ଏକ ଡ୍ରମ ଆଡକୁ ଇଙ୍ଗିତ କରି ସବିତା ଦାସ କହିଲେ , “ ଏହା ଡ୍ରମ୍ ନୁହେଁ ।

ସେମାନଙ୍କ ସମ୍ମୁଖରେ ଥିବା ସୀମିତ ବିକଳ୍ପ ମଧ୍ୟରେ ସୀମାବଦ୍ଧ ହେବାକୁ ଖଣ୍ଡନ କରି ବିହାରର ପାଟ ନା ଜି ଲ୍ଲା ର ଧୀବ୍ରା ଗାଁର କିଛି ମହିଳା ଏକ ଅଣପାରମ୍ପରିକ ଜୀବିକାକୁ ବାଛିଛନ୍ତି । ଚାଷ ଉପଯୋଗୀ ଜମି କମିବା ଏବଂ କମ୍ ଟଙ୍କା ପାଉଥିବା କୃଷି ଶ୍ରମିକମାନଙ୍କ ପାଇଁ କାମର ଅଭାବ ହେବା ଯୋଗୁ ସେମାନେ ବାଡ଼ି ଧରିଛନ୍ତି । ୧୬ ଜଣ ମହିଳା ଏହି ଯାତ୍ରା ଆରମ୍ଭ କରିଥିଲେ , କିନ୍ତୁ ପାରିବାରିକ ଚାପ ଏବଂ ଶେଷ ହେଉନଥିବା ସମାଲୋଚନା ଯୋଗୁ ୬ ଜଣ ସେଥିରେୁ ଓହରିଗଲେ । ବାକି ଯେଉଁ ୧୦ ଜଣ ରହିଲେ ସେମାନେ ରାଜ୍ୟର ପ୍ରଥମ ମହିଳା ଡ୍ରମରମାନଙ୍କର ଏକମାତ୍ର ବ୍ୟାଣ୍ଡ ସଂଗ୍ରାମ ମହିଳା ବ୍ୟାଣ୍ଡକୁ ୨୦୧୨ରେ ଗଠନ କଲେ । ବ୍ୟାଣ୍ଡର  ସବୁ ମହିଳା ସଦସ୍ୟଙ୍କ ସାଙ୍ଗିଆ ହେଉଛି ଦାସ ।

ଭିଡିଓ ଦେଖନ୍ତୁ: ବିହାରର ଧୀବ୍ରା ଗାଁରେ ଅଲ ୱିମେନ୍ ସଂଗ୍ରାମ ମହିଳା ବ୍ୟାଣ୍ଡର ସଦସ୍ୟମାନେ ଉତ୍ସାହର ସହ ଡ୍ରମ ବାଦନ କରୁଛନ୍ତି

ଦୁଇଟି ସନ୍ତାନର ଜନନୀ ୩୫ ବର୍ଷୀୟା ଡୋମିନି ଦାସ ପଚାରିଲେ , “ ଏହି ହାତକୁ ଦେଖନ୍ତୁ , କୃଷିକ୍ଷେତରେ କାମ କରି ଏହା ଆଉ କ୍ଷତାକ୍ତ ହୋଇନାହିଁ । ଆମ ନିକଟରେ ଟଙ୍କା ଅଛି । ଆମକୁ ସମ୍ମାନ ମିଳୁଛି । ଆମେ ଆଉ ଅଧିକ କ ଣ ଚାହିଁଥାନ୍ତୁ? ”

ସବିତା ଓ ଡୋମିନିଙ୍କ ଭଳି ସ ରଗ ମ ମହିଳା ବ୍ୟାଣ୍ଡର ଅନ୍ୟ ସଦସ୍ୟ ପଞ୍ଚମ , ଅନୀତା , ଲାଲତି , ମାଲତି , ସୋନା , ବିଜନ୍ତୀ , ଚିତ୍ରେଖ ଏବଂ ଛତିୟା ହେଉଛନ୍ତି ମହାଦଳିତ । ବିହାରରେ ଅନୁସୂ ଚି ତ ଜାତିର ଗରିବ ଓ ପକ୍ଷପାତର ସବୁଠୁ ଅଧିକ ଶିକାର ହେଉଥିବା ଲୋକମାନଙ୍କ ପ୍ରତି ଏହି ଶ ବ୍ଦ ବ୍ୟବହାର କରାଯାଇଥାଏ । ସେମାନେ ରାଜ୍ୟର ୧୬.୫ ନିୟୁତ ଦଳିତଙ୍କର ଏକ ତୃତୀୟାଂଶ ।  ମହିଳା ବ୍ୟାଣ୍ଡର ପ୍ରତି ସଦସ୍ୟଙ୍କର ନିକଟରେ ସେମାନଙ୍କର ପୂର୍ବପୁରୁଷମାନଙ୍କ ଉପରେ ଉଚ୍ଚ ଜାତିର ଲୋକମାନେ ଉତ୍ପୀଡ଼ନ ଓ ହିଂସା ପ୍ରଦର୍ଶନ କରୁଥିବାର ବଂଶଗତ କାହାଣୀ ରହିଛି । ଚାଷ ଜମିରେ ପ୍ରଭାବଶାଳୀ ସଂପ୍ରଦାୟର ଜମିଦାରମାନଙ୍କର ଦୁର୍ବ୍ୟବହାର ଏବଂ ଘରେ ସ୍ୱାମୀମାନଙ୍କର ଦୁର୍ବବ୍ୟହାର ନେଇ ସେମାନଙ୍କ ନିକଟରେ ବ୍ୟକ୍ତିଗତ କାହାଣୀ ମଧ୍ୟ ରହିଛି । ସେମାନେ ସମସ୍ତେ ଦାନାପୁର ବ୍ଲକର ଜାମସତ୍ ପଞ୍ଚାୟତର ଧୀବ୍ରା ଗାଁର ବାସିନ୍ଦା ।

PHOTO • Puja Awasthi

ବ୍ୟାଣ୍ଡର ମୁଖ୍ୟ ସବିତା (ବାମରେ ଆଗରେ ଥିବା) କହିଲେ , “ ପ୍ରତିଥର ମୁଁ ଏହାକୁ ବଜାଇବା(ଡ୍ରମ) ସମୟରେ ଅନୁଭବ କରେ ଯେ ମୁଁ ମୋତେ ଅଟକାଇଥିବା ସବୁ କିଛି ବିରୋଧରେ ବଜାଉଛି । ’’ ଡାହାଣ: ସ ରଗ ମ ମହିଳା ବ୍ୟାଣ୍ଡର ଭିଜିଟିଂ କାର୍ଡ

୫୦ ବର୍ଷୀୟ ଚିତ୍ରେଖ ମନେପକାନ୍ତି ଯେ ତାଙ୍କର ସ୍ୱାମୀ ସୀତାରାମ ପ୍ରତିଥର ସେ ବାହାରକୁ ଯିବାକୁ ଚାହୁଁଥିବା ସମୟରେ ମନା କରୁଥିଲେ । ସେ ମୋତେ କହୁଥିଲେ-ଘର କାମ କର । ସମୟ ସମୟରେ ସେ ଜି ଦ୍ ରେ ଅନେକ ଦାବି ମଧ୍ୟ କରୁଥିଲେ । ଏବେ ଯେତେବେଳେ ମୋତେ ବାହାରକୁ ଯିବାକୁ ଯିବାର ରହୁଛି , ସେ ମୋତେ ସବୁବେଳେ ତରତର କରୁଛନ୍ତି , କ୍ୱଚିତ ମୋର ବିଳମ୍ବ ହୋଇଥାଏ । ପରିସ୍ଥିତି କିଭଳି ବଦଳିଗଲା ’’- ସେ କହିକରି କହିଲେ ।

ଡ୍ରମବାଦନ କରିବାର ଚିନ୍ତାଧାରା ସେମାନଙ୍କର ମନକୁ ଆପେ ଆପେ ଆସିନଥିଲା । ସେମାନଙ୍କ କହିବା ଅନୁସାରେ ସେମାନେ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଥିଲେ , ତେଣୁ ଏକାଠି କାମ କରୁଥିଲେ । ’’ ଆର୍ଥିକ ସଶକ୍ତୀକରଣ ପାଇଁ  ପାମ୍ପଡ଼ ଓ ଆଚାର କରିବା ବଦଳରେ ଅନ୍ୟ କିଛି କରିବାକୁ ପନ୍ଥାର ସନ୍ଧାନ କରୁଥିବା ସମୟରେ ପାଟନାସ୍ଥିତ ଏକ ସଂଗଠନ ନାରୀ ଗୁଞ୍ଜନ ପକ୍ଷରୁ ସେମାନଙ୍କୁ ଏକ ବ୍ୟାଣ୍ଡ ଗଠନ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସେମାନେ ଗ୍ରହଣ କଲେ । ସଂଗଠନ ପକ୍ଷରୁ ସେମାନଙ୍କ ପାଇଁ ଜଣେ ସଙ୍ଗୀତ ଶିକ୍ଷକଙ୍କ ବ୍ୟବସ୍ଥା କରାଗଲା । ଆଦିତ୍ୟ କୁମାର ଗୁଞ୍ଜନ ୨୦ କିମି ଦୂର ପା ଟନା ରୁ ଟ୍ରେନ୍ ଯୋଗେ ଆସି ସପ୍ତାହରେ ୭ ଦିନ ଧରି ସେମାନଙ୍କୁ ଦେଢ ବର୍ଷ ପର୍ଯ୍ୟନ୍ତ ତାଲିମ ଦେଲେ ।

PHOTO • Puja Awasthi

ବ୍ୟାଣ୍ଡର ସଦସ୍ୟମାନଙ୍କର ବୟସ ୩୦-୫୦ ବର୍ଷ ମଧ୍ୟରେ ଏବଂ ସେମାନଙ୍କ ମଧ୍ୟରେ ପଞ୍ଚମ(ବାମ) ଏବଂ ଚିତ୍ରେଖ(ଡାହାଣ ସାମିଲ)

ବ୍ୟାଣ୍ଡର ସଦସ୍ୟମାନଙ୍କର ବୟସ ୩୦-୫୦ ବର୍ଷ ମଧ୍ୟରେ ହୋଇଥିବାବେଳେ ପ୍ରାଥମିକ ମାସଗୁଡ଼ିକ ଏହି ଦଳ ପାଇଁ ଖୁବ୍ କଷ୍ଟକର ଥିଲା । ସେମାନେ ପୁରୁଷ ଲୋକଙ୍କ ଭଳି ହେବାକୁ ଉଦ୍ୟମ କରୁଛନ୍ତି ବୋଲି ଗାଁ ଲୋକମାନଙ୍କର ନିରନ୍ତର ତିରସ୍କାରପୂର୍ଣ୍ଣ ସମାଲୋଚନା ଛଡ଼ା ଡ୍ରମଷ୍ଟ୍ରାପ୍ ଯୋଗୁ ପାପୁଲି ଓ କାନ୍ଧରେ ହେଉଥିବା ଯନ୍ତ୍ରଣା ସହ ସେମାନଙ୍କୁ ସଂଘର୍ଷ କରିବାକୁ ପଡୁଥିଲା ।

ଏହି ଅଣପାରମ୍ପରିକ ଡ୍ରମବାଦନକାରୀମାନଙ୍କ ସଂପର୍କରେ ଖବର ପ୍ରସାରିତ ହେଲା । ସ୍ଥାନୀୟ କାର୍ଯ୍ୟକ୍ରମ ଓ ଉତ୍ସବରେ ଡ୍ରମବାଦନ ପାଇଁ ସେମାନଙ୍କୁ ନିମନ୍ତ୍ରଣ ମିଳିବା ଆରମ୍ଭ ହେଲା । ସେବେଠାରୁ ସେମାନେ ଆଉ ପଛକୁ ଚାହିଁନାହାନ୍ତି । ପା ଟନା ଓ ଏହାର ପଡ଼ୋଶୀ ଜିଲ୍ଳାମାନଙ୍କରେ ପ୍ରଦର୍ଶନ କରିବା ବ୍ୟତୀତ ସେମାନେ ଓଡ଼ିଶା ଓ ଦିଲ୍ଲୀରେ ମଧ୍ୟ ସୋ କରିଛନ୍ତି । ରାଜଧାନୀରେ ଡ୍ରମବାଦନ କରି ଫେରିବା ସମୟରେ ମହିଳାମାନେ ପ୍ରଥମ ଥର ପାଇଁ ମେଟ୍ରୋ ଚଢିବାର ଆନନ୍ଦପୂର୍ଣ୍ଣ ସ୍ମୃତି ନେଇ ଫେରିଛନ୍ତି ।

ସେମାନେ ସେମାନଙ୍କର ଟଙ୍କା ଓ କାର୍ଯ୍ୟଭାରକୁ ସ୍ୱାଧୀନ ଭାବେ ପରିଚାଳନା କରୁଛନ୍ତି । ଟଙ୍କାକୁ ସେମାନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯାଉଥିବା ବେଳେ ଯେଉଁ ସଦସ୍ୟ ସେଥିରେ ଭାଗ ନେଇନଥାନ୍ତି ତାଙ୍କୁ ଟଙ୍କା ମିଳେନାହିଁ । କାମର ଚାପ ଉପରେ ନିର୍ଭର କରି  ପ୍ରାକ୍ଟିସ୍ ସେସନ୍ (ସାଧାରଣତଃ ଗ୍ରାମବାସୀମାନଙ୍କୁ ଚିନ୍ତାରେ ନ ପକାଇବା ପାଇଁ ପଡ଼ିଆରେ କରାଯାଇଥାଏ)ବଦଳିଥାଏ । ସେମାନଙ୍କ ନିକଟରେ ଭିଜିଟିଂ କାର୍ଡ ରହିଛି ଏବଂ ସବୁ ସଦସ୍ୟମାନେ କିଭଳି ବ୍ୟବହାର କରିବେ ତାର ଏକ କୋଡ୍ ମଧ୍ୟ ରହିଛି । ସେ ଅନୁସାରେ ସବୁ ସମୟରେ ସଦସ୍ୟମାନଙ୍କୁ ପରିଚ୍ଛନ୍ନ ପୋଷାକ ପିନ୍ଧିବାକୁ ପଡ଼ିବ ଏବଂ କେବଳ ଗ୍ରୁପର ମୁଖ୍ୟ ସବିତା ବୁକିଂ କଥା ବୁଝିବେ ।

PHOTO • Puja Awasthi

ବର୍ତ୍ତମାନ ସବୁ ଜାତିର ଲୋକମାନେ ଏହି ବ୍ୟାଣ୍ଡର ସଂଗୀତ ଦକ୍ଷତା ପାଇଁ ସେମାନଙ୍କୁ ଡାକୁଛନ୍ତି , ଏପରିକି ବେଳେବେଳେ  ବ୍ୟାଣ୍ଡ ଯେଉଁ ସମୟରେ ଉପଲବ୍ଧ ହୋଇପାରିବ ସେ ଅନୁସାରେ ଉତ୍ସବର ତାରିଖ ସ୍ଥିର କରୁଛନ୍ତି

ସେମାନଙ୍କ ମଧ୍ୟରେ ଏକ ଅକୁହା ବୁଝାମଣା ମଧ୍ୟ  ହୋଇଛି ଯେ ସବୁ ମହିଳା ତାଙ୍କର ରୋଜଗାର ନିଜେ ରଖିବେ । ସେମାନେ କହିଲେ , “ ସ୍ୱାମୀଙ୍କୁ ଏହା ଆମେ ଦେଉନା । ’’ ୩୨ ବର୍ଷୀୟ ଅନୀତା ପଚାରିଲେ , “ ମୁଁ ମୋର ପିଲାଙ୍କ ବହି କିଣା ଓ ସ୍କୁଲ ଫି ବାବଦରେ ଟଙ୍କା ଖର୍ଚ୍ଚ କରେ , ଆମେ ଭଲ ଖାଉ । ମୁଁ ସଞ୍ଚୟ କରେ ଏବଂ ସମୟ ସମୟରେ ମୋ ନିଜ ପିଛା ଟଙ୍କା ଖର୍ଚ୍ଚ କରେ । ଏହି ସ୍ୱାଧୀନତା ହାସଲ କରିବା ପାଇଁ ଗୋଟିଏ ଜୀବନ ବିତିଯାଇଛି । ମୁଁ କ ଣ ପାଇଁ ଏହାକୁ ଦୂରେଇଦେବି? ’’

ପୁରୁଣା ଜାତିଗତ ପରମ୍ପରା ଅନୁସାରେ ଅନୀତା ଓ ତାଙ୍କର ବ୍ୟାଣ୍ଡର ସଦସ୍ୟମାନେ କେବଳ ଉପସ୍ଥିତ ରହିଥିଲେ ଉଚ୍ଚ ଜାତିର ଲୋକଙ୍କ ବିବାହ ଓ ଉତ୍ସବ ଖରାପ ହୋଇଯାଇଥାନ୍ତା । କିନ୍ତୁ ଏହି ମହିଳାମାନେ ସେମାନଙ୍କ ପାଇଁ ଯେଉଁ ବିକଳ୍ପ ବିଶ୍ୱ ତିଆରି କରିଛନ୍ତି ସେ ଅନୁସାରେ ସବୁ ଜାତିର ଲୋକମାନେ ସେମାନଙ୍କର ସଙ୍ଗୀତ ଦକ୍ଷତା ପାଇଁ ସେମାନଙ୍କୁ ଡାକୁଛନ୍ତି । ଏପରକି ବେଳେବେଳେ ବ୍ୟାଣ୍ଡର ଉପଲବ୍ଧତାକୁ ଦେଖି ସେମାନଙ୍କ କାର୍ଯ୍ୟକ୍ରମର ତାରିଖ ସ୍ଥିର କରୁଛନ୍ତି । ଆଗରୁ ଯେଉଁ ହୋଟେଲକୁ ସେମାନେ ଦେଖିବା ଲାଗି ସାହସ କରିପାରୁନଥିଲେ ତା ମଧ୍ୟକୁ ଯିବା ନେଇ ସେମାନେ ଗର୍ବର ସହ କହୁଛନ୍ତି ।

PHOTO • Puja Awasthi

ସେମାନଙ୍କର ବ୍ୟାଣ୍ଡ ଲୋକପ୍ରିୟତା ହାସଲ କରିବା ପରଠାରୁ ଅନୀତା(ବାମ) ଏବଂ ଛତିୟା(ଡାହାଣ) ଓ ବ୍ୟାଣ୍ଡର ଅନ୍ୟ ସଦସ୍ୟମାନଙ୍କୁ ସେମାନଙ୍କ ପାଇଁ ଅପହଞ୍ଚ ଥିବା କାର୍ଯ୍ୟକ୍ରମ ଓ ଉତ୍ସବକୁ ଡକାଯାଉଛି

ଗୋଟିଏ କାର୍ଯ୍ୟକ୍ରମ ପାଇଁ ବ୍ୟାଣ୍ଡ ପକ୍ଷରୁ ୧୦-୧୫ ଟଙ୍କା ଦାବି କରାଯାଉଛି । ବିବାହ ଋତୁରେ ସେମାନଙ୍କୁ ମାସିକ ୧୦ଟି ବୁକିଂ ପର୍ଯ୍ୟନ୍ତ ମିଳିଥାଏ । ଏହାଯୋଗୁ ସେହି ଋତୁରେ ମାସିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଥାଏ । ସବିତା କହିଲେ , “ ଟଙ୍କା ନେଇ ଆମେ ସେତେ ଅଧିକ ଶକ୍ତ ହୋଇନଥାଉ , ଆମେ ମୁଲାମୁଲି ବି କରୁ । ’’ ତେବେ ବୁକିଂ କରିଥିବା ଲୋକମାନେ ସେମାନଙ୍କୁ ଗାଁରୁ ନେବା ଆଣିବା ଏବଂ ରାତିରେ ରହିବାକୁ ହେଲେ ରହିବାର ଠିକ୍ ବ୍ୟବସ୍ଥା କରିବା ନେଇ ସେମାନେ ଖୁବ୍ ଦୃଢ ହୋଇଥାନ୍ତି ।

ପୂର୍ବରୁ ମିଳୁଥିବା ମଜୁରୀ ସହିତ ବର୍ତ୍ତମାନର ସେମାନଙ୍କର ପରିସ୍ଥିତିକୁ କିଭଳି ତୁଳନା କରିହେବ ? ଏହା ହେଉଛି ଏକ ଏମିତି ରାଜ୍ୟ ଯେଉଁଠାରେ ଏମଏନ୍ଆରଇଜିଏ ଅଧୀନରେ ଦିନକୁ ୧୬୮ ଟଙ୍କା ମଜୁରୀ ମିଳିଥାଏ । ଯେତେବେଳେ  ସେମାନେ ବ୍ୟାଣ୍ଡ ଗଠନ କରିଥିଲେ ଅଣକୁଶଳୀ ଶ୍ରମିକମାନଙ୍କର ନ୍ୟୁନତମ ମଜୁରୀ ୨୦୦ଟଙ୍କାରୁ କମ୍ ଟଙ୍କା ଥିଲା । ୨୦୧୨ରେ ଏହି ମହିଳାମାନଙ୍କୁ କୃଷିଶ୍ରମିକ ଭାବେ ଦିନକୁ ୧୦୦ ଟଙ୍କାରୁ ଅଧିକ ମିଳୁନଥିଲା ।

ଯଦିଓ ଆର୍ଥିକ ସ୍ୱାଧୀନତା ଯୋଗୁ ଗାଁରେ ସେମାନଙ୍କୁ ଖୁବ୍ ସମ୍ମାନ ମିଳୁଛି (ଅନେକ ମହିଳା ସେମାନେ ମଧ୍ୟ ବ୍ୟାଣ୍ଡର ଅଂଶବିଶେଷ ହୋଇପାରିବେ କି ବୋଲି ପଚାରୁଛନ୍ତି) , ଏହାଯୋଗୁ କିନ୍ତୁ ସେମାନେ ସେମାନଙ୍କର ସାମାଜିକ ଦାୟିତ୍ୱ ଭୁଲିନାହାନ୍ତି । ଅପମାନଜନକ ଗାଳି ଦେଉଥିବା ସ୍ୱାମୀଙ୍କଠାରୁ ଯୌତୁକ ଦାବି କରୁଥିବା ଲୋକଙ୍କ ପର୍ଯ୍ୟନ୍ତ ସେମାନେ ସମସ୍ତଙ୍କୁ ରୋକୁଛନ୍ତି ଏବଂ ଧୀବ୍ରା ଓ ଆଖପାଖର ଗାଁ ଗୁଡ଼ିକ ପାଇଁ କାଉନସିଲର ତଥା ନ୍ୟାୟକର୍ତ୍ତା ପାଲଟିଛନ୍ତି । ସେମାନେ ସେମାନଙ୍କର ହସ୍ତକ୍ଷେପ ସଂପର୍କରେ କହିଲେ , କିନ୍ତୁ କାହାର ନାଁ ନେଲେ ନାହିଁ ।

PHOTO • Puja Awasthi

ବ୍ୟାଣ୍ଡର ସଦସ୍ୟ ହୋଇଥିବା ଯୋଗୁ ଲଲିତା(ଡାହାଣ) ଏବଂ ଅନ୍ୟ ମହିଳାମାନଙ୍କୁ ସ୍ୱାଧୀନତା ଓ ସମ୍ମାନ ମିଳିଛି

ବ୍ୟାଣ୍ଡର ଆଗାମୀ ଯୋଜନା ମଧ୍ୟରେ ଏକ ପିତ୍ତଳ ଡ୍ରମ ଓ କ୍ୟାସିନୋ ଇଲୋକ୍ଟ୍ରୋନିକ୍ କିବୋର୍ଡ କିଣିବା ସାମିଲ । ବର୍ତ୍ତମାନ ସେମାନଙ୍କ ବ୍ୟାଣ୍ଡରେ ୯ଟି ଡ୍ରମ୍ ଓ ଗୋଟିଏ ସେକର ରହିଛି । ଯଦିଓ ଭାଙ୍ଗଡ଼ା ବିଟ୍ ସେମାନଙ୍କର ପ୍ରିୟ , ସେମାନେ ନିଜେ ମଧ୍ୟ ମ୍ୟୁଜିକ୍ ତିଆରି କରିବା ଆରମ୍ଭ କରିଛନ୍ତି । ସେମାନେ ଏକ ୟୁନିଫର୍ମ କରିବାକୁ ଚାହୁଁଛନ୍ତି । ସେ ଅନୁସାରେ ଟ୍ରାଉଜର ଓ ଟି-ସାର୍ଟ ଏବଂ ତା ସାଙ୍ଗରେ ଟୋପି ପିନ୍ଧିବା ଓ ଛୋଟ ବ୍ୟାଗ ପକାଇବାକୁ ସେମାନେ ଇଚ୍ଛୁକ ଅଛନ୍ତି । ସେମାନେ ନିଜକୁ ସାମରିକ ବ୍ୟାଣ୍ଡ ’’ ସହିତ ତୁଳନା କରୁଥିବାବେଳେ ଏହାଦ୍ୱାରା ସେପରି ଲାଗିବେ ବୋଲି ଭାବୁଛନ୍ତି ।

ଅନ୍ୟମାନଙ୍କ ଭଳି ସବିତା ତାଙ୍କର ଯାତ୍ରା ସଂପର୍କରେ ପଛକୁ ଚାହିଁ ଆଶ୍ଚର୍ଯ୍ୟ ହେଲେ । ତେଣୁ ତାଙ୍କ ପାଇଁ ଡ୍ରମ୍ କେବଳ ଏକ ସଙ୍ଗୀତ ଉପକରଣ ନୁହେଁ । ସେ କହିଲେ , “ ଯେତେବେଳେ ମୁଁ ଏହାକୁ ବଜାଉଛି , ମୋତେ ଲାଗୁଛି ମୁଁମୋତେ ଅଟକାଇଥିବା ସବୁକିଛି ବିରୋଧରେ ବଜାଉଛି । ’’

ବିଶ୍ୱର ଏହି ଛୋଟ କୋଣରେ ସ ରଗ ମ ମହିଳା ବ୍ୟାଣ୍ଡ-- ଥରକେ ଗୋଟିଏ ଥର ବଜାଇବା ଦ୍ୱାରା ପରିବର୍ତ୍ତନ ପ୍ରବେଶ କଲା ।

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Puja Awasthi
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE