ସେମାନେ ପ୍ରଥମେ ଏକ ବୋଟ୍ ଏବଂ ପରେ ଦୁଇଟି ଟ୍ରେନ୍ ଧରିଲେ । ତା’ ପରେ ୧୪୦୦ କିଲୋମିଟରରୁ ଅଧିକ ଯାତ୍ରା କରିବା ପରେ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶପ୍ରଗଣାର ସୁନ୍ଦରବନର ବିଭିନ୍ନ ଗାଁର ପ୍ରାୟ ୮୦ ଜଣ ଚାଷୀ ପୂର୍ବ ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନ୍ ନିକଟରେ ଏକତ୍ରିତ ହେଲେ । ନଭେମ୍ବର ୨୮ ତାରିଖ ସକାଳେ ଆୟୋଜିତ ହେବାକୁ ଥିବା କିଶାନ ମୁକ୍ତି ମୋର୍ଚ୍ଚାରେ ସେମାନେ ଭାଗନେବାକୁ ଆସିଥିଲେ । ରାଲିରେ ଦାବି ଉପସ୍ଥାପନ ସେମାନଙ୍କର ଉଦ୍ଦେଶ୍ୟ ଥିଲା । ସେହି ଦାବି ମଧ୍ୟରେ ସେମାନଙ୍କର ଅଞ୍ଚଳରେ ଭିତ୍ତିଭୂମିର ବିକାଶ, ଉତ୍ପାଦର ଠିକ୍ ମୂଲ୍ୟ ପ୍ରଦାନ ଏବଂ ବିଧବାଙ୍କୁ ପେନସନ୍ ସାମିଲ ଥିଲା ।

ପ୍ରବୀର ମିଶ୍ରା କହିଲେ, ‘‘ଆମେ ଚାଷୀମାନେ ଅବହେଳିତ ହେଉଛୁ । ଚାଷୀଙ୍କ ପାଇଁ କୌଣସି ବିକାଶ ହେଉନାହିଁ କିମ୍ବା ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ । ସେମାନେ ଏବେ ସେମାନଙ୍କର ମୁଖ୍ୟ ଜୀବିକାରୁ ବିଚ୍ୟୁତ ହେଉଛନ୍ତି ।’’ ସେ ଆହୁରି କହିଲେ, “ଆମେ  ଏକାଠି ହୋଇ ସୁନ୍ଦରବନର ଲୋକମାନଙ୍କର ଜୀବିକା ପାଇଁ ସମର୍ଥନ ଦାବି କରିବାକୁ ଆସିଛୁ । ଆମେ ଏକାଠି ରହିବୁ । ସୁନ୍ଦରବନର ସମସ୍ତ ୧୯ଟି ବ୍ଲକ୍ ଏବଂ ପଶ୍ଚିମବଙ୍ଗ ପାଇଁ  ୭ଟି ବ୍ଲକ୍‌ରୁ ୮୦ ଜଣ ପ୍ରତିନିଧି ଦିଲ୍ଲୀକୁ ଆସିଛୁ ।’’

ଗୁରୁଦ୍ୱାରା ଶ୍ରୀ ବାଲା ସାହେବଜୀ ଅଭିମୁଖେ ଯାତ୍ରା କରୁଥିବା ଅନ୍ୟଲୋକଙ୍କ ସହ ସାମିଲ ହେବା ସମୟରେ ଦୁର୍ଗା ନିୟୋଗୀ କହିଲେ, “ଅନେକ ଯନ୍ତ୍ରଣା ଓ ଦୁଃଖ ସହ ଆମେ ଏହି ବିକଶିତ ସହରକୁ କିଛି ଭଲ ଆଶାରେ ଆସିଛୁ ।’’ ସେମାନେ ଗୁରୁଦ୍ୱାରା ବାଲା ସାହେବଜୀରେ ରାତି ବିତାଇବେ ଏବଂ ପରଦିନ ରାମଲୀଳା ମୈଦାନ ଆଡକୁ ଯିବେ ।

ଅନୁବାଦ: ଓଡ଼ିଶାଲାଇଭ୍‍

Namita Waikar

ନମିତା ୱାଇକର ହେଉଛନ୍ତି ଜଣେ ଲେଖିକା, ଅନୁବାଦିକା ଏବଂ ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ। ତାଙ୍କ ରଚିତ ଉପନ୍ୟାସ ‘ଦ ଲଙ୍ଗ ମାର୍ଚ୍ଚ’ ୨୦୧୮ରେ ପ୍ରକାଶ ପାଇଥିଲା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ନମିତା ୱାକର
Samyukta Shastri

ଲେଖକ ପରିଚୟ: ସମ୍ୟୁକ୍ତା ଶାସ୍ତ୍ରୀ ହେଉଛନ୍ତି ପିପୁଲସ୍ ଆର୍କାଇଭ ଅଫ ରୁରାଲ ଇଣ୍ଡିଆର ବିଷୟ ସଂଯୋଜକ। ପୁନେର ସିମ୍ବିଓସିସ୍ ସେଣ୍ଟର ଫର ମିଡିଆ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜରୁ ସେ ସ୍ନାତକ ଡିଗ୍ରୀ ଏବଂ ଇଂରାଜୀ ସାହିଦ୍ୟରେ ଏସ୍ଏନ୍ଡିଟି ମହିଳା ବିଶ୍ୱବିଦ୍ୟାଳୟ, ମୁମ୍ବାଇରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ସଂଯୁକ୍ତା ଶାସ୍ତ୍ରୀ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE