ଧରାପଡ଼ିଲା ସେ ଫାଟକ ପାଖରେ, ମଝି ଛକରେ ହେଲା ହତ୍ୟାର ଶିକାର,
ସଡ଼କରେ ଖେଳିଗଲା ହୋ ହଲ୍ଲା।
ହାୟ! ହମୀରିୟୋ ଏଠାକୁ ଆସିଲା ନାହିଁ, ଆଉ ଆସିବ ନାହିଁ।


Kachchh, Gujarat
|SAT, FEB 25, 2023
କଚ୍ଛରେ : ଏକ ହ୍ରଦ ଓ ଏକ ପ୍ରେମ କାହାଣୀ
ଭୁଜର ପୃଷ୍ଠଭୂମି ଉପରେ ଆଧାରିତ କଚ୍ଛର ଏହି ଲୋକଗୀତରେ ପ୍ରେମ ଓ ବିରହର ସ୍ୱର ଶୁଭିଥାଏ। ପରୀରେ ଉପଲବ୍ଧ କଚ୍ଛ ଲୋକଗୀତ ଶୃଙ୍ଖଳାର ଏହା ଦ୍ୱିତୀୟ ଅଧ୍ୟାୟ
Author
Illustration
Translator
ଏହି ଗୀତ ପ୍ରାୟ ୨୦୦ ବର୍ଷ ପୁରୁଣା। କଚ୍ଛର ଏକ ପ୍ରସିଦ୍ଧ ଲୋକକଥା ଉପରେ ଆଧାରିତ ଏହି ଗୀତରେ ଦୁଇ ଜଣ ଯୁବ ପ୍ରେମୀଯୁଗଳ ହମୀସରର ଓ ହାମଲୀଙ୍କ କାହାଣୀ ବର୍ଣ୍ଣିତ। ଉଭୟଙ୍କ ପରିବାର ସେମାନଙ୍କ ପ୍ରେମକୁ ସ୍ୱୀକାର କରୁନଥିଲା। ସେଥିପାଇଁ ଦୁହେଁ ଭୁଜର ହମୀସରର ହ୍ରଦ ତଟରେ ଲୁଚିଲୁଚି ପରସ୍ପରକୁ ଭେଟୁଥିଲେ। କିନ୍ତୁ ଦିନେ, ଯେତେବେଳେ ହମୀର ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସୁଥିଲେ, ତାଙ୍କ ପରିବାରର ଜଣେ ସଦସ୍ୟ ତାଙ୍କୁ ଦେଖିନେଲେ। ସେ ଦୌଡ଼ି ପଳାଇବାକୁ ଉଦ୍ୟମ କଲେ କିନ୍ତୁ ଧରାପଡ଼ିଗଲେ। ପରବର୍ତ୍ତୀ ସମୟରେ ହୋଇଥିବା ଲଢ଼େଇରେ ହମୀରଙ୍କୁ ହତ୍ୟାର ଶିକାର ହେବାକୁ ପଡ଼ିଲା। ଏହା ଏକ ଶୋକଗୀତ, ଯେଉଁଠି ହ୍ରଦ କୂଳରେ ବସିଥିବା ହାମଲୀ ନିଜର ସେହି ପ୍ରେମିକଙ୍କ ଅପେକ୍ଷାରେ ରହିଛନ୍ତି, ଯିଏକି ଆଉ କେବେ ବି ଆସିବେ ନାହିଁ।
ପରିବାର ଲୋକମାନେ କାହିଁକି ରାଜି ହୋଇନଥିଲେ?
ଏହି ଲୋକଗୀତ ରସୁଡ଼ା ନାମରେ ଲୋକପ୍ରିୟ। ଏହାର ପଦଗୁଡ଼ିକରୁ ଜଣାପଡ଼ିଥାଏ ଯେ ପୁଅର ହତ୍ୟା ପଛରେ ତାଙ୍କ ଜାତି ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହୋଇପାରେ। ତେବେ ଅଧିକାଂଶ କଚ୍ଛ ବିଦ୍ୱାନ ଏହି ଗୀତକୁ ସେହି ମହିଳାଙ୍କ ଶୋକଗୀତ ଭାବେ ଦେଖିଥାନ୍ତି, ଯିଏକି ନିଜ ପ୍ରେମୀଙ୍କୁ ହରେଇଛନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଏହି ଲୋକଗୀତରେ ବର୍ଣ୍ଣିତ ଫାଟକ, ଛକ ଓ ଏହା ପରବର୍ତ୍ତୀ ହିଂସାର ବାସ୍ତବିକ ସନ୍ଦର୍ଭକୁ ଅଣଦେଖା କରାଯାଇଥାଏ।
୨୦୦୮ରେ କଚ୍ଛ ମହିଳା ବିକାଶ ସଂଗଠନ (କେଏମଭିଏସ୍) ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଗୋଷ୍ଠୀ ରେଡିଓ ଷ୍ଟେସନ ସୁରବାଣୀ ପକ୍ଷରୁ ରେକର୍ଡ କରାଯାଇଥିବା ୩୪୧ଟି ଲୋକଗୀତ ମଧ୍ୟରୁ ଏହା ଅନ୍ୟତମ। କେଏମଭିଏସ ଜରିଆରେ ଏହି ସଂଗ୍ରହ ପରୀ ନିକଟକୁ ଆସିଛି। ଏହିସବୁ ଗୀତ ମାଧ୍ୟମରେ ଆମକୁ ଏହି କ୍ଷେତ୍ରର ସଂସ୍କୃତି, ଭାଷା ଓ ସଙ୍ଗୀତ ସହ ଜଡ଼ିତ ବିବିଧତା ବିଷୟରେ ଜଣାପଡ଼ିଥାଏ। ଏହି ସଂଗ୍ରହ କଚ୍ଛର ସଙ୍ଗୀତ ପରମ୍ପରାକୁ ସଂରକ୍ଷିତ କରି ରଖିବାରେ ସହାୟକ ହୋଇଥାଏ, ଯାହାକି ଏବେ ଲୁପ୍ତ ହୋଇଯାଉଛି ଏବଂ ମରୁଭୂମିର ମରିଚିକାରେ ହଜିଯିବା ଭଳି ପ୍ରତୀୟମାନ ହେଉଛି।
ଏଠାରେ ପ୍ରସ୍ତୁତ କରାଯାଇଥିବା ଗୀତକୁ କଚ୍ଛ ଭଚାଉ ତାଲୁକାର ଭାବନା ଭୀଲ ଗାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ବିବାହ କାର୍ଯ୍ୟକ୍ରମରେ ସାଧାରଣତଃ ରସୁଡ଼ା ବାଜିଥାଏ। ରସୁଡ଼ା ମଧ୍ୟ ଏକ କଚ୍ଛ ଲୋକନୃତ୍ୟ, ଯେଉଁଥିରେ ମହିଳାମାନେ ଜଣେ ଢୋଲ ବାଦକଙ୍କ ଚାରି ପାଖରେ ଝୁଲି ଝୁଲି ନାଚିବା ସହିତ ଗୀତ ଗାଇଥାନ୍ତି। ଝିଅ ବାହାଘର ସମୟରେ, ତାଙ୍କ ପରିବାରକୁ ଜରୁରି ଗହଣା କିଣିବା ଲାଗି ଅଧିକ ପରିମାଣରେ ଋଣ ନେବାକୁ ପଡ଼ିଥାଏ। ହମୀରଙ୍କ ମୃତ୍ୟୁ ପରେ ହାମଲୀ ସେହିସବୁ ଗହଣା ପିନ୍ଧିବାର ଅଧିକାର ହରାଇ ଦେଇଥାନ୍ତି, ଏବଂ ଏହି ଗୀତରେ ତାଙ୍କର ଦୁଃଖ ଏବଂ ଋଣ ବିଷୟରେ ବର୍ଣ୍ଣନା କରାଯାଇଛି।
કરછી
હમીરસર તળાવે પાણી હાલી છોરી હામલી
પાળે ચડીને વાટ જોતી હમીરિયો છોરો હજી રે ન આયો
ઝાંપલે જલાણો છોરો શેરીએ મારાણો
આંગણામાં હેલી હેલી થાય રે હમીરિયો છોરો હજી રે ન આયો
પગ કેડા કડલા લઇ ગયો છોરો હમિરીયો
કાભીયો (પગના ઝાંઝર) મારી વ્યાજડામાં ડોલે હમીરિયો છોરો હજી રે ન આયો
ડોક કેડો હારલો (ગળા પહેરવાનો હાર) મારો લઇ ગયો છોરો હમિરીયો
હાંસડી (ગળા પહેરવાનો હારલો) મારી વ્યાજડામાં ડોલે હમીરિયો છોરો હજી રે ન આયો
નાક કેડી નથડી (નાકનો હીરો) મારી લઇ ગયો છોરો હમિરીયો
ટીલડી મારી વ્યાજડામાં ડોલે હમીરિયો છોરો હજી રે ન આયો
હમીરસર તળાવે પાણી હાલી છોરી હામલી
પાળે ચડીને વાટ જોતી હમીરિયો છોરો હજી રે ન આયો
ଓଡ଼ିଆ
ସେ ଅପେକ୍ଷାରେ ରହିଛି ହମୀରସର ହ୍ରଦ ତଟରେ; ହାମଲୀ ଅପେକ୍ଷାରେ ଅଛି।
ବନ୍ଧ ଉପରେ ଛିଡ଼ା ହୋଇ ଅପେକ୍ଷାରେ ରହିଛି, ନିଜ ପ୍ରେମିକ ହମୀରକୁ ପ୍ରତୀକ୍ଷା କରିଛି।
ହାୟ! ସେ ଆସିଲା ନାହିଁ, ଆଉ ଆସିବ ନାହିଁ !
ଧରାପଡ଼ିଲା ସେ ଫାଟକ ପାଖରେ, ମଝି ଛକରେ ହେଲା ହତ୍ୟାର ଶିକାର,
ସଡ଼କରେ ଖେଳିଗଲା ହୋ ହଲ୍ଲା।
ହାୟ! ହମିରିୟୋ ଏଠାକୁ ଆସିଲା ନାହିଁ, ଆଉ ଆସିବ ନାହିଁ।
ସେ ନେଇଗଲା ମୋ କଡାଲା,
ମୋ ପାଦର ଅଳଙ୍କାର, ସେହି ପୁଅ ହମୀରିୟୋ।
ନାଚୁଛି ମୋ ପାଦର ପାଉଁଜି, ମୁଁ ଋଣରେ ବୁଡ଼ିଛି।
ହାୟ! ହମୀରିୟୋ ଆସି ନାହିଁ, ଆଉ ଆସିବ ନାହିଁ।
ସେ ନେଇଗଲା ମୋ ଗଳାର ହାର, ସେଇ ପୁଅ ହମୀରିୟୋ।
ନାଚୁଛି ମୋ ଗଳାର ମାଳା, ମୁଁ ଋଣରେ ବୁଡ଼ିଛି।
ହାୟ! ହମୀରିୟୋ ଆସି ନାହିଁ, ଆଉ ଆସିବ ନାହିଁ।
ସେ ନେଇଗଲା ମୋ ନାକଫୁଲ, ସେହି ପୁଅ ହମୀରିୟୋ।
ମୋ ତିଲାଡ଼ି, ମୋ ବିନ୍ଦି, ନାଚନ୍ତି, ମୁଁ ଋଣରେ ବୁଡ଼ିଛି ।
ହାୟ! ତଥାପି ହମୀରିୟୋ ଆସି ନାହିଁ, ଆଉ ଆସିବ ନାହିଁ।
ସେ ଅପେକ୍ଷାରେ ରହିଛି ହମୀରସର ହ୍ରଦ ତଟରେ; ହାମଲୀ ଅପେକ୍ଷାରେ ଅଛି।
ବନ୍ଧ ଉପରେ ଛିଡ଼ା ହୋଇ ଅପେକ୍ଷାରେ ରହିଛି, ନିଜ ପ୍ରେମିକ ହମୀରକୁ ପ୍ରତୀକ୍ଷା କରିଛି।
Rahul Ramanathan
ଗୀତର ପ୍ରକାର: ପାରମ୍ପରିକ ଲୋକଗୀତ
କ୍ଲଷ୍ଟର: ପ୍ରେମ, ବିରହ ଓ ପ୍ରତୀକ୍ଷାର ସଙ୍ଗୀତ
ସଙ୍ଗୀତ: ୨
ସଙ୍ଗୀତର ଶୀର୍ଷକ: ହମିରସର ତଲାୱେ ପାଣି ହାଲୀ ଛୋରୀ ହାମଲୀ
ଗୀତିକାର: ଦେବଲ ମେହତା
ଗାୟକ: ଭଚାଓ ତାଲୁକା ଚମ୍ପାର ଗ୍ରାମର ଭାବନା ଭୀଲ
ବ୍ୟବହୃତ ବାଦ୍ୟଯନ୍ତ୍ର: ହାରମୋନିୟମ, ଡ୍ରମ
ରେକର୍ଡିଂ ବର୍ଷ: ବର୍ଷ ୨୦୦୫, କେଏମଭିଏସ ଷ୍ଟୁଡିଓ
ଗୁଜରାଟୀ ଅନୁବାଦ: ଅମଦ ସମେଜା, ଭାରତୀ ଗୋର
ପ୍ରୀତି ସୋନି, କେଏମଭିଏସର ସଚିବ ଅରୁଣା ଢୋଲକିଆ ଏବଂ କେଏମଭିଏସର ପ୍ରକଳ୍ପ ସଂଯୋଜକ ଅମଦ ସମେଜାଙ୍କୁ ତାଙ୍କର ସହଯୋଗ ପାଇଁ ବିଶେଷ କୃତଜ୍ଞତା। ମୂଳ କବିତାର ଅନୁବାଦରେ ସହାୟତା ପାଇଁ ଭାରତୀବେନ ଗୌରଙ୍କୁ ଆନ୍ତରିକ ଧନ୍ୟବାଦ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/କଚ୍ଛରେ-ଏକ-ହ୍ରଦ-ଓ-ଏକ-ପ୍ରେମ-କାହାଣୀ

