ପୃଷ୍ଠଭୂମିରେ ବାଜୁଥିବା ବାଜା ଏକମାତ୍ର ଢୋଲର ଫମ୍ପା ଶବ୍ଦ ପବନରେ ପ୍ରସରି ଯାଏ। ଠିକ ତା’ ପରେ ପରେ ଦରଘା ବାହାରେ ପୟଗମ୍ବରଙ୍କ ଗୁଣଗାନ କରିବା ସହ ପରମ କାରୁଣିକଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଭିକ୍ଷାର୍ଥୀଟିଏ ପ୍ରାର୍ଥନା କଲା ଭଳି ଜଣେ ଭକ୍ତି ଗୀତ ଗାୟକଙ୍କ ଗମ୍ଭୀର ସ୍ଵର ଭାସି ଆସେ।


Kachchh, Gujarat
|THU, MAY 25, 2023
କଚ୍ଛ: ଭକ୍ତି ଓ ଭ୍ରାତୃତ୍ଵର ମିନାର
ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଗୋଟିଏ ଅଞ୍ଚଳର ଲୋକଗୀତ ମାଧ୍ୟମରେ ସଙ୍ଗୀତ, ସ୍ଥାପତ୍ୟ ଓ ସଂସ୍କୃତିର ଏକ ସୁସଂହତ ପରମ୍ପରା ସଂରକ୍ଷଣ କରାଯାଇଛି। ଏହି ଭକ୍ତି ଗୀତଟି ମରୁଭୂମିର ସ୍ଵତନ୍ତ୍ରତାକୁ ଅନୁରଣିତ କରେ
Author
Illustration
Translator
“ଗୋଟିଏ ତୋଳା ଓ ଚାରଣା ସୁନା ମୋ ହାତରେ
ଏବଂ ଅଛି ମଧ୍ୟ ମୋ ଭଉଣୀମାନଙ୍କ ପାଖରେ
ହେ ଦାତା ଦୟାକର, ଆଉ ଦିଅନାହିଁ ଅଧିକ ଯାତନା...”
ଏହି ଗୀତଟି କଚ୍ଛ ଅଞ୍ଚଳରେ ବଳବତ୍ତର ରହିଥିବା ମହାନ ସୁସଂହତ ପରମ୍ପରା ସମ୍ପର୍କରେ ଆଲୋକପାତ କରେ। ସମ୍ପ୍ରତି ପାକିସ୍ତାନରେ ଅବସ୍ଥିତ ସିନ୍ଧକୁ ‘ଗ୍ରେଟ ରାନ ଅଫ କଚ୍ଛ’ ମଧ୍ୟ ଦେଇ ଏଠାରୁ ପ୍ରତି ବର୍ଷ ଯିବା ଆସିବା କରୁଥିବା ବାରବୁଲା ଯାଯାବର ସମ୍ପ୍ରଦାୟର ଲୋକେ ଏହି ଅଞ୍ଚଳରେ ଅବସ୍ଥାନ କରନ୍ତି। ଦେଶ ବିଭାଜନ ଯୋଗୁଁ ନୂଆ ସୀମାରେଖା ଆସିଯିବା ପରେ ପୂର୍ବ ପରି ଆଉ ଯାତାୟାତ ହେଉନାହିଁ, କିନ୍ତୁ କଚ୍ଛ ଓ ସିନ୍ଧ ସୀମାର ଦୁଇ ପଟେ ରହୁଥିବା ହିନ୍ଦୁ ଓ ମୁସଲମାନ ଯାଯାବର ସମ୍ପ୍ରଦାୟ ମଧ୍ୟରେ ରହିଥିବା ଦୃଢ ସମ୍ପର୍କ ଏବେ ବି ଅତୁଟ ରହିଛି।
ଧାର୍ମିକ ବ୍ୟବସ୍ଥାର ମହା ସମ୍ମେଳନରୁ ସୃଷ୍ଟ ସୁଫିବାଦ, ଗୀତ, ଲୋକକଥା, ପୁରାଣ ଓ ଏପରିକି ଭାଷାର ପାରସ୍ପରିକ ଆଦାନପ୍ରଦାନ ଏହି ଅଞ୍ଚଳର ଅଧିବାସୀ, ସେମାନଙ୍କ କଳା, ସ୍ଥାପତ୍ୟ ଓ ଧାର୍ମିକ ବ୍ୟବସ୍ଥା ଇତ୍ୟାଦିକୁ ପରଚାଳିତ କରେ। ଅଧିକାଂଶରେ ସୁଫିବାଦ ଆଧାରରେ ବିକଶିତ ଏହିସବୁ ସାଂସ୍କୃତିକ ଓ ଯାଯାବର ଜୀବନଶୈଳୀ ସମ୍ପ୍ରତି ଏହି ଅଞ୍ଚଳର ଲୋକସଙ୍ଗୀତଗୁଡ଼ିକ ମଧ୍ୟରୁ କ୍ରମେ ହଜି ହଜି ଯାଉଛି।
ନଖତ୍ରାଣ ତହସିଲ ଅନ୍ତର୍ଗତ ମୋରଗର ଗାଁର ୪୫-ବର୍ଷୀୟ ଯାଯାବର ସମ୍ପ୍ରଦାୟର କିଶୋର ରବାର ଗାଇଥିବା ଏହି ଗୀତଟିରେ ପୟଗମ୍ବରଙ୍କ ପ୍ରତି ଭକ୍ତି ପ୍ରକଟିତ ହୁଏ।
કરછી
મુનારા મીર મામધ જા,મુનારા મીર સૈયધ જા.
ડિઠો રે પાંજો ડેસ ડૂંગર ડુરે,
ભન્યો રે મૂંજો ભાગ સોભે રે જાની.
મુનારા મીર અલાહ.. અલાહ...
મુનારા મીર મામધ જા મુનારા મીર સૈયધ જા
ડિઠો રે પાજો ડેસ ડૂંગર ડોલે,
ભન્યો રે મૂજો ભાગ સોભે રે જાની.
મુનારા મીર અલાહ.. અલાહ...
સવા તોલો મૂંજે હથમેં, સવા તોલો બાંયા જે હથમેં .
મ કર મોઈ સે જુલમ હેડો,(૨)
મુનારા મીર અલાહ.. અલાહ...
કિતે કોટડી કિતે કોટડો (૨)
મધીને જી ખાં ભરીયા રે સોયરો (૨)
મુનારા મીર અલાહ... અલાહ....
અંધારી રાત મીંય રે વસંધા (૨)
ગજણ ગજધી સજણ મિલધા (૨)
મુનારા મીર અલાહ....અલાહ
હીરોની છાં જે અંઈયા ભેણૂ (૨)
બધીયા રે બોય બાહૂ કરીયા રે ડાહૂ (૨)
મુનારા મીર અલાહ… અલાહ….
મુનારા મીર મામધ જા,મુનારા મીર સૈયધ જા.
ડિઠો રે પાજો ડેસ ડુરે
ભન્યો રે મૂજો ભાગ સોભે રે જાની
મુનારા મીર અલાહ અલાહ
ଓଡ଼ିଆ
ମହମ୍ମଦଙ୍କ ମିନାର, ସଏଦଙ୍କ ମିନାର
ହେ ମୁଁ ଦେଖିଛି ମୋ ନିଜ ସ୍ଥାନର ପର୍ବତମାଳାକୁ
ମୁଣ୍ଡ ନୁଆଇଁ ପ୍ରଣିପାତ କରେ ସେମାନଙ୍କ ଆଗରେ
ହେ କେତେ ଭାଗ୍ୟବାନ ମୁଁ! ସେମାନଙ୍କ ମହିମା ଦ୍ଵାରା
ମୋ ହୃଦୟ ପୁଲକିତ ହୁଏ
ମୀର ମହମ୍ମଦଙ୍କ ମିନାର, ଆଲ୍ଲାହ! ଆଲ୍ଲାହ!
ମହମ୍ମଦଙ୍କ ମିନାର, ସଏଦଙ୍କ ମିନାର
ହେ ମୁଁ ଦେଖିଛି ମୋ ନିଜ ସ୍ଥାନର ପର୍ବତମାଳାକୁ
ମୁଣ୍ଡ ନୁଆଇଁ ପ୍ରଣିପାତ କରେ ସେମାନଙ୍କ ଆଗରେ
ହେ କେତେ ଭାଗ୍ୟବାନ ମୁଁ! ସେମାନଙ୍କ ମହିମା ଦ୍ଵାରା
ମୋ ହୃଦୟ ପୁଲକିତ ହୁଏ
ମୀର ମହମ୍ମଦଙ୍କ ମିନାର, ଆଲ୍ଲାହ! ଆଲ୍ଲାହ
ଗୋଟିଏ ତୋଳା ଓ ଚାରଣା ସୁନା ମୋ ହାତରେ
ଏବଂ ଅଛି ମଧ୍ୟ ମୋ ଭଉଣୀମାନଙ୍କ ପାଖରେ
ହେ ଦାତା ଦୟାକର, ଆଉ ଦିଅନାହିଁ ଅଧିକ ଯାତନା (୨)
ହେ ମୀର ମହମ୍ମଦଙ୍କ ମିନାର, ଆଲ୍ଲାହ! ଆଲ୍ଲାହ!
ଛୋଟ ନୁହେଁ କି ବଡ଼ ନୁହେଁ ଗୋଟିଏ ବଖରା (୨)
ମଦିନାରେ ତୁମକୁ ମିଳିବ ସୋୟାରୋର ଖଣି
ମଦିନାରେ ତୁମେ ପାଇବ ତାଙ୍କର ଅଗାଧ ଅନୁଗ୍ରହ।
ହେ ମୀର ମହମ୍ମଦଙ୍କ ମିନାର, ଆଲ୍ଲାହ! ଆଲ୍ଲାହ!
ବର୍ଷା ହେବ, ରାତିର ଅନ୍ଧାରରେ ଗାଳିଦେଇଯିବ
ଆକାଶ ଗର୍ଜ୍ଜିବ, ତୁମେ ତୁମ ପ୍ରିୟଜନମାନଙ୍କ ସହ ଏକାଠି ଥିବ
ହେ ମୀର ମହମ୍ମଦଙ୍କ ମିନାର, ଆଲ୍ଲାହ! ଆଲ୍ଲାହ!
ଗୋଟିଏ ତ୍ରସ୍ତ ହରିଣୀ ପରି ମୁଁ, ଊର୍ଦ୍ଧ୍ଵବାହୁ ହୋଇ କରେ ମୁଁ ପ୍ରାର୍ଥନା
ମହମ୍ମଦଙ୍କ ମିନାର, ସଏଦଙ୍କ ମିନାର
ହେ ମୁଁ ଦେଖିଛି ମୋ ନିଜ ସ୍ଥାନର ପର୍ବତମାଳାକୁ
ମୁଣ୍ଡ ନୁଆଇଁ ପ୍ରଣିପାତ କରେ ସେମାନଙ୍କ ଆଗରେ
ହେ କେତେ ଭାଗ୍ୟବାନ ମୁଁ! ସେମାନଙ୍କ ମହିମା ଦ୍ଵାରା
ମୋ ହୃଦୟ ପୁଲକିତ ହୁଏ
ମୀର ମହମ୍ମଦଙ୍କ ମିନାର, ଆଲ୍ଲାହ! ଆଲ୍ଲାହ!

Rahul Ramanathan
ଗୀତର ପ୍ରକାର: ପାରମ୍ପରିକ ଲୋକଗୀତ
ବର୍ଗ: ଭକ୍ତି ସଙ୍ଗୀତ
ଗୀତ ସଂଖ୍ୟା: ୫
ଗୀତର ଶୀର୍ଷକ: ମୁନାର ମୀର ମହମ୍ମଦ ଯା, ମୁନାର ମୀର ଶହୀଦ ଯା
ସଙ୍ଗୀତ ସଂଯୋଜନା: ଅମଦ ସମେଜା
ଗାୟକ: କିଶୋର ରବାର। ୪୫-ବର୍ଷୀୟ କିଶୋର ହେଉଛନ୍ତି ଯାଯାବର ସମ୍ପ୍ରଦାୟର କଚ୍ଛ ଅଞ୍ଚଳର ନଖତ୍ରାଣ ତହସିଲ ଅନ୍ତର୍ଗତ ମୋରଗର ଗାଁର ଅଧିବାସୀ।
ବାଦ୍ୟଯନ୍ତ୍ର: ଢୋଲ
ରେକର୍ଡିଂ ବର୍ଷ: ୨୦୦୪, କେଏମଭିଏସ୍ ଷ୍ଟୁଡିଓ
ଗୁଜରାଟୀ ଅନୁବାଦ: ଅମଦ ସମେଜା ଓ ଭାରତୀ ଗୋର
ପ୍ରୀତି ସୋନି, କେଏମଭିଏସର ସେକ୍ରେଟାରୀ ଅରୁଣା ଢୋଲାକିଆ ଓ ପ୍ରକଳ୍ପ ସଂଯୋଜିକା ଆମଦ ସମେଜାଙ୍କୁ ସେମାନଙ୍କ ସହଯୋଗ ପାଇଁ ଓ ଗୁଜରାଟୀ ଅନୁବାଦ ପାଇଁ ଭାରତୀବେନ ଗୋରଙ୍କୁ ତାଙ୍କର ଅକୁଣ୍ଠ ସାହାଯ୍ୟ ପାଇଁ ଆନ୍ତରିକ ଧନ୍ୟବାଦ।
କବିତା ଓ ଗଦ୍ୟ ଅନୁବାଦ: କପିଳାସ ଭୂୟାଁ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/କଚ୍ଛ-ଭକ୍ତି-ଓ-ଭ୍ରାତୃତ୍ଵର-ମିନାର

