ଘର ଅଗଣାକୁ ମୁଁ ଝୁରି ହେବି, ଝୁରିହେବି ଆମର ଚଳଣି।
ପାଲଟିଯିବି ଜଣେ ବିଦେଶିନୀ, ଜଣେ ଅତିଥି। ଆଗୋ ମା’, ଏଇ ଜାଗାକୁ ମୁଁ ଝୁରି ହେବି।


Kachchh, Gujarat
|SAT, MAY 20, 2023
ଏଇ ଅଗଣା, ଆମ ଘର, ଆଉ ମୋ ଗାଁ
ବାହାଘର ପରେ ଘର ଛାଡ଼ି ଯାଉଥିବା ଝିଅଟିଏର ଅନ୍ତର୍ବେଦନାକୁ ଶୁଣନ୍ତୁ ଏହି ‘କଚ୍ଛି’ ଗୀତରେ
Author
Illustration
Translator
ବାହାଘର ପରେ ଶାଶୁଘରକୁ ଯାଉଥିବା ଝିଅଟି ଗାଇ ଉଠେ କୋହଭରା ଗୀତ। ନିଜ ପରିବାର ଓ ସାଙ୍ଗସାଥିମାନଙ୍କଠାରୁ ସମ୍ପର୍କ ତୁଟାଇବାର ଦୁଃଖଦ ଅବସ୍ଥାକୁ ସାରା ଦେଶରେ ଥିବା ଏକାଧିକ ସାଂସ୍କୃତିକ ପରମ୍ପରାର ଗୀତ ଓ ଛନ୍ଦରେ ବାନ୍ଧି ରଖାଯାଇଛି। ବାହାଘର ବେଳେ ବୋଲାଯାଉଥିବା ଏହି ଭଳି ଗୀତଗୁଡ଼ିକ ଆମ କଥିତ ପରମ୍ପରା ଅନ୍ତର୍ଗତ ଅତି ଗୁରୁତ୍ୱପୂର୍ଣ୍ଣ ବିଭାବକୁ ସାଇତି ରଖିଛି।
ଶୈଳୀ ଓ ବିଷୟବସ୍ତୁ ଦୃଷ୍ଟିରୁ ଏହି ସରଳ ଗୀତଗୁଡ଼ିକ ସାମାଜିକ ଗଠନ କ୍ଷେତ୍ରରେ ଲିଙ୍ଗଗତ ବୈଷମ୍ୟର ପ୍ରଭାବ ସତ୍ତ୍ୱେ ଆତ୍ମ-ପରିଚୟ ହାସଲ କରିବା ଦିଗରେ ପିଢ଼ି ପରେ ପିଢ଼ି ଦ୍ଵାରା ବ୍ୟବହାର, ସଂରକ୍ଷଣ ଓ ଗ୍ରହଣୀୟ ହୋଇଥାଏ। ପିତୃକୈନ୍ଦ୍ରିକ ସାମାଜିକ ବ୍ୟବସ୍ଥା ଭିତରେ ଜଣେ ନାରୀର ଜୀବନରେ ବାହାଘର କେବଳ ଏକ ସ୍ଵତନ୍ତ୍ର ଘଟଣା ନୁହେଁ, ବରଂ ତା’ର ଆତ୍ମ-ପରିଚୟ ତିଆରି ହେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ କଥା। ଯେଉଁ ଅଗଣାକୁ ସେ ତା’ର ସ୍ମୃତି, ପରିବାର, ସାଙ୍ଗସାଥି ଓ ସ୍ଵାଧୀନତା ରୂପେ ଏପର୍ଯ୍ୟନ୍ତ ଜାଣିଥିଲା, ବାହାଘର ପରଠାରୁ ସେସବୁ କ୍ରମେ ତାକୁ ଅଜଣା ଲାଗେ ଓ ତା’ଠାରୁ ଦୂରେଇ ଯାଏ। ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥା ଭିତରେ ସେ ଜାଣିଥିବା ସବୁ କଥା ବାବଦରେ ବିସ୍ମୃତ ହେବା ଦ୍ଵାରା ତା’ ଭିତରେ ଜଟିଳ ଭାବାବେଗ ସୃଷ୍ଟି କରେ।
‘କଚ୍ଛ’ ଅଞ୍ଚଳର ମୁନ୍ଦ୍ରା ତହସିଲ ଅନ୍ତର୍ଗତ ଭଦ୍ରେସର ଗାଁରେ ରହୁଥିବା ଓ ଜଣେ କେଉଟ ରୂପେ ଜୀବନ ନିର୍ବାହ କରୁଥିବା ମୁସଲିମ ସମ୍ପ୍ରଦାୟର ଜୁମା ବାଘେରଙ୍କ ଏହି ଗୀତଟି ୨୦୦୮ରୁ ଆରମ୍ଭ ହୋଇଥିବା ଗୋଷ୍ଠୀ-ପରିଚାଳିତ ରେଡିଓ ‘ସୁରବାଣୀ’ ରେକର୍ଡ କରିଥିବା ସମୁଦାୟ ୩୪୧ଟି ଗୀତ ଭିତରୁ ଗୋଟିଏ। କେଏମଭିଏସ ମାଧ୍ୟମରେ ‘ପରୀ’ ପାଖକୁ ଆସିଥିବା ଏହି ଗୀତଗୁଡିକର ସଂଗ୍ରହ ସ୍ଥାନୀୟ ଅଞ୍ଚଳର ଯଥେଷ୍ଟ ସାଂସ୍କୃତିକ, ଭାଷାଗତ ଓ ସାଙ୍ଗୀତିକ ବିବିଧତାରେ ପରିପୃଷ୍ଟ। ଏହି ସଂଗ୍ରହ ‘କଚ୍ଛ’ ଅଞ୍ଚଳରୁ ମରୁଭୂମିର ବୀସ୍ତିର୍ଣ୍ଣ ବାଲୁକାରାଶିରେ କ୍ରମେ ହଜି ଯାଉଥିବା ସାଙ୍ଗୀତିକ ପରମ୍ପରାକୁ ସଂରକ୍ଷଣ କରି ରଖିବାରେ ସାହାଯ୍ୟ କରିବ।
ଗୀତଗୁଡ଼ିକ ମଧ୍ୟରେ ଜଣେ ନାରୀ ରୂପେ ତା’ର ଉଦବେଗ ଓ ଆଶଙ୍କାକୁ ପ୍ରକାଶ କରିବା ତା’ ପାଇଁ ନିରାପଦ, ଯାହାକୁ ସେ ଅନ୍ୟ କୌଣସି ଭାବେ ସହଜରେ ପ୍ରକାଶ କରି ପାରିବ ନାହିଁ।
કરછી
અંઙણ જાધ પોંધા મૂકે વલણ જાધ પોંધા (૨)
આંઊ ત પરડેસણ ઐયા મેમાણ. જીજલ મૂકે અંઙણ જાધ પોંધા
અંઙણ જાધ પોંધા,મિઠડા ડાડા જાધ પોંધા (૨)
આઊ ત પરડેસણ ઐયા મેમાણ, માડી મૂકે અંઙણ જાધ પોંધા
આઊ ત વિલાતી ઐયા મેમાણ, માડી મૂકે અંઙણ જાધ પોંધા
અંઙણ જાધ પોંધા મિઠડા બાવા જાધ પોંધા (૨)
આઊ તા રે પરડેસણ બાવા મેમાણ, માડી મૂકે અંઙણ જાધ પોંધા
આઊ તા વિલાતી ઐયા મેમાણ, જીજલ મૂકે અંઙણ જાધ પોંધા
અંઙણ જાધ પોંધા મિઠડા કાકા જાધ પોંધા (૨)
આઊ તા પરડેસણ કાકા મેમાણ,માડી મૂકે અંઙણ જાધ પોંધા
અંઙણ જાધ પોંધા મિઠડા મામા જાધ પોંધા (૨)
આઊ તા રે ઘડી જી મામા મેમાણ, માડી મૂકે અંઙણ જાધ પોંધા (૨)
આઊ તા વિલાતી ઐયા મેમાણ, માડી મૂકે અંઙણ જાધ પોંધા
અંઙણ જાધ પોંધા મિઠડા વીરા જાધ પોંધા (૨)
આઊ તા રે પરડેસી મેમાણ, વીરા મૂકે અંઙણ જાધ પોંધા
અંઙણ જાધ પોંધા મૂકે વલણ જાધ પોંધા (૨)
આઊ તા રે પરડેસણ ઐયા મેમાણ, માડી મૂકે અંઙણ જાધ પોંધા
આઊ તા વિલાતી ઐયા મેમાણ, જીજલ મૂકે અંઙણ જાધ પોંધા
આઊ તા રે ઘડી જી ઐયા મેમાણ,માડી મૂકે અંઙણ જાધ પોંધા (૨)
અંગણ યાદ પોધા મુકે વલણ યાદ પોધ
ଓଡ଼ିଆ
ଘର ଅଗଣାକୁ ମୁଁ ଝୁରି ହେବି, ଝୁରିହେବି ଆମର ଚଳଣି।
ପାଲଟିଯିବି ଜଣେ ବିଦେଶିନୀ, ଜଣେ ଅତିଥି। ଆଗୋ ମା’, ଏଇ ଜାଗାକୁ ମୁଁ ଝୁରି ହେବି।
ଏଇ ଘର ଅଗଣାକୁ ମୁଁ ଝୁରି ହେବି, ହେ ଜେଜେବାପା ଝୁରି ହେବି ମୁଁ ତୁମକୁ। (୨)
ମୁଁ ଜଣେ ବିଦେଶିନୀ ହେ ଜେଜେବାପା, ଜଣେ ଅତିଥି। ଆଗୋ ମା’, ଏଇ ଜାଗାକୁ ମୁଁ ଝୁରି ହେବି।
ଜଣେ ବିଦେଶିନୀ, ଜଣେ ଅତିଥି। ଆଗୋ ମା’, ଏଇ ଜାଗାକୁ ମୁଁ ଝୁରି ହେବି।
ଏହି ଅଗଣା ଓ ମୋର ପ୍ରିୟ ବାପା। ମୁଁ ତୁମକୁ ଝୁରି ହେବି ହେ ବାପା। (୨)
ହେ ବାପା, ମୁଁ ଅନ୍ୟ ଏକ ସ୍ଥାନର ବାସିନ୍ଦା। ଆଗୋ ମା’ ଏଇ ଘର ଅଗଣାକୁ ମୁଁ ଝୁରି ହେବି
ଜଣେ ବିଦେଶିନୀ, ଜଣେ ଅତିଥି। ହେ ଜିଜଲ, ଆଗୋ ମା’ ଏଇ ସ୍ଥାନକୁ ମୁଁ ଝୁରି ହେବି।
ଏଇ ଅଗଣା, ଓ ମୋର ଅତି ପ୍ରିୟ ଦାଦା। ମୋ ଦାଦାଙ୍କୁ ମୁଁ ଝୁରି ହେବି (୨)
ଓଃ ମୁଁ ଜଣେ ବିଦେଶିନୀ, ଜଣେ ଅତିଥି ଦାଦା। ଆଗୋ ମା’ ଏଇ ସ୍ଥାନକୁ ମୁଁ ଝୁରି ହେବି।
ଏଇ ଅଗଣା, ଓ ମୋର ପ୍ରିୟ ମାମୁଁ। ମୋ ମାମୁଁଙ୍କୁ ମୁଁ ଝୁରି ହେବି (୨)
ଓଃ ମୁଁ ଜଣେ ବିଦେଶିନୀ, ଜଣେ ଅତିଥି ମାମୁଁ। ଆଗୋ ମା’, ଏଇ ଅଗଣାକୁ ମୁଁ ଝୁରି ହେବି।
ଜଣେ ବିଦେଶିନୀ, ଜଣେ ଅତିଥି। ଆଗୋ ମା’ ଏଇ ସ୍ଥାନକୁ ମୁଁ ଝୁରି ହେବି।
ଏଇ ଅଗଣା, ଓ ମୋର ପ୍ରିୟ ବୀର। ମୁଁ ମୋର ଭାଇକୁ ଝୁରି ହେବି (୨)
ଓଃ ମୁଁ ଜଣେ ବିଦେଶିନୀ, ଜଣେ ଅତିଥି। ମୁଁ ଏଇ ସ୍ଥାନକୁ ଝୁରି ହେବି
ଏଇ ଅଗଣାକୁ ଓ ତୁମର ସବୁ ଚଳଣିକୁ ବି। ଏ ସମସ୍ତକୁ ମୁଁ ଝୁରି ହେବି (୨)
ଜଣେ ବିଦେଶିନୀ, ଜଣେ ଅତିଥି। ଆଗୋ ମା’ ଏଇ ସ୍ଥାନକୁ ମୁଁ ଝୁରି ହେବି
ମୁଁ ଜଣେ ବିଦେଶୀ ଅତିଥି, ଜିଜଲ, ଆଗୋ ମା’ ଏଇ ଅଗଣାକୁ ମୁଁ ଝୁରି ହେବି
ମୁଁ ଏଠାକୁ ଅଳ୍ପ ସମୟ ପାଇଁ ଆସିଥିଲି ଗୋ ମା’, ଏଇ ସ୍ଥାନକୁ ମୁଁ ଝୁରି ହେବି (୨)
ଏଇ ଅଗଣା ଓ ତୁମର ଚଳଣି, ଏ ସବୁକିଛିକୁ ଓ ଏଇ ସ୍ଥାନକୁ ମୁଁ ଝୁରି ହେବି।

Priyanka Borar
ଗୀତର ପ୍ରକାର: ପାରମ୍ପରିକ ଲୋକଗୀତ
ବର୍ଗ: ବାହାଘର ଗୀତ
ଗୀତ: ୪
ଗୀତର ଶୀର୍ଷକ: ଆଙ୍ଗନ୍ୟାପୋଧାମୁକେ, ବଳାନ୍ୟାପୋଧା
ସ୍ଵର ସଂଯୋଜନା: ଦେଭାଲ ମେହେଟା
ଗାୟକ: ଜୁମା ବାଘେର (୪୦ ବର୍ଷ ବୟସ୍କ ମୁନ୍ଦ୍ରା ଅଞ୍ଚଳର ଭଦ୍ରେସର ଗାଁ ନିବାସୀ)। ସେ ଜଣେ 40 ବର୍ଷ ବୟସ୍କ ମତ୍ସ୍ୟଜୀବୀ।
ବ୍ୟବହୃତ ବାଦ୍ୟଯନ୍ତ୍ର: ହାରମୋନିୟମ, ଢୋଲକ, ବେଞ୍ଜୋ
ରେକର୍ଡିଂ ବର୍ଷ: ୨୦୧୨, କେଏମଭିଏସ ଷ୍ଟୁଡିଓ
ଗୁଜରାଟୀ ଅନୁବାଦ: ଆମଦ ସମେଜା, ଭାରତୀ ଗୋର
ପ୍ରୀତି ସୋନି, କେଏମଭିଏସର ସେକ୍ରେଟାରୀ ଅରୁଣା ଢୋଲାକିଆ ଓ ପ୍ରକଳ୍ପ ସଂଯୋଜିକା ଆମଦ ସମେଜାଙ୍କୁ ସେମାନଙ୍କ ସହଯୋଗ ପାଇଁ ଓ ଗୁଜରାଟୀ ଅନୁବାଦ ପାଇଁ ଭାରତୀବେନ ଗୋରଙ୍କୁ ତାଙ୍କର ଅକୁଣ୍ଠ ସାହାଯ୍ୟ ପାଇଁ ଆନ୍ତରିକ ଧନ୍ୟବାଦ।
କବିତା ଓ ଗଦ୍ୟ ଅନୁବାଦ: କପିଳାସ ଭୂୟାଁ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଏଇ-ଅଗଣା-ଆମ-ଘର-ଆଉ-ମୋ-ଗାଁ

