୩୦ ନମ୍ବର ଜାତୀୟ ରାଜପଥରେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ଆପଣ ବସ୍ତର ଜିଲ୍ଲା ମୁଖ୍ୟାଳୟ ଜଗଦଲପୁରକୁ ଯାଇପାରିବେ। ସେହି ରାସ୍ତାରେ କାଙ୍କେର ଜିଲ୍ଲାରେ ଗୋଟେ ଛୋଟ ସହର ଚରମା ପଡ଼ିବ। ଚରମାର ଟିକେ ପୂର୍ବରୁ ଗୋଟେ ଛୋଟ ଘାଟି ରହିଛି। କିଛି ସପ୍ତାହ ତଳେ ସେହି ଘାଟିରୁ ଗାଡ଼ି ଚଳାଇ ତଳକୁ ଯିବା ସମୟରେ ମୁଁ ପ୍ରାୟ ୧୦-୧୫ଟି ଗାଁ ଦେଖିଥିଲି। ସେଠାରେ ଅଧିକାଂଶ ମହିଳା ମୁଣ୍ଡରେ ଜାଳେଣିକାଠ ଲଦି ନିକଟସ୍ଥ ଜଙ୍ଗଲରୁ ଫେରୁଥିଲେ।

ସେମାନେ ସମସ୍ତେ ଜାତୀୟ ରାଜପଥ ନିକଟବର୍ତ୍ତୀ ଦୁଇଟି ଗାଁ କାଙ୍କେର ଜିଲ୍ଲାର କୋଚୱାହି ଏବଂ ବାଲୋଦ ଜିଲ୍ଲାର ମଚାନ୍ଦୁରର ବାସିନ୍ଦା ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୋଣ୍ଡ ଆଦିବାସୀ ଥିଲେ ଯେଉଁମାନେ ନାମମାତ୍ର ଚାଷୀ ବା କୃଷିଶ୍ରମିକ ଭାବେ କାମ କରୁଥିଲେ।

PHOTO • Purusottam Thakur
PHOTO • Purusottam Thakur

ସେହି ଦଳରେ ଥିବା କିଛି ପୁରୁଷଲୋକ କାଠକୁ ସାଇକେଲରେ ଲଦିଛନ୍ତି କେବଳ ଜଣକୁ ଛାଡ଼ିଦେଇ ସବୁ ମହିଳା ମୁଣ୍ଡରେ ଜାଳେଣିକାଠ ଲଦିଛନ୍ତି ମୁଁ ସେମାନଙ୍କ ସହିତ କଥା ହେଲି ସେମାନେ କହିଲେ , ବଡ଼ି ଭୋର୍ରୁ ସେମାନେ ଘର ଛାଡ଼ି ବାହାରି ଯାଆନ୍ତି ଏବଂ ସକାଳ ପ୍ରାୟ ୯ଟା ବେଳକୁ ଫେରିଆସନ୍ତି ସାଧାରଣତଃ ସେମାନେ ରବିବାର ଏବଂ ମଙ୍ଗଳବାର ଏହି କାମ କରୁଥିବାବେଳେ ନିଜ ଘର ପାଇଁ ଜାଳେଣିକାଠ ସଂଗ୍ରହ କରି ଫେରିଆସନ୍ତି

PHOTO • Purusottam Thakur

ସମସ୍ତେ କିନ୍ତୁ ଘରୋଇ ଆବଶ୍ୟକତା ପୂରଣ ପାଇଁ ଜାଳେଣିକାଠ ସଂଗ୍ରହ କରନ୍ତି ନାହିଁ କିଛି ଜଣ ସେମାନେ ସଂଗ୍ରହ କରିଥିବା କାଠକୁ ବଜାରକୁ ନେଉଛନ୍ତି ବୋଲି ମୋର ବିଶ୍ୱାସ ସେହି କାଠ ବିକ୍ରି କରି ଏଠାକାର ଅଧିକାଂଶ ଗରିବ ଲୋକ କିଛି ଟଙ୍କା ଉପାର୍ଜନ କରନ୍ତି ଏହି ଅନଗ୍ରସର ଅଞ୍ଚଳରେ ସେମାନେ ଏହାଦ୍ୱାରା ହିଁ ଜୀବିକାର୍ଜ୍ଜନ କରିଥାନ୍ତି

PHOTO • Purusottam Thakur

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପୁରୁଷୋତ୍ତମ ଠାକୁର
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE