାନଙ୍କ ଜମିରେ ଦିନକୁ ୩୦ଟଙ୍କା ମଜୁରି ବଦଳରେ କାମ କରନ୍ତି । କାମ ନଥିବା ବେଳେ, ଯେପରିକି ବର୍ତ୍ତମାନ, ସେ ଜାଳେଣି କାଠ ସଂଗ୍ରହ କରି ଓ ସେଗୁଡ଼ିକୁ ବିକ୍ରି କରି ଦୈନିକ ମାତ୍ର ୨୦ଟଙ୍କା ରୋଜଗାର କରନ୍ତି । ତାଙ୍କ ପାଖରେ ଥିବା ମଇଁଷିର ଖିର ବିକ୍ରି କରି ମଧ୍ୟ ସେ କିଛି ରୋଜଗାର କରିଥାନ୍ତି ଯାହା ହେଉଛି ତାଙ୍କ ରୋଜଗାରର ଅନ୍ତିମ ପନ୍ଥା।
ସେ କୌଣସି ପ୍ରକାରେ ବିନା ବ୍ୟୟରେ ତାଙ୍କର ଚତୁର୍ଥ ଝିଅର ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହୋଇପାରଛନ୍ତି ବୋଲି ସେ କୁହନ୍ତି । ଏବେ ସେ “ଅଧିକ ଖର୍ଚ୍ଚ ନକରି” କିଭଳି ଭାବେ ତାଙ୍କର ପଞ୍ଚମ ଝିଅର ବିବାହ କାର୍ଯ୍ୟ ସମ୍ପନ୍ନ କରିପାରିବେ, ସେଥିପାଇଁ ଚେଷ୍ଟା କରୁଛନ୍ତି । କଳାବତୀଙ୍କ ସାତଟି ଝିଅ ଓ ଦୁଇଟି ପୁଅ ଅଛନ୍ତି ଓ ସେ ବିଦର୍ଭର ୟବତମାଲ ଜିଲ୍ଲା ଅନ୍ତର୍ଗତ ଜଲ୍କା ଗ୍ରାମରେ ରୁହନ୍ତି । ସେ ମଧ୍ୟ ହେଉଛନ୍ତି ସମଗ୍ର ଦେଶରେ ଗତ ୧୪ବର୍ଷରେ କୃଷି ଆତ୍ମହତ୍ୟା ଯୋଗୁଁ ସେମାନଙ୍କ ସ୍ୱାମୀଙ୍କୁ ହରାଇ ଥିବା ସେହି ଲକ୍ଷାଧିକ ମହିଳାଚାଷୀମାନଙ୍କ ମଧ୍ୟରୁ ଜଣେ ।
କୌଣସି କ୍ଷତିପୂରଣ ମିଳିନାହିଁ
“କ୍ଷତିପୂରଣ ବାବଦକୁ ମୁଁ ସରକାରଙ୍କ ଠାରୁ କାଣି କଉଡ଼ିଟିଏ ମଧ୍ୟ ପାଇନି,” ବୋଲି କୁହନ୍ତି ସବୁବେଳେ ହସୁଥିବା, ଜଣେ ପ୍ରକୃତ ଜେଜେମା । ଏହାର କାରଣ: ସେମାନେ ଯେଉଁ ଜମିରେ ଚାଷ କାମ କରନ୍ତି ତାହା ତାଙ୍କର ନିଜସ୍ୱ ଜମି ନୁହେଁ ବରଂ ତାହା ସେମାନେ ଅନ୍ୟମାନଙ୍କଠାରୁ ଲିଜ୍ରେ ନେଇଥାଆନ୍ତି । ଏଣୁ ଯେତେବେଳେ ଅତ୍ୟଧିକ ଋଣବୋଝ ଓ ଫସଲ ନଷ୍ଟ ହେବା ଯୋଗୁଁ ତାଙ୍କ ସ୍ୱାମୀ ପର୍ଶୁରାମ ତାଙ୍କ ଜୀବନ ହାରିଲେ, ସେତେବେଳେ ତାଙ୍କ ମୃତ୍ୟୁକୁ “କୃଷକ ଆତ୍ମହତ୍ୟା” ପରିବର୍ତ୍ତେ କେବଳ ଆତ୍ମହତ୍ୟାର ରୂପ ଦିଆଗଲା । “ସରକାରୀ ଯୁକ୍ତି ହେଉଛି: ଯଦି ତାଙ୍କ ନାମରେ କୌଣସି ଜମି ନାହିଁ, ତେବେ ସେ ଜଣେ କୃଷକ ନୁହନ୍ତି । ତେବେ ବିଦର୍ଭ ଜନ ଆନ୍ଦୋଳନ ସମିତି (ଭିଜେଏଏସ୍) ପକ୍ଷରୁ ଏହି ପରିବାରକୁ କିଛି ସହାୟତା ପ୍ରଦାନ କରାଯାଇଛି ।




