ଗୋଟିଏ ଘର ଯାହା ଅନେକ ଯନ୍ତ୍ରଣା ଦେଖିଛି- ସେଠି ତଥାପି ହସ ଅଛି।
ଜଳ ଅଭାବରେ ଥିବା ତାମିଲନାଡ଼ୁ- ଏମିତି ଗୋଟିଏ ଜମି ଅଛି, ଯେଉଁଠି ଫୁଲ ଫୁଟୁଛି।
ଦ୍ରୁତ ଭାବରେ ମୃତ୍ତିକା ଉର୍ବରତା ହରାଉଥିବା- ଏକ ରାଜ୍ୟରେ ଏହି ଛୋଟ କ୍ଷେତ ଯେଉଁଟି କେବଳ ଜୈବିକ ଖତ ବ୍ୟବହୃତ ହେଉଛି।
ବୃହତ୍ କୃଷକ ବିପର୍ଯ୍ୟୟ ମଧ୍ୟରେ - ଦୁଇଟି ସନ୍ତାନର ଏହି ଏକାକିନୀ ମା’ସଂଗ୍ରାମ କରୁଛନ୍ତି ଏବଂ ଏପର୍ଯ୍ୟନ୍ତ କୃଷକ ଭାବରେ ବଞ୍ଚିବାକୁ କଷ୍ଟ କରୁଛନ୍ତି।
ତାଙ୍କ କାହାଣୀ ଓ ସଂଘର୍ଷ - ପ୍ରଥମେ ପରୀ ଦ୍ୱାରା ରେକର୍ଡ କରାଯାଇଥିଲା- ଏହାକୁ ଚେନ୍ନାଇରେ ସ୍ୱୀକାର କରାଯାଇଥିଲା, ଯେଉଁଠିକୁ ସେ ଚଳିତ ସପ୍ତାହରେ ‘ଗୃହୋଦ୍ୟୋଗୀ’ ପୁରସ୍କାର ଗ୍ରହଣ କରିବାକୁ ଆସିଥିଲେ। ଘରୁ ବ୍ୟବସାୟ କରୁଥିବା ମହିଳାମାନଙ୍କୁ ଏହି ପୁରସ୍କାର ସମ୍ମାନିତ କରେ।
ଶିବଗଙ୍ଗାଇ ଜିଲ୍ଲାର ମୁଥୁଲ୍ ଗାଁରେ ଥିବା ଏକ ସାହି ମେଲାକାଡ଼ୁର ଚନ୍ଦ୍ରା ସୁବ୍ରମଣ୍ୟନ୍। ଯେ କୌଣସି ପୁରୁଷ କୃଷକଙ୍କ ତୁଳନାରେ କଠିନ ପରିଶ୍ରମ କରନ୍ତି। ସେ ଛୋଟ ବାଳକଙ୍କ ପୋଷାକ ପିନ୍ଧନ୍ତି। ସେ ହସି ହସି କୁହନ୍ତି, ଏହା ମୋ ପୁଅର ସାର୍ଟ। ତାଙ୍କ ପୁଅ ୧୦ବର୍ଷର ଏବଂ ସେ ୨୯ବର୍ଷ। ସେ ନିଜ ନାଇଟି ଉପରେ ଏହି ନୀଳ ପୋଷାକଟି ପିନ୍ଧିଥିଲେ। ଏତେ ପରସ୍ତ ପୋଷାକ ସତ୍ତ୍ୱେ ସେ ପୂର୍ବ ତୁଳନାରେ କ୍ଷୀଣକାୟ ମନେ ହେଉଥିଲେ। ମୁଁ ପଚାରିଲି, ତୁମେ କ’ଣ ପାଇଁ ଏତେ ଝଡ଼ିଯାଇଛ? ସେ ଭାରାପ୍ପୁ (ପାଚେରି) ଆଡ଼କୁ ହାତ ଦେଖାଇ କହିଲେ ‘‘କାମ’’। ସେ ତାହାକୁ ଜମି ମଧ୍ୟରେ ନିଜେ ତିଆରି କରିଛନ୍ତି। ସେ କହିଲେ, ‘‘ଏହା ଏଠି ଖୁବ୍ ଅଣଓସାରିଆ ଥିଲା। ତେଣୁ ମୁଁ ମାଟି ଖୋଳି ଏହାକୁ ଦୃଢ଼ କରିଛି।’’ ମୁଁ ଦେଖିଛି ପୁରୁଷ ଲୋକମାନେ ମଧ୍ୟ ଏହି କାମ ବିଷୟରେ ଚିନ୍ତା କଲେ ଡରିଯାଆନ୍ତି।







