ଦୁଇଟି ଛୋଟ କୋଠରିରେ ଏକପ୍ରକାର କ୍ରାନ୍ତି ହୋଇଥାଏ । ଦୁଇଟି କୋଠରି ମିଶି ଏକ ବିଶାଳ ସଂପତ୍ତି ହେଉଛି ମିଲ କଣ୍ଟ୍ରୋଲ ଆସେମ୍ଲି ୟୁନିଟ୍, ଏହା କୁଦୁମ୍ବଶ୍ରୀର ଏକ ଉଦ୍ୟମ ହୋଇଥିବା ବେଳେ ୯ ଜଣ ମହିଳା ଏହାକୁ ସଞ୍ଚାଳନ କରୁଛନ୍ତି । ତିନି ଏବଂ ଛଅ ଜଣିଆ ଦଳ ଏହି ସବୁ କୋଠରିରେ ରହନ୍ତି । ସେମାନେ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସ୍ଥଳରେ ଅନେକ ଥଣ୍ଡା ଉପକରଣ, ଆସେମ୍ଲି କ୍ଵାର୍ଟସ ଏବଂ ଯାଞ୍ଚ ଚାର୍ଟ ସହ ବସିଥାନ୍ତି । ଏହା ହେଉଛି ଫୋନିକ୍ସ ଆକ୍ଟିଭିଟି ଗ୍ରୁପ୍, କଣ୍ଟ୍ରୋଲ ଏବଂ ଟ୍ରିପ୍ ଭାଲଭ୍ସର ଏକ ଆସେମ୍ଲି ୟୁନିଟ ।


Thrissur, Kerala
|SUN, OCT 13, 2019
କୁଦୁମ୍ବଶ୍ରୀର ମାଇକ୍ରୋ ଏଣ୍ଟରପ୍ରାଇଜ
ଫୋନିକ୍ସ ଆକ୍ଟିଭିଟି ଗ୍ରୁପ୍ କୁଦୁମ୍ବଶ୍ରୀରେ ବିରଳ: ଏଠାରେ ହାଇସ୍କୁଲ ପାସ୍ କରିଥିବା ମହିଳା ‘ ବିଟେକ ଡିପ୍ଲୋମା ଛାତ୍ରଙ୍କ କାମ’ କରୁଛନ୍ତି ।
Author
Translator

Asawari Sodhi

Asawari Sodhi
ଆମେ ୩ ଜଣ କାମ କରୁଥିବା କୋଠରିର ଦ୍ଵାରଦେଶରେ ଆମର ଜୋତା ଓହ୍ଲାଇଲୁ । ଏହିଭଳି ଛୋଟିଆ ସ୍ଥାନରେ ବହୁତ କିଛି ହେଉଛି । ୟୁନିଟର ସଭାପତି ଗିରିଜା ଶଶିଧରନ୍ ମୁଁ ଓ ମୋର ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ମିନି ଏକ କଣ୍ଟ୍ରୋଲ ଭାଲଭ ଉପରେ କାମ କରୁଛନ୍ତି, ସେ ନଟ୍ ଏବଂ ସ୍କ୍ରୁ ସାହାଯ୍ୟରେ ତାକୁ ଭିଡୁଛନ୍ତି । ୱାର୍କସପ୍ର ଅନ୍ୟ ଟେବଲରେ ଆଜିଦା କାମ ସରିଯାଇଥିବା ଏକ ଭାଲଭକୁ ଯାଞ୍ଚ କରୁଛନ୍ତି । ଏହି ସବୁ ଟେବୁଲରେ ପ୍ରାୟ ୫୦ରୁ ଅଧିକ ନାଲି ରଙ୍ଗର ପ୍ଲାଷ୍ଟିକ ଟ୍ରେକୁ ପରିଷ୍କାର ଭାବେ ଧାଡ଼ି କରି ରଖାଯାଇଛି, ସେଥିରେ ସବୁ ପ୍ରକାର କ୍ଵାର୍ଟର୍ସ ରହିଛି । କେହି ଜଣେ ମିଷ୍ଟର ରଞ୍ଜିତଙ୍କ ଦ୍ଵାରା ଏକ ସପ୍ତାହର ତାଲିମ ଏବଂ ପ୍ରତିଦିନ ଅଭ୍ୟାସ ଏହି କୋଠରିରେ ସମସ୍ତ ଗତିବିଧିକୁ ବ୍ୟାଖ୍ୟା କରୁଛି । ଏଠାକାର ମହିଳାମାନେ ବିଶେଷଜ୍ଞଙ୍କ ଭଳି କାମ ଏବଂ କଥା କହୁଛନ୍ତି । କିନ୍ତୁ ସେମାନେ ସେମାନଙ୍କର ଉତ୍ପାଦ କିଭଳି ଏବଂ କେଉଁଠାରେ ବ୍ୟବହାର ହେଉଛି ସେ ବିଷୟରେ ନିଶ୍ଚିତ ନାହାନ୍ତି । ଏହା ନୁହେଁ ଯେ ତାଲିମ ସମୟରେ ସେମାନଙ୍କୁ ଏହା କୁହାଯାଇଥିଲା । ଗିରିଜା ଆମକୁ ଏକ ବ୍ରୋସର କରାଇଲେ । ସେଥିରେ ସଂପୂର୍ଣ୍ଣ ହୋଇସାରିଥିବା ଏକ ଭାଲଭର ଚିତ୍ର ଥିଲା ଯାହା ଏକ ବଡ଼ ମେସିନ ସହ ସଂଲଗ୍ନ ଥିଲା, ଏକ ଭଲ ନିୟତି । ସେମାନେ ମଜାରେ କହିଲେ , “ସେମାନେ ବୋଧହୁଏ ଆମକୁ ଏଥିପାଇଁ କହିନାହାନ୍ତି କାରଣ ସେମାନେ ଭୟ କରୁଛନ୍ତି ଯେ ଆମେ ଆମର ନିଜସ୍ୱ ୟୁନିଟ୍ ପ୍ରତିଷ୍ଠା କରିଦେବୁ ।’’ ଏହି କାମ ବିସ୍ତାର, ନିପୁଣତା ଏବଂ ପରିଶୁଦ୍ଧତା ଉପରେ ଧ୍ୟାନ ଦେବା ଆବଶ୍ୟକ କରେ। ହାରାହାରି ଭାବେ ଗୋଟିଏ ଦିନରେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଏକ ୩ ସଦସ୍ୟ ବିଶିଷ୍ଟ ଟିମ ୧୦ଟି କଣ୍ଟ୍ରୋଲ ଭାଲଭକୁ ଏକାଠି କରିଥାନ୍ତି । ପିସ୍ ପିଛା ସେମାନେ ୧୫୦ ଟଙ୍କା ପାଇଥାନ୍ତି ଏବଂ ଗୋଟିଏ ମାସରେ ଅତିକମରେ ୫୦ଟି କଣ୍ଟ୍ରୋଲ ଭାଲଭ ଏକାଠି ହେବା କଥା । ସେମାନଙ୍କ ପାଇଁ ଏହା ଖୁବ୍ ସହଜ ।

Asawari Sodhi
ଫୋନିକ୍ସ ଆକ୍ଟିଭିଟି ଗ୍ରୁପ କୁଦୁମ୍ବଶ୍ରୀରେ ବିରଳ । ସାଧାରଣ ଭାବେ ଦେଖିଲେ ବି ବିରଳ । କୁଦୁମ୍ବଶ୍ରୀର ଅନ୍ୟ ମାଇକ୍ରୋଏଣ୍ଟରପ୍ରାଇଜ କିମ୍ବା ଜୀବିକା ସୁଯୋଗ ପରି ଫୋନିକ୍ସ ନା ସ୍ଥାନୀୟ ଭାବେ କିଛି ଆମଦାନୀ କରିଥାଏ ନା ସ୍ଥାନୀୟ ଆବଶ୍ୟକତାକୁ ପୂରଣ କରେ । ଏଠାକାର ମହିଳାମାନେ ସେମାନଙ୍କର ଶାଢ଼ି ଏବଂ ଧୂସର ରଙ୍ଗର ୱେଷ୍ଟକୋଟକୁ ୟୁନିଫର୍ମ ଭାବେ ପିନ୍ଧି ଏହି ସବୁ ଭାଲଭକୁ ଆସେମ୍ବ୍ଲ କରିବା (ଏକାଠି କରିବା) ଏବଂ ଯାଞ୍ଚ କରିବାର ଦାୟିତ୍ୱ ସଂପୂର୍ଣ୍ଣ ଭାବେ ନେଇଥାନ୍ତି । ସେମାନେ ଏଗୁଡ଼ିକୁ ଯାଞ୍ଚ କରିବାର ଠିକ ଚାର୍ଟ ଅନୁସାରେ ସେମାନଙ୍କର ଦାୟିତ୍ୱକୁ ବିଭାଜନ କରିଥାନ୍ତି ଏବଂ କାମକୁ ପରିବର୍ତ୍ତନ କରିଥାନ୍ତି । ସେମାନେ ଏହାର ମହତ୍ତ୍ୱ ମଧ୍ୟ ବୁଝନ୍ତି ଯେ; ଏହା ସେମାନଙ୍କ ଦ୍ୱାରା ଏବଂ ସେମାନଙ୍କ ସଂପର୍କିତ କଥା। ସର୍ବପ୍ରଥମ କଥା ହେଲା ଆସେମ୍ବ୍ଲ କାମ ଭଳି ଜଟିଳ କାମ କରିବା ଲାଗି ବିଳମ୍ବରେ ଏହି କ୍ଷେତ୍ରରେ ପ୍ରବେଶ କରୁଥିବା ଲୋକଙ୍କୁ ଅନେକ କଂପାନି ବିଶ୍ୱାସ କରନ୍ତି ନାହିଁ । ଦ୍ୱିତୀୟ କଥା ହେଲା ନିଯୁକ୍ତି ବଜାର ଯେତେଯେତେ ସିଲେକ୍ଟିଭ ଏବଂ ଦକ୍ଷତାଭିତ୍ତିକ ହେଉଛି, ସେଭଳି କ୍ଷେତ୍ରରେ ଏହା ଏକ ଆଶ୍ଚର୍ଯ୍ୟର କଥା ଯେ ଗ୍ରୁପରେ ଥିବା ଏହି ମହିଳାଙ୍କ ମଧ୍ୟରୁ କାହାରି ପାଖରେ କଲେଜ ଡିଗ୍ରୀ ନାହିଁ । ଗିରିଜା କହିଲେ ଯେତେବେଳେ କଂପାନିର ପରିଚାଳନା ନିର୍ଦ୍ଦେଶକ ସେମାନଙ୍କ ପାଖକୁ ଭେଟିବାକୁ ଆସିଲେ ସେମାନଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ହାଇସ୍କୁଲ ଶିକ୍ଷାପ୍ରାପ୍ତ ମହିଳାମାନେ “ବିଟେକ ଡିପ୍ଲୋମା ଛାତ୍ର’’ଙ୍କର କାମ କରୁଛନ୍ତି । ସେମାନେ ବିଗତ କିଛି ଦିନ ହେଲା ଏହାକୁ କରୁଛନ୍ତି ଏବଂ ଭଲ କାମ କରୁଛନ୍ତି । କଥାବର୍ତ୍ତା ମଧ୍ୟରେ ସେମାନେ ମତେ ଯାଞ୍ଚ ଚାର୍ଟ ସହ ମ୍ୟାଚ ହେଉଥିବା ଗୁଣବତ୍ତା ଆଶ୍ୱାସନା ଏବଂ ପ୍ରକ୍ରିୟା ସଂପର୍କରେ ଖୁବ୍ ଧୀରେ କିଛି ସୂଚନା ଦେଲେ । ଗତ ଆଠ ମାସ ମଧ୍ୟରେ ସେମାନଙ୍କୁ ମାତ୍ର ୮ଟି ପାର୍ଟସ ଫେରାଇ ଦିଆଯାଇଛି । ଏହା ହେଉଛି କିଛି ପରିମାଣରେ ଗୁଣବତ୍ତା ନିୟନ୍ତ୍ରଣ ।

Asawari Sodhi
କେବଳ କଂପାନିର ପାର୍ଟସ ଉପରେ ବିଶ୍ୱସନୀୟତା ଫୋନିକ୍ସ ଆକ୍ଟିଭିଟି ଗ୍ରୁପକୁ ବର୍ଣ୍ଣନା କରୁନାହିଁ । “ଦକ୍ଷତା’’ ମଧ୍ୟ ଏହି ଗଣନାରେ ଆସୁଛି ବୋଲି ଗିରିଜା ଅନୁଭବ କରନ୍ତି । ସେ କିଛି ଅନୁଧ୍ୟାନରୁ ଏହା ଜାଣିବାକୁ ପାଇଛନ୍ତି ଯେ ସେମାନେ ସମାନ କାମ ପାଇଁ ପଲିଟେକନିକ ଗ୍ରାଜୁଏଟମାନଙ୍କ ଭଳି ରୋଜଗାର କରୁନାହାନ୍ତି । ଫୋନିକ୍ସ ଆକ୍ଟିଭିଟି ଗ୍ରୁପ୍ ପ୍ରଦାନ କରୁଥିବା ସେବାର ଏହା ସ୍ପଷ୍ଟ ବ୍ୟାପାର । ଠିକ୍ଠାକ୍ ଦରମା, ନିୟମିତ ଯୋଗାଣ ଏବଂ ନିୟମିତ କାମ ଏକତ୍ର ସହବସ୍ଥାନ କରେ, କିନ୍ତୁ ସବୁବେଳେ ଆରାମ ଦାୟକ ଭାବେ ରହେନାହିଁ, ଏ କ୍ଷେତ୍ରରେ ମୂଲଚାଲ କରିବାକୁ କମ୍ ସୁଯୋଗ ମିଳେ । କିନ୍ତୁ ସେମାନେ ମୁକ୍ତି ଏବଂ ସଶକ୍ତିକରଣର ସୂକ୍ଷ୍ମ ପ୍ରତିଶ୍ରୁତି ସହ ଆସିଛନ୍ତି । ହେଲେ ଏଠାରେ କମ୍ ସେ କମ୍ ଏକ ଆରମ୍ଭର ପ୍ରତିଶ୍ରୁତି, ସୁଯୋଗର ଏକ ବ୍ୟାପକ ବାତାୟନ ରହିଛି ।

Asawari Sodhi
ଏହାଛଡ଼ା ସେମାନଙ୍କ ନିକଟରେ ସଙ୍ଗେ ସଙ୍ଗେ ସାମ୍ନା କରୁଥିବା ଆହୁରି ପ୍ରସଙ୍ଗ ମଧ୍ୟ ରହିଛି । ସେମାନଙ୍କୁ ବହୁତ ଆଗକୁ ବଢ଼ିବାକୁ ପଡ଼ିଛି, ଏକ ସମସ୍ୟା ଯାହା ସେମାନେ କରୁଥିବା କାମ ପାଇଁ ନିଆରା ଏବଂ ସେମାନେ ଯେଉଁଭଳି ଭାବେ ଏହାକୁ କରୁଛନ୍ତି । ଏକ ଔଦ୍ୟୋଗିକ ଆସେମ୍ବ୍ଲିଙ୍ଗ୍ ୟୁନିଟ ଭାବେ ସେମାନଙ୍କର ଆବଶ୍ୟକତା ଅନ୍ୟ ମାଇକ୍ରୋ ଏଣ୍ଟରପ୍ରାଇଜେସ ଅପେକ୍ଷା ଅଧିକ ନିର୍ଦ୍ଦିଷ୍ଟ । ମୋର ଗସ୍ତ ସମୟରେ ଫୋନିକ୍ସ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ତାରିଖର ଖୁବ୍ ଅଧିକ ସନ୍ଧାନ କରୁଥିଲା । ବଦଳରେ ଘରର ମାଲିକ ଅଧିକ ଲାଭଦାୟକ ବ୍ୟବସାୟ ପାଇଁ ତାକୁ ଦେବାକୁ ଯୋଜନା କରୁଥିଲେ । ପ୍ରକୃତରେ ଏଣ୍ଟରପ୍ରାଇସଟି ମାସକୁ ୫୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରୁଥିଲା, ୨୫୦୦ ଟଙ୍କା ବିଦ୍ୟୁତ ବାବଦରେ ଖର୍ଚ୍ଚ ହେଉଥିଲା, ୩୦୦୦ ଟଙ୍କା ଘର ଭଡ଼ା ପାଇଁ ଯାଉଥିଲା ଯାହାକି ସମୁଦାୟ ୟୁନିଟର ମାସିକ ରୋଜଗାରର ଦଶ ପ୍ରତିଶତ । ଆଉ କିଛି ସମସ୍ୟା ମଧ୍ୟ ଥିଲା, ତାହା ଥିଲା ବୃତ୍ତିଗତ ସମସ୍ୟା । ଜୟଲକ୍ଷ୍ମୀ ଏବଂ ଶୀଜା ସଜୀବନଙ୍କୁ ଏକ ଭାଲଭ ଆସେମ୍ବ୍ଲିଙ୍ଗ କରିବାର ଦେଖି ସେହି ସମସ୍ୟା ମୁଁ ମଧ୍ୟ ଜାଣିପାରୁଥିଲି । ଆସେମ୍ବ୍ଲ ନ ହୋଇଥିବା ସମୟରେ କେବଳ ଏହାର ଓଜନ ୬୦ କିଲୋ ଥିଲା, ପ୍ରକ୍ରିୟା ଶେଷ ବେଳକୁ ଏହାର ଓଜନ ଆହୁରି ବଢ଼ିବ । ଏହା ବିଜୟଲକ୍ଷ୍ମୀଙ୍କୁ ଚିନ୍ତିତ କରୁଥିଲା ଯିଏକି ତାଙ୍କର ସମୁଦାୟ ଶରୀରକୁ ସାଧାରଣ ଦିଗରେ ବୁଲାଉଥିଲେ । ତାହା ମୋ ମନରେ ତାଙ୍କର ଆଘାତପ୍ରାପ୍ତ ହେବାର ଆଶଙ୍କା ଏବଂ କୌଣସି ପ୍ରକାର ବୀମା ନ ମିଳିବାର ଚିନ୍ତା ଉଦ୍ରେକ କରୁଥିଲା ।

Asawari Sodhi
ଆମେ ଏକ ଗ୍ରୁପ ଫଟୋ ପାଇଁ ଆଗେଇଲୁ । ସାମ୍ନାରେ ଥିବା ଛାଇରେ ଏକତ୍ରିତ ହେବାକୁ ଗଲୁ। ଗ୍ରୁପର ବ୍ୟାନର ଏବଂ ବିଶାଳକାୟ ସବୁଜ ରଙ୍ଗର ଯନ୍ତ୍ର ଯାହାକି ଜୟଲକ୍ଷ୍ମୀ ସେଥିରେ ଏକ ଭାଲଭ ସଂଯୋଗ କରିବା ପରେ ଶବ୍ଦ କରେ ତାହା ସେହି ପାଖରେ ଥିଲା । ମୁଁ ସେମାନଙ୍କ ଆସିବାକୁ ଅପେକ୍ଷା କଲି ଯେତେବେଳେ କି ସେମାନେ ସେମାନଙ୍କ ମଧ୍ୟରେ ଥଟ୍ଟାମଜା କରୁଥିଲେ । ଇତିମଧ୍ୟରେ ମୁଁ ସେମାନଙ୍କୁ ଅପେକ୍ଷା କରିବା ଛାଡ଼ି କ୍ୟାମରାକୁ ଦେଖିଲି । ଅବଶ୍ୟ ତାହା ସର୍ବୋକ୍ଟୃଷ୍ଟ ନଥିଲା । ଯାହାବି ହେଉ ତାହା କିଛି ପରିବର୍ତ୍ତନ ପାଇଁ ଥିଲା। ତେଣୁ ଆଗକୁ ଭଲ ଅଛି ।

Asawari Sodhi
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/କୁଦୁମ୍ବଶ୍ରୀର-ମାଇକ୍ରୋ-ଏଣ୍ଟରପ୍ରାଇଜ

