ଘଞ୍ଚ ଭାବେ ଲଗାଯାଇଥିବା କଣ୍ଟାଳିଆ ଚା’ ବୁଦା ମଧ୍ୟରେ ଥିବା ଏକ ଅତି ଛୋଟ ବ୍ୟବଧାନ ଆଡକୁ ଇଙ୍ଗିତ କରି ଦିୟା ଟୋପ୍ପୋ(ନାମ ପରିବର୍ତ୍ତିତ) କହିଲେ, ‘‘ଜରୁରୀକାଳୀନ ସ୍ଥିତିରେ ମୁଁ ଏଠାରେ ଶୌଚ ହୋଇଥାଏ।’’ ସେ ଚିନ୍ତିତ ହୋଇ ଯୋଗ କଲେ, ‘‘ଆଜି ସକାଳେ ମୋତେ ଏକ ମହୁମାଛି କାମୁଡ଼ିଥିଲା; ଆପଣଙ୍କୁ ଏଠାରେ ସାପ ବି କାମୁଡିପାରେ।’’
ଦିନ ମଜୁରିଆମାନଙ୍କ ଲାଗି ନିୟମିତ ଭାବେ କାମ କରିବାର ପରିସ୍ଥିତି କଠିନ, କିନ୍ତୁ ଯଦି ଆପଣ ଏକ ଚା ବଗିଚାରେ କାମ କରୁଥିବା ମହିଳା ହୋଇଥାନ୍ତି ତା’ ହେଲେ ଶୌଚ ହେବା ଲାଗି ଏକ ବିରତି ନେବା ବି ଅଜଣା ବିପଦ ହୋଇପାରେ।
ସେହି ୫୩ ବର୍ଷୀୟ ଶ୍ରମିକ ଜଣକ ମନେ ପକାଇଲେ, ‘‘ଯେତେବେଳେ ମୁଁ ସାନ ଥିଲି, ସେତେବେଳେ ଜରୁରୀକାଳୀନ ସ୍ଥିତିରେ ଶୌଚାଳୟର ବ୍ୟବହାର କରିବା ଲାଗି କ୍ୱାଟର୍ସକୁ ସାଇକେଲରେ ଫେରି ଯିବାକୁ ସମୟ ସମୟରେ ଚିନ୍ତା କରୁଥିଲି।’’ କିନ୍ତୁ ସେହି ଯାତ୍ରା ଯୋଗୁ ଚା’ ପତ୍ର ତୋଳିବା ଲାଗି ସେ ଦେଉଥିବା ସମୟ କମିଯାଇଥାନ୍ତା: ‘‘ମୋତେ ପ୍ରତିଦିନର ଲକ୍ଷ୍ୟ [ପତ୍ରର ] ପୂରା କରିବାର ଆବଶ୍ୟକତା ରହିଛି। ମୁଁ ରିସ୍କ ନେଇ ପାରିବି ନାହିଁ [ପାରିଶ୍ରମିକ ହରାଇବାର]’’।
ତାଙ୍କର ସହକର୍ମୀ, ସୁନୀତା କିସ୍କୁ (ନାମ ପରିବର୍ତ୍ତିତ) ସହମତି ପ୍ରକାଶ କଲେ: ‘‘କେବଳ ଦୁଇଟି ବିକଳ୍ପ ରହିଛି-ପୂରା ଦିନ ଲାଗି ନିୟନ୍ତ୍ରଣ କରିବା [ପରିସ୍ରା କରିବାର ଇଚ୍ଛାକୁ] କିମ୍ବା ଏଠାରେ ପରିସ୍ରା କରିବା [ଖୋଲାରେ]। କିନ୍ତୁ ଏଠାରେ ପୋକ ଏବଂ ଜୋକଙ୍କ ସଂଖ୍ୟାକୁ ଦେଖିଲେ ତାହା ଅତି ବିପଦପୂର୍ଣ୍ଣ।’’
କିଛି ଚା କଂପାନି ଏକ ଛତା, ଏକ ଚପଲ (ସ୍ୟାଣ୍ଡଲ), ଏକ ଟ୍ରିପୋଲ(ତାରପୋଲିନ) ଏବଂ ଏକ ଝୁରି(ବ୍ୟାଗ) ଦେଇଥିାନ୍ତି। ଦିୟା କହିଲେ, ‘‘ସେହି ଟ୍ରିପୋଲ ଆମର ପୋଷାକକୁ ଗଛରେ ଥିବା ପାଣି ଦ୍ୱାରା ଓଦା ହେବାରୁ ରକ୍ଷା କରିଥାଏ। ଅନ୍ୟ ଜିନିଷପତ୍ର [ବୁଟ୍ ଭଳି ଉପକରଣ]କୁ ଆମକୁ ନିଜକୁ କିଣିବାକୁ ହୁଏ।’’
୨୬ ବର୍ଷୀୟା ସୁନୀତା (ନାମ ପରିବର୍ତ୍ତିତ) କରି କହିଲେ, ‘‘ଆମଠାରୁ ଲଗାତର ୧୦ ଘଣ୍ଟା ଧରି କାମ କରିବାକୁ ଆଶା କରାଯାଏ। ଯଦି ସେ ଏକ ଶୌଚାଳୟର ବ୍ୟବହାର କରିବାକୁ ଘରକୁ ଫେରି ଯାଆନ୍ତି - ସେ ଯେଉଁଠାରେ କାମ କରନ୍ତି ସେହି ବଗିଚାଠାରୁ ୨ କିମି ଦୂର-ତା’ ହେଲେ ସେ କିଛି ଘଣ୍ଟାର ପାରିଶ୍ରମିକ ହରାଇବେ। ଦୁଇଟି ପିଲାର ମା’ ସୁନୀତା ତାକୁ ସହ୍ୟ କରିପାରିବେ ନାହିଁ ବୋଲି କହନ୍ତି।









