ଜଣଙ୍କ ତତ୍ତ୍ୱାବଧାନରେ ସ୍ଥାନାନ୍ତର। ମଇଁଷିଙ୍କୁ ବାଟ ଦିଗ ଦେଖାନ୍ତି ମଣିଷ। ପ୍ରତିବର୍ଷ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଗୋପାଳମାନେ ବହୁ ସଂଖ୍ୟାରେ ଗୃହପାଳିତ ଜଳ ମଇଁଷିଙ୍କୁ ନେଇ ଦେବୀ ନଦୀ ପାର ହୁଅନ୍ତି। ଉତ୍ତପ୍ତ ଖରା ମାସ ଗୁଡ଼ିକରେ ଚରିବା ପାଇଁ ନଦୀ ଆରପଟେ ନୂଆ ଘାସ ପଡ଼ିଆ ସନ୍ଧାନରେ ଯାଇଥାନ୍ତି । ପୁଣି ପହଁରି ପହଁରି ଫେରି ଆସନ୍ତି। ଏହା ସିରେଙ୍ଗେଟ୍ଟି ଜାତୀୟ ଉଦ୍ୟାନର ସ୍ଥାନାନ୍ତରଣ ନୁହେଁ। ତଥାପି ଏହା ଏକ ଅସାଧାରଣ ଦୃଶ୍ୟ।
ଦିନେ ନହରଣା ଗ୍ରାମ ପଞ୍ଚାୟତ ନିକଟରେ ଏଭଳି ଏକ ଦଳବଦ୍ଧ ସ୍ଥାନାନ୍ତର ଦୃଶ୍ୟ ମୁଁ ଦେଖିଛି। ଗାଁଟି ଦେବୀ ନଦୀ କୂଳରେ ଅବସ୍ଥିତ। ଉପକୂଳ ଓଡ଼ିଶାର ଜଗତସିଂହପୁର ଏବଂ ପୁରୀ ଜିଲ୍ଲା ମଧ୍ୟ ଦେଇ ଏହି ନଦୀଟି ବହି ଯାଇଛି। ମହାନଦୀର ଏକ ପ୍ରଧାନ ଶାଖାନଦୀ।






















