କିନ୍ତୁ ଫେରିବା ପରେ ଜିଦଖୋର ଲୋକଙ୍କ ସହ ପୁଲିସ ମୁହାଁମୁହିଁ ହେବ। ଦକ୍ଷିଣ କୋରିଆର ଏହି ପ୍ରସ୍ତାବିତ ବୃହତ ଷ୍ଟିଲ ଏବଂ ବନ୍ଦର ପ୍ରକଳ୍ପ ପାଇଁ ଲୋକଙ୍କ ଚାଷ ଜମି ଅକ୍ତିଆର କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ବିରୋଧ ପାଇଁ ଲୋକେ ନିଷ୍ପତ୍ତି ନେଇସାରିଛନ୍ତି। ପ୍ରକଳ୍ପକୁ ୬୦୦ ନିୟୁତ ଟନ୍ ବିଶିଷ୍ଟ ଲୁହାଖଣି ମଧ୍ୟ ମିଳିବ।
ପାନ ବରଜ
ଏଠାରେ ଅପେକ୍ଷାକୃତ ଓଡ଼ିଶାର ସ୍ୱଛଳ ବର୍ଗର ଚାଷୀ ରହନ୍ତି। ସେମାନଙ୍କର ଭଲ ଆର୍ଥିକ ସ୍ଥିତିର କାରଣ ହେଉଛି ପାନ ଚାଷ। ପ୍ରକଳ୍ପ ଅଞ୍ଚଳ ମଧ୍ୟରେ ୧,୮୦୦ ପାନ ବରଜ ଥିବା ସରକାରୀ ଭାବେ ହିସାବ ହୋଇଛି। କିନ୍ତୁ ପାନ ଚାଷୀଙ୍କ ହିସାବରେ ଏହି ସଂଖ୍ୟା ୨,୫୦୦। ସେଥି ମଧ୍ୟରୁ କେବଳ ଢିଙ୍କିଆ ଏବଂ ଗୋବିନ୍ଦପୁରରେ ୧୦୦୦ଟି ରହିଛି। ପ୍ରତି ଦିନର ମଜୁରୀ ଗୋଟିଏ ବକ୍ତ ଖାଇବା ସହ ୨୦୦ ଟଙ୍କା କିମ୍ବା ତାଠାରୁ ଅଧିକ। ରାଜ୍ୟର କୃଷି କ୍ଷେତ୍ରରେ ଦୈନିକ ମଜୁରୀ ଭାବରେ ଏହା ସବୁଠୁ ଅଧିକ। ଭୁବନେଶ୍ୱରରେ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ମଜୁରୀଠାରୁ ଏହା ଅଧିକ ଏବଂ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମାଞ୍ଚଳ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଜିଏନଆରଇଜିଏସ୍) ମଜୁରୀର ପାଖାପାଖି ଦୁଇ ଗୁଣ। ଯଦି ପାନବରଜରେ ସ୍ୱତନ୍ତ୍ର କାମ ଥାଏ, ତେବେ ଏହି ମଜୁରୀ ଏକ ବକ୍ତ ଖାଇବା ସହ ୪୫୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଏକ ଏକରର ୧୦ ଭାଗରୁ ଏକ ଭାଗ ପରିମିତ ଗୋଟିଏ ଛୋଟ ପାନ ବରଜ ବାର୍ଷିକ ୪୫୦ କିମ୍ବା ତାଠାରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିଥାଏ। ପରିବାର ଲୋକଙ୍କ ୬୦୦ ଦିନର ଶ୍ରମକୁ ଛାଡି। ଏପରିକି କିଛି ଭୂମିହୀନ ଶ୍ରମିକ ମାଛ ଧରିବାରୁ ଅଧିକ ରୋଜଗାର କରନ୍ତି। ଯଦି ଜଟାଧାରୀରେ ପୋସ୍କୋର ନିଜର ବନ୍ଦର ହୁଏ ଏହି ରୋଜଗାର ବାଟ ବନ୍ଦ ହୋଇଯିବ। ସେଥିପାଇଁ ପ୍ରକଳ୍ପ ହେଲେ ନିଯୁକ୍ତି ମିଳିବ ବୋଲି ଯେଉଁ ଦାବି କରାଯାଉଛି ତାକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ଏବଂ ନିଯୁକ୍ତି ପାଇଁ କୌଣସି ବଡ଼ ଦାବି ରଖୁ ନାହାନ୍ତି। ସବୁ ଶ୍ରେଣୀର ଲୋକେ, ଏପରିକି ବ୍ୟବସାୟୀମାନେ ମଧ୍ୟ ପ୍ରକଳ୍ପ ପାଇଁ ସେମାନଙ୍କ ଜୀବିକା ଛାଡିବାକୁ ରାଜି ନୁହନ୍ତି। ପ୍ରକଳ୍ପ କ୍ଷତିକାରକ ଏବଂ କ୍ଷତିପୂରଣର କୌଣସି ଅର୍ଥ ନାହିଁ ବୋଲି ସେମାନେ ଭାବନ୍ତି।
ମାମଲା ଏବଂ ପରଓ୍ୱାନା
ପୋସ୍କୋ ବିରୋଧୀ ଆନ୍ଦୋଳନ ପ୍ରତି ସରକାରଙ୍କ ଆଭିମୁଖ୍ୟ ଶାନ୍ତ ବାତାବରଣ ତଳେ ଅସ୍ଥିରତା ସୃଷ୍ଟି କରୁଥିଲା। ବହୁ ଲୋକଙ୍କ ବିରୋଧରେ ବହୁ ସଂଖ୍ୟାରେ ମାମଲା ରୁଜୁ ହେଲା - ଅସଂଖ୍ୟ ପରଓ୍ୱାନା ଜାରି ହେଲା - ଅଧିକାଂଶ ଲୋକ ଗାଁରୁ ୫ ବର୍ଷ ପର୍ଯ୍ୟନ୍ତ ବାହାରକୁ ଯାଇପାରିଲେ ନାହିଁ। ଢିଙ୍କିଆ ଏବଂ ଗୋବିନ୍ଦପୁର ମାନବ ପ୍ରାଚୀର ହୋଇ ପୋଲିସ ବିରୋଧରେ ଛିଡା ହୋଇଥିବା ପ୍ରତିବାଦକାରୀ କହିଲେ, ‘ଅନ୍ୟ ଗାଁରେ ଘନିଷ୍ଠ ସଂପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେଇ ପାରୁନାହାନ୍ତି। ଅତ୍ୟନ୍ତ ଅସୁସ୍ଥ ଥିବା ରକ୍ତ ସଂପର୍କୀୟ କିମ୍ବା ବାପାମା’ଙ୍କୁ ମଧ୍ୟ ସେମାନେ ଭେଟି ପାରୁ ନାହାନ୍ତି ।’ ଏହା ବନ୍ଦୀ ପରିସ୍ଥିତି ଭଳି।
ସଂଗ୍ରାମ କରି ଚୌଦ୍ୱାର ଜେଲରେ ୧୦ ମାସ କାଟିଛନ୍ତି ଅଭୟ ସାହୁ। ତାଙ୍କ ବିରୋଧରେ ୪୯ଟି ମାମଲା ରୁଜୁ ହୋଇଛି। ସେ କହିଲେ, ‘ପୋସ୍କୋକୁ ପ୍ରତିବାଦ କରିବାର ଫଳ ସ୍ୱରୂପ ଏଠାରେ ପ୍ରାୟ ଏକ ହଜାର ଲୋକଙ୍କ ବିରୋଧରେ ୧୭୭ଟି ମାମଲା ରୁଜୁ ହୋଇଛି। ଓଡ଼ିଶା ଏବଂ ଓଡ଼ିଶା ବାହାରେ ବିସ୍ଥାପନ ବିରୋଧୀ ଆନ୍ଦୋଳନକାରୀଙ୍କୁ ଅପରାଧୀ ଭାବରେ ସଜେଇ ଦିଆଯାଉଛି। ଏଠାରୁ ପ୍ରାୟ ୧୦୦ କିଲୋମିଟର ଦୂର କଳିଙ୍ଗନଗରରେ ଟାଟା ଷ୍ଟିଲ୍ କାରଖାନା ପାଇଁ ଜମି ଅଧିଗ୍ରହଣକୁ ଆଦିବାସୀ ନେତା ରବି ଜାରିକା ଖୋଲାଖୋଲି ଭାବେ ବିରୋଧ କଲେ। ସେ କହିଲେ, ‘ମୋ ଗାଁ ଚଣ୍ଡିଆକୁ ମୁଁ ଛାଡି ପାରିବିନି। ପୁଲିସ ମୋ ବିରୋଧରେ ୭୨ଟି ମାମଲା ରୁଜୁକଲା। ଯେତେ ଧାରା ଆପଣ କହିପାରିବେ ସବୁ ଧାରାରେ ମାମଲା ରୁଜୁ କଲା। ’
ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ସିଂ ଦିଲ୍ଲୀରୁ ଫୋନ ଯୋଗେ ଆମକୁ ହକିଲେ, ‘ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ଅଭିଯୋଗ ବିଲକୁଲ ମିଛ। ୨୦୦-୩୦୦ ଖଳ ପ୍ରକୃତିର ଲୋକଙ୍କ ବିରୋଧରେ ମାମଲା ହୋଇଥାଇପାରେ। ପ୍ରତିରୋଧ ସଂଗ୍ରାମ ସମିତି ଦ୍ୱାରା ନିର୍ଯାତିତ ହୋଇଥିବା କିଛି ଲୋକ ମଧ୍ୟ ମାମଲା ରୁଜୁ କରିଛନ୍ତି। ତା’ ଭିତରେ ଅଛନ୍ତି ୫୨ଟି ପରିବାର , ଯେଉଁମାନଙ୍କୁ ଜୋର ଜବରଦସ୍ତ ଗାଁରୁ ବାହାର କରି ଦିଆଯାଇଛି। ଏବଂ ଯଦି କୌଣସି ନିରୀହ ଲୋକ ଗିରଫର ଭୟ ରଖିଛନ୍ତି, ତେବେ ସେମାନେ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ଦ୍ୱାରା ଭୁଲ ଦିଗରେ ପରିଚାଳିତ ହୋଇଛନ୍ତି।’
୨୦୦୫ ଚୁକ୍ତି ସ୍ୱାକ୍ଷର
ଢିଙ୍କିଆରେ ବର୍ତ୍ତମାନର ଶାନ୍ତ ପରିସ୍ଥିତିକୁ ନେଇ ସାହୁ ଠିକ୍ ଜଣା ପଡୁଥିଲେ। ବର୍ଷା ଢାଳିବାରୁ ଭୂମି ଲଢେଇ ଯେତେବେଳେ ବନ୍ଦ ରହିଥିଲା, ସେତେବେଳେ ରାଜନୈତିକ ଅଡୁଆ ଏହାକୁ ଶକ୍ତି ଯୋଗାଉଥିଲା। ଶେଷଟି ଥିଲା ପ୍ରକଳ୍ପ ଅଞ୍ଚଳରେ ଥିବା ସ୍କୁଲରୁ ପୁଲିସ କ୍ୟାମ୍ପ ହଟାଇବାକୁ ରାଜ୍ୟ ସରକାରଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶ। ବର୍ଷେ ତଳୁ ଚୁକ୍ତି(ଏମଓୟୁ)ର ଅବଧି ଶେଷ ହୋଇଥିବାବେଳେ ରାଜ୍ୟ ସରକାର ଜୋର ଜବରଦସ୍ତି ଜମି ଅଧିଗ୍ରହଣ କରୁଥିବା ନେଇ ସମାଲୋଚନା ହେଲା। ୨୦୦୫ ଏମଓୟୁରେ ପୋସ୍କୋକୁ ବଜାର ଦରଠାରୁ କମ୍ ମୂଲ୍ୟରେ ଖଣି ଦିଆଯାଇଥିଲା। ସରକାରୀ ସୂତ୍ର ଅନୁସାରେ ‘୧୫ ଦିନ ମଧ୍ୟରେ ଏହାର ନବୀକରଣ ହେବ। ’ କିନ୍ତୁ ଏମଓୟୁର ଅବଧି ପୂରି ଯାଇଥିଲେ ବି ପ୍ରକଳ୍ପ ପାଇଁ ୪୦୦୪ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସରକାର ଚଳାଇ ରଖିଥିଲେ। ଏଥିରୁ ପ୍ରାୟ ଢିଙ୍କିଆ ଏବଂ ଗୋବିନ୍ଦପୁରରେ ଅଧା ଥିଲା।