ସବୁଜ ପାହାଡ଼ଗୁଡ଼ିକ, ଛୋଟ ଛୋଟ ଝରଣା ଏବଂ ସ୍ୱଚ୍ଛ ବାୟୁ ମଧ୍ୟରେ ଜଣେ ଯୁବକ ନିଜର ମଇଁଷିଗୁଡ଼ିକ ଚରୁଥିବାର ଦେଖୁଛନ୍ତି ।
‘‘ଆପଣ କୋଣସି ପ୍ରକାର ସର୍ଭେ କରୁଛନ୍ତି କି?’’ ମୁଁ ତାଙ୍କ ପାଖକୁ ଯିବାରୁ ସେ ପଚାରିଲେ।
ମୁଁ ‘ନା’ କହିଲି ଏବଂ ପୁଷ୍ଟିହୀନତା ଘଟଣାଗୁଡ଼ିକ ସଂପର୍କରେ ରିପୋର୍ଟ କରିବାକୁ ମୁଁ ଏଠାକୁ ଆସିଛି ବୋଲି ଯୋଗ କଲି ।
ଆମେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଥିବା ମୋଖଡା ତାଲୁକାରେ ଅଛୁ ଯେଉଁଠାରେ ୫,୨୨୧ ଜଣ ପିଲାଙ୍କୁ ଅତି କମ୍ ଓଜନର ଭାବେ ଚିହ୍ନଟ କରାଯାଇଛି - ଏହି ରିପୋର୍ଟ ଅନୁସାରେ ତାହା ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ।
ଆମେ ରାଜଧାନୀ ମୁମ୍ବାଇଠାରୁ ମାତ୍ର ୧୫୭ କିମି ଦୂରରେ ଅଛୁ କିନ୍ତୁ ଏଠାକାର ସୁନ୍ଦର ପ୍ରାକୃତିକ ଦୃଶ୍ୟ ଏକ ଭିନ୍ନ ପୃଥିବୀ ପରି ମନେହୁଏ।
ରୋହିଦାସ କା ଠାକୁର ସଂପ୍ରଦାୟର ଯାହାକି ମହାରାଷ୍ଟ୍ରରେ ଅନୁସୂଚୀତ ଜନଜାତି ଭାବେ ତାଲିକାଭୁକ୍ତ । ପାଲଘର ଜିଲ୍ଲାରେ, ଜନସଂଖ୍ୟାର ୩୮ ପ୍ରତିଶତ ହେଉଛନ୍ତି ଆଦିବାସୀ । ଯୁବ ମଇଁଷି ଚରାଳୀ ଜଣକ ମୋତେ ତାଙ୍କର ବୟସ କହିବାରେ ସମର୍ଥ ହେଲେ ନାହିଁ, କିନ୍ତୁ ତାଙ୍କ ବୟସ ୩୦ ପାଖାପାଖି ହୋଇଥିବା ଭଳି ଲାଗୁଛି। ତାଙ୍କ କାନ୍ଧରେ ଏକ ଛତା ଓହଳିଛି, ଗଳାରେ ଏକ ତଉଲିଆ ଗୁଡ଼ାଯାଇଛି ଏବଂ ସେ ହାତରେ ଏକ କାଠ ବାଡ଼ି ଧରିଛନ୍ତି । ତାଙ୍କର ଦୁଇଟି ପଶୁ ଘାସ ଚରୁଥିବା ବେଳେ ସେ ପଶୁଗୁଡ଼ିକ ଉପରେ ନଜର ରଖିଛନ୍ତି । ସେ କହିଲେ, ‘‘କେବଳ ବର୍ଷାଦିନମାନଙ୍କରେ ହିଁ ପଶୁମାନେ ପେଟପୂରା ଖାଇବାକୁ ପାଇଥାନ୍ତି ।’’ ‘‘ଖରାଦିନେ ସେମାନଙ୍କୁ ବହୁତ ବୁଲିବାକୁ ପଡ଼େ [ଖାଦ୍ୟ ଖୋଜିବା ପାଇଁ ]।’’






