ଭୋଟ ଦେବା ପାଇଁ ଠିକ୍, କିନ୍ତୁ ଆଧାର ପାଇଁ ନୁହେଁ
କୁଷ୍ଠରୋଗ ଯୋଗୁଁ ପାର୍ବତୀ ଦେବୀଙ୍କର ଆଙ୍ଗୁଳି ନଷ୍ଟ ହୋଇଯାଇଛି। ତେଣୁ ଲକ୍ଷ୍ନୌର ଏହି ସଫେଇ କର୍ମଚାରୀ ଏବଂ ସମ୍ଭବତଃ ତାଙ୍କ ଭଳି ହଜାର ହଜାର ସଂକ୍ରମିତ ଲୋକ ଆଧାର ପାଇପାରିନାହାନ୍ତି। ଏବଂ ଏହା ବିନା ସେମାନେ ନିଜର ଭିନ୍ନକ୍ଷମ ଭତ୍ତା ଓ ରାସନ ପାଇପାରୁନାହାନ୍ତି।










