ଉତ୍ତରାଖଣ୍ଡର ପାର୍ବତ୍ୟ ଜିଲ୍ଲାରେ ଫେବୃଆରୀ ୧୫ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳକୁ ମାଙ୍କଡ଼ମାନେ ପ୍ରଭାବିତ କରିପାରନ୍ତି। ଆସନ୍ତାକାଲି, ମାର୍ଚ୍ଚ ୧୧ରେ ଫଳ ପ୍ରକାଶ ପାଇବ ।
“ମାଙ୍କଡ଼ ଉପଦ୍ରବ ଆମ ଜୀବନକୁ ନଷ୍ଟ କରିଦେଲାଣି, କିନ୍ତୁ ରାଜନୈତିକ ଦଳଗୁଡ଼ିକ କେବଳ ଭୋଟ ମାଗୁଛନ୍ତି । ଯଦି ଆମେ ଭୋଟ ଦେଉନାହୁଁ, ସେମାନେ କହୁଛନ୍ତି, “ତୁମେ ଭୋଟ ଦେଲନାହିଁ, ତେଣୁ କିଛି ଅଭିଯୋଗ କରିପାରିବ ନାହିଁ,” ବୋଲି କୁହନ୍ତି ପୁରନ ଲାଲ ସିଂ ।
ତେଣୁ ଆଲମୋଡ଼ା ଜିଲ୍ଲାର ସୋମେଶ୍ୱର ବ୍ଲକରେ ଥିବା ଜଲ ଧଉଲାର ଗ୍ରାମରେ ଫେବୃଆରୀର ଏକ ଖରାଟିଆ ସକାଳେ ଯେତେବେଳେ ଅଧା କିମି ବ୍ୟବଧାନରେ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର ଶୋଭାଯାତ୍ରା କୋଳାହଳ କରି ଯାଉଥିଲା ଏହାର କିଛି ବି ପ୍ରଭାବ ପୁରନ ଲାଲ ଓ ତାଙ୍କ ପତ୍ନୀ ନନ୍ଦୀ ଦେବୀଙ୍କ ଉପରେ ପଡ଼ିନଥିଲା। ଉଭୟ କାର୍ଯ୍ୟ କରିବା ଜାରି ରଖିଥିଲେ ।








