ପିସ୍ଦାଙ୍କ ଦୃଢ଼ୋକ୍ତି ସତ୍ତ୍ୱେ କୃଷକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସରକାରଙ୍କ ଉଦ୍ୟମ ମୁଖ୍ୟତଃ କାଗଜରେ ହିଁ ରହିଛି।
ସେ କୁହନ୍ତି, ‘‘ପ୍ରଶାସନ ସରକାରୀ ନୀତି ଅନୁଯାୟୀ, ପ୍ରତ୍ୟେକ ଉପଯୁକ୍ତ କୃଷକଙ୍କୁ ଯଥେଷ୍ଟ କ୍ଷତିପୂରଣ ପ୍ରଦାନ କରିଛି। ଆମେ ପ୍ରତ୍ୟେକ ଜିଲ୍ଲାରୁ ଅଭିଯୋଗ ପାଉଛୁ। ଜିଲ୍ଲାପାଳମାନଙ୍କୁ ଏସବୁ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।’’
କିନ୍ତୁ, ଯଦି କ୍ଷତିପୂରଣ ନୀତିରେ ହିଁ ସମସ୍ୟା ଥାଏ ତା’ହେଲେ କ’ଣ ହେବ ?
ଶୂନ୍ୟ କ୍ଷେତରୁ କ୍ଷତି ଆକଳନ କରାଯାଇପାରିବେ ନାହିଁ କାରଣ ଫସଲଗୁଡ଼ିକ ଏ ମଧ୍ୟରେ ଅମଳ ହୋଇସାରିଛି। ଅଧିକାରୀମାନେ ବୃଷ୍ଟିପାତ ତଥ୍ୟ ଏବଂ ଧାନ ଫସଲ ବିକ୍ରୟ ଜରିଆରେ କ୍ଷତି ଆକଳନ କରିଛନ୍ତି। \
ରାଜ୍ୟ କୃଷିମନ୍ତ୍ରୀ ବ୍ରିଜ୍ମୋହନ ଅଗ୍ରଓ୍ୱାଲଙ୍କ ଅନୁଯାୟୀ, ‘‘ କ୍ଷତିପୂରଣ ଅର୍ଥ ଆବଣ୍ଟନ କରିବା ଦାୟିତ୍ୱ ଅଧିକାରୀମାନଙ୍କ ପ୍ରଦାନ କରାଯାଇଛି। ଅଭିଯୋଗଗୁଡ଼ିକ କିଛି ପରିମାଣରେ ସ୍ୱାଭାବିକ। କିନ୍ତୁ ଏହା କହିବା ଭୁଲ୍ ହେବ ଯେ, କୃଷକମାନଙ୍କ ମଧ୍ୟରେ ବ୍ୟାପକ କ୍ରୋଧ ରହିଛି।
ଆମ ଆଦ୍ମୀ ପାର୍ଟିର ରାଜ୍ୟ ପ୍ରବକ୍ତା ଏବଂ କୃଷି ବିଶେଷଜ୍ଞ ସଙ୍କେତ ଠାକୁର ଏହି ଦାବିକୁ ପ୍ରତିବାଦ କରନ୍ତି।
ସେ ଅଭିଯୋଗ କରନ୍ତି, ‘‘ସରକାର କେବଳ କୃଷକମାନଙ୍କୁ ସାହାଯ୍ୟ କରିବାର ଛଳନା କରୁଛନ୍ତି। ଏହା ଅମଲାତନ୍ତ୍ରକୁ ଅର୍ଥ ପଠାଇ ଦେଇଛି। ପ୍ରଥମତଃ ରିଲିଫ୍ ଅର୍ଥ ଯଥେଷ୍ଟ ନୁହେଁ ଏବଂ ଏହାପରେ ସେଥିରେ ବିତରଣରେ ବୃହତ୍ ପରିମାଣର ଅନିୟମିତତା ରହିଛି।’’
ସେ କୁହନ୍ତି, ‘‘ଯଦି ପରିସ୍ଥିତିରେ ଉନ୍ନତି ନ ହୁଏ ତେବେ ଆହୁରି ଅଧିକ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ। ସେମାନଙ୍କୁ କେବଳ ଏମ୍ଏନ୍ଆର୍ଇଜିଏର ଦୟାରେ ଛାଡ଼ି ଦେଇ ହେବ ନାହିଁ’’।
ଏହି କାହାଣୀଟି ପ୍ରଥମେ ୨୦୧୬ ଫେବୃଆରୀ ୨୯ ତାରିଖରେ ରାଜସ୍ଥାନ ପତ୍ରିକାର ରାୟପୁର ସଂସ୍କରଣରେ ପ୍ରକାଶିତ ହୋଇଥିଲା।
ଦୀପକ ଶର୍ମାଙ୍କ ଦ୍ୱାରା ହିନ୍ଦୀରୁ ଅନୁଦିତ
ଅନୁବାଦ: ଓଡ଼ିଶାଲାଇଭ୍