କିଛି ଉଦ୍ୟୋଗକୁ ମାଗଣା ନଥିପତ୍ର ଦେବା ଭିତରେ, ରାଫେଲ ଚୁକ୍ତିଠାରୁ ବଡ଼ ଦୁର୍ନୀତିରେ ଶେଷ ହେବ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନ। ୨୦୧୬ ରୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଫସଲବୀମା ବାବଦକୁ ୬୬,୦୦୦ କୋଟି ଟଙ୍କା ଦେଇ ସାରିଲେଣି। ଏହି ତିନି ବର୍ଷ ଭିତରେ ଚାଷୀ ସାଙ୍ଘାତିକ ଭାବେ ସଂକଟରେ ପଡ଼ିଛନ୍ତି ଆଉ ବହୁ ଅଞ୍ଚଳରେ ଫସଲ ହାନୀ ହୋଇଛି। କିନ୍ତୁ ‘କ୍ଷତିପୂରଣ’ ବାବଦକୁ ବୀମା କମ୍ପାନୀମାନଙ୍କ ପକେଟ୍ରୁ କ୍ୱଚିତ ଟଙ୍କା ବାହାରିବା ଦେଖିବାକୁ ମିଳିଛି (ମୁଖ୍ୟତଃ ଘରୋଇ, କିନ୍ତୁ ଲାଇଫ୍ ଇନସୁରାନ୍ସ କମ୍ପାନୀ ବା ଏଲଆଇସି ଭଳି ସରକାରୀ ସଂସ୍ଥା ମଧ୍ୟ ଏଥିରେ ସାମିଲ)। ଯେଉଁ କ୍ଷତିପୂରଣ ଦିଆଯାଇଛି ତାହା କୃଷକମାନେ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦେଇଥିବା କିସ୍ତି ଟଙ୍କା- ଏପରିକି କିସ୍ତି ଟଙ୍କାର ମାତ୍ର କିଛି ଅଂଶ ଦେଇଥିବା ବେଳେ ଜନସାଧାରଣଙ୍କ ଅର୍ଥର ବଡ଼ ଭାଗ କମ୍ପାନୀ ନେଇଛି। ଅନ୍ୟପଟେ ଯେ କୌଣସି ‘କ୍ଷତିପୂରଣ’ର ପ୍ରଥମ ଦାବିଦାର ହେଉଛି ଚାଷୀଙ୍କୁ ଋଣ ଦେଇଥିବା ବ୍ୟାଙ୍କ, ଯେଉଁ ଋଣ ଚାଷୀ ପରିଶୋଧ କରିବାରେ ସକ୍ଷମ ହୋଇ ନଥାଏ।
ଅନୁବାଦ: ଓଡ଼ିଶାଲାଇଭ୍