ଭିଡିଓ ଦେଖନ୍ତୁ : ଉସ୍‌ମାନ ଗାନ୍ନ ଓ ହନିଫ୍‌ ଗଲ୍‌ୱାନି କୁମ୍ବାରକାମର ସୁଦୀର୍ଘ ପରମ୍ପରା, କୁମ୍ଭାରୱାଡାରେ ଜୀବନ ଓ କଚ୍ଛ ସହିତ ସେମାନଙ୍କ ସମ୍ପର୍କ ବିଷୟରେ କହୁଛନ୍ତି

ମୁମ୍ବାଇର ଧରାବି ଅଞ୍ଚଳରେ ୧୩ ଏକର ଜମିରେ ଅବସ୍ଥିତ କୁମ୍ଭାର୍‌ୱାଡାରେ ୫୦୦୦ କୁମ୍ଭାର ପରିବାର ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ୬ଷ୍ଠ ବା ୭ମ ପିଢିର କୁମ୍ଭାର ଯାହାର ପୂର୍ବପୁରୁଷମାନେ କଚ୍ଛି ବା ଗୁଜୁରାଟି ଅଟନ୍ତି , ଯେଉଁମାନେ ୧୯୩ ୫ ରୁ ୧୯୪୦ ମଧ୍ୟରେ ମୁମ୍ବେଇକୁ ପ୍ରବାସରେ ଆସିଥିଲେ ।

ତେବେ, ବର୍ତ୍ତମାନ ଏଠାରେ ଥିବା ସମୁଦାୟ ପରିବାରର ମାତ୍ର ୧୦ପ୍ରତିଶତ ସେମାନଙ୍କ ପାରମ୍ପରିକ କୁମ୍ଭାରକାମ ବ୍ୟବସାୟ ସହିତ ଯୋଡି ହୋଇରହିଛନ୍ତି । ସେମାନେ ଉଚ୍ଚ ଦକ୍ଷତା ସମ୍ପନ୍ନ କାରିଗର ଅଟନ୍ତି, ଯେଉଁମାନେ ବିଭିନ୍ନ ଋତୁରେ ବିକ୍ରି କରିବା ପାଇଁ ମାଟିରେ ବିଭିନ୍ନ ପ୍ରକାରର ଜିନିଷ ତିଆରି କରିଥାନ୍ତି ।

ଏହି ଫିଲ୍ମରେ, ସେମାନେ ସେମାନଙ୍କ କୌଶଳ ଓ ବ୍ୟବସାୟରେ ସେମାନେ ସମ୍ମୁଖିନ ହେଉଥିବା ଅସୁବିଧା ବିଷୟରେ କହିଛନ୍ତି । ସେମାନେ ସହରରେ ସେମାନଙ୍କ ଜୀବନ ଓ ପୁଣି ଥରେ ଦିନେ କଚ୍ଛକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସେମାନଙ୍କ ତୀବ୍ର ଅଭିଳାଷ, ସେ ବିଷୟରେ କହିଛନ୍ତି । ଏହି ସମ୍ପ୍ରଦାୟର ବଧୂମାନେ ଏବେ ମଧ୍ୟ ସୁଦୂର କଚ୍ଛରୁ ଆସନ୍ତି । ସେମାନଙ୍କ ଗ୍ରାମ ସହିତ ସେମାନଙ୍କ ସମ୍ପର୍କ ଜୀବନ୍ତ ଓ ଉନ୍ନତ ରହିଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE