‘ମୋ ପରି ଆଉ ୫ ଜଣ ପିଲା ରାତିରେ ଫସଲକୁ ପାଣି ଦେଉଥିଲେ। ତାହା ଗୋଟିଏ ବଡ଼ ଚାଷ ଜମି ଥିଲା ତେଣୁ ଆମ ସମସ୍ତଙ୍କର କାମ ରହୁଥିଲା। ସବୁ ପିଲାମାନେ କାମ କରୁଥିଲେ। ଗାଁରେ କିଛି ପିଲା ଥିଲେ ଯେଉଁମାନଙ୍କ ବାପା ବାରିକ ଥିଲେ। ସ୍କୁଲରୁ ଅଳ୍ପ ଯେତିକି ସମୟ ପାଇଲେ ସେମାନେ ସେମାନଙ୍କର ବାପାଙ୍କ ଦୋକାନକୁ ସାହାଯ୍ୟ କରିବାକୁ ଯାଉଥିଲେ। ଯେମିତିକି ଆମେ ଆମ ବାପାଙ୍କ ପରି ଚାଷଜମିରେ କାମ କରୁଥିଲୁ।’
ବଜିର ୧୦ମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି ବଜିର କହିଲେ ‘ମୁଁ ବୋର୍ଡ ପରୀକ୍ଷା ଦେଲି, କିନ୍ତୁ ପାସ୍ କଲିନାହିଁ। ଏଣୁ ମୋ ପାଇଁ ସମୟ ଥିଲା କିଛି କାମ କରି ରୋଜଗାର କରିବା। କିନ୍ତୁ ଗାଁରେ ସେମିତି କିଛି କାମ ନ ଥିଲା। ଏହା ପ୍ରାୟ ୧୯୯୪ ବା ୧୯୯୫ ମସିହାର କଥା। ’
‘ତେଣୁ ମୁଁ ଦିଲ୍ଲୀକୁ ଜଣେ ଭାଇଙ୍କ ଘରକୁ ଗଲି। ମୋ ରକ୍ତ ସମ୍ପର୍କର ଭାଇ ନୁହେଁ, ଜଣେ ଦୂର ସମ୍ପର୍କୀୟା ଖୁଡ଼ିଙ୍କ ପୁଅ। ସେ ଜଣେ ଆଇଏଏସ୍ ଅଫିସର ଥିଲେ’।
ସେ ଆଇଏଏସ୍ ଅଫିସର ଭାଇ ବୋଧହୁଏ ବଜିରଙ୍କୁ କେଉଁଠାରେ ଗୋଟିଏ ଚାକିରି ଯୋଗାଡ କରିଦେଲେ ?
‘ନା ନା, ମୁଁ ମୋ ଭାଇଙ୍କ ଘରେ କାମ କଲି। କିଛିବି ରୋଷେଇ, ଘର ସଫେଇ, ଝାଡୁକରିବା, ଚଟାଣ ପୋଛିବା, ବାସନ ମାଜିବା, ଲୁଗା ସଫା କରିବା ଏମିତିକି ବେଳେବେଳେ କାର୍ ଧୋଇବା। ମୁଁ ସବୁକିଛି କଲି।
ପାଉଣା ଭଲ ଥିଲା କି ? ବଜିର କେତେ ଆୟ କରୁଥିଲା ?
‘ସେତେ ନୁହେଁ। ପ୍ରାୟ ସେତିକି ମୁଁ ଯେତିକି ଗାଁରେ ଆୟ କରୁଥିଲି। କିନ୍ତୁ ସୌଭାଗ୍ୟବଶତଃ ଭାଇ ଖୁବ୍ ଭଲ ଥିଲେ। ମୋର ରହିବା ପାଇଁ ଗୋଟିଏ ଘର ଥିଲା, ପ୍ରତିଦିନ ଖାଇବାର ବ୍ୟବସ୍ଥା ଥିଲା। ତେଣୁ ମାସକୁ ପାଞ୍ଚ ଶହ ଟଙ୍କା କିଛି ଖରାପ ନ ଥିଲା। ମୁଁ କିଛି ଟଙ୍କା ମୋ ବାପାଙ୍କ ପାଖକୁ ପଠାଉଥିଲି।
‘କିନ୍ତୁ ଏହି କାମର ବର୍ଷକ ପରେ, ମୁଁ ଅନୁଭବ କଲି ଯେ ଏହା ସାରା ଜୀବନ ପାଇଁ ନୁହେଁ। ମୁଁ ଏହିପରି ହିଁ ସାରା ଜୀବନ ରହିଯିବି। ମୁଁ ସାରା ଜୀବନ ଏହିପରି ରହିପାରିବି ନାହିଁ। ତେଣୁ ମୁଁ ଭାଇଙ୍କ କାର୍ ଚଳାଇବା ଶିଖିଲି। ସେ ମୋ ସମ୍ପର୍କୀୟ ହୋଇଥିବାରୁ ମୋତେ ଗାଡ଼ି ଶିଖିବାକୁ ଦେଲେ।