ଘରକୁ ଫେରିବା ଯାତ୍ରା ବେଶ୍ କଷ୍ଟକର। ମହିଳାମାନେ ଭାଟବେଡ଼ାରେ ରାତିରେ ରହିବେ, ସକାଳୁ ପୁଣି ଚାଲିବା ଆରମ୍ଭ କରିବେ। ରାଜନାଇରି ପାହାଡ଼ ଉପରେ ଥିବା ବସ୍ତିରେ ଗୋଧୂଳି ବେଳେ ପହଞ୍ଚିବେ। ହାଟ (ସାପ୍ତାହିକ ବଜାର)ରୁ ଗାଁକୁ ଫେରିବାକୁ ତାଙ୍କୁ ପୂରା ଦୁଇଦିନ ଲାଗିବ, ଠିକ୍ ଯେଭଳି ପାହାଡି ରାସ୍ତାରେ ଚାଲିଚାଲି ଅର୍ଛା ସାପ୍ତାହିକ ହାଟରେ ପହଞ୍ଚିବାକୁ ତାଙ୍କୁ ଦୁଇ ଦିନ ଲାଗିଥିଲା।


Bastar, Chhattisgarh
|MON, DEC 30, 2019
ଅର୍ଛା ହାଟରେ ଦିନେ
ଛତିଶଗଡ଼ର ଅଭୁଜ ମାରିଆ ମହିଳାମାନେ ହାଟରେ ପହଞ୍ଚିବାକୁ କଷ୍ଟସାଧ୍ୟ ବାଟ ଦେଇ ଦୁଇ ଦିନ ଚାଲି ଚାଲି ଆସିଥାନ୍ତି
Author
Translator

Purusottam Thakur

Purusottam Thakur
ମଧ୍ୟ ଭାରତର ଛତିଶଗଡ ନାରାୟଣପୁର ଜିଲ୍ଲାର ଘଞ୍ଚ ଜଙ୍ଗଲ ଭିତରେ ଧୂଳିଆ ରସ୍ତା ଦେଇ ଏହି ପ୍ରକ୍ରିୟାରେ ୪୦ କିଲୋମିଟର ବାଟ ପାଦରେ ଚାଲିଚାଲି ଅତିକ୍ରମ କରିବେ ଅଭୁଜ ମାରିଆ ଆଦିବାସୀ ସଂପ୍ରଦାୟର ମହିଳା। ୪,୦୦୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପୀ ରହିଥିବା ଅଭୁଜମଧରେ ସେମାନଙ୍କ ଘର। ଏଠି ସବୁବେଳେ ଗରିଲା ମାଓବାଦୀ ଓ ଭାରତୀୟ ସୁରକ୍ଷା ବଳ ମଧ୍ୟରେ ଲଢେଇ ଚାଲେ। ଏହା ଲୋକଙ୍କୁ ସନ୍ଦେହ ଆଉ ଭୟର ବାତାବରଣ ଭିତରେ ରଖିଛି। ତେଣୁ ଆମେ ସେମାନଙ୍କର ପୂର୍ଣ୍ଣ ପରିଚୟ ଦେଉ ନାହୁଁ।

Purusottam Thakur
ପୂର୍ବରୁ ଅର୍ଛାର ଏହି ଗହଳଚହଳ ସାପ୍ତାହିକ ବଜାରରେ କିଛି ମହିଳାଙ୍କ ସହ ଆମେ କଥା ହୋଇଛୁ। ସମସ୍ତଙ୍କର ଗୋଟିଏ ସ୍ୱତନ୍ତ୍ର ବେଶଭୂଷା - ଅଣ୍ଟା ତଳକୁ ପାଦ ପର୍ଯ୍ୟନ୍ତ ଲମ୍ବିଥିବା ପୋଷାକ ଆଉ ବ୍ଲାଉଜ ଉପରେ ତଉଲିଆ ଭଳି ଖଣ୍ଡେ ଲୁଗା ଏବଂ ଧଳା ଚିକ୍ଚିକ୍ କରୁଥିବା ଧାତବ କିମ୍ବା ରୁପାର ଅଳଙ୍କାର। ତାଙ୍କ ଭିତରୁ କେତେକ ମହିଳା ଝୁଲା ମୁଣି କରି ତା ଭିତରେ ଛୁଆ ରଖିଥିଲେ। ଅଧିକାଂଶ ପୁରୁଷ ସାର୍ଟ ଏବଂ ଅଣ୍ଟା ତଳକୁ ଲୁଙ୍ଗି ପିନ୍ଧିଥିଲେ। ଅନ୍ୟମାନେ ସାର୍ଟ ଓ ଟ୍ରାଉଜର ପିନ୍ଧିଥିଲେ। ସେମାନେ ସ୍ଥାନୀୟ ସରକାରୀ କର୍ମଚାରୀ, ବାହାରଲୋକ, ବେପାରୀ କିମ୍ବା ସାଦା ପୋଷାକରେ ଥିବା ସୁରକ୍ଷାକର୍ମୀ।

Purusottam Thakur
ଗୋଣ୍ଡି ଭାଷାରେ କହୁଥିବା ଏହି ମହିଳାମାନେ ଆମ ସହ କଥାବାର୍ତ୍ତା ହେବାକୁ ପ୍ରଥମେ ଲାଜ କରୁଥିଲେ। ଦୁଇ ଜଣ ଆଦିବାସୀ ବାଳକ ଆମକୁ ସହଯୋଗ କରିଥିଲେ। ସେମାନେ ହିନ୍ଦୀ ଭାଷାରେ ଗୋଣ୍ଡିକୁ ଅନୁବାଦ କରି ଆମକୁ ଶୁଣାଉଥିଲେ। ମହିଳାମାନେ କହିଲେ, ହାଟରେ ବିକ୍ରି କରିବାକୁ ସେମାନେ ତାଙ୍କ ଘର ପାଖରେ ଥିବା ଜଙ୍ଗଲରୁ ବିଭିନ୍ନ ଜିନିଷ ସଂଗ୍ରହ କରିଥାନ୍ତି- ବାଉଁଶ ଝାଡୁ, ଚାରୋଲି ମଞ୍ଜି, ତେନ୍ତୁଳି, ସ୍ଥାନୀୟ କିସମର କଦଳୀ ଓ ବିଲାତି- ସବୁ ଅଳ୍ପ ପରିମାଣର।

Purusottam Thakur
ସେମାନେ ବିକ୍ରି କରିବାକୁ ଟସର ମଧ୍ୟ ଆଣିଥାନ୍ତି। ଅବୁଝମଧରେ ବହୁ ପରିମାଣରେ ଟସର ମିଳିଥାଏ। ଛତିଶଗଡ଼ର ଉତ୍ତରରେ ଥିବା ସମତଳ ଅଞ୍ଚଳ ବିଳାସପୁର, ରାଇଗଡ଼ ଓ କୋରବା ଆଦି ସ୍ଥାନରେ ତିଆରି ହେଉଥିବା କୋଷା ସିଲ୍କ ଶାଢୀର ଏ ସବୁ ହେଉଛି କଞ୍ଚା ମାଲ୍।
ଏସବୁ ଜିନିଷ ବିକ୍ରି କରି ମହିଳମାନେ ୫୦ ଟଙ୍କା ବା ସେହିଭଳି କିଛି ରୋଜଗାର କରନ୍ତି। ସେମାନେ ତେଲ, ସାବୁନ, ଲଙ୍କା, ଲୁଣ, ଆଳୁ, ପିଆଜ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ କିଣନ୍ତି। ଯେଭଳି ସେମାନେ ଅଳ୍ପ କିଛି ଜିନିଷ ବିକିବାକୁ ଆଣିଥାନ୍ତି, ଠିକ୍ ସେମିତି ଏସବୁ ଜିନିଷ ଅଳ୍ପ ଅଳ୍ପ କିଣନ୍ତି, ଯେପରି ତାଙ୍କ ଝୁଲା ବ୍ୟାଗରେ ଜାଗା ହେବ।
ଅର୍ଚ୍ଛା ବଜାରରେ କେବଳ ଯେ ଋତୁ ଅନୁସାରେ ମୂଳ, ପତ୍ର ଏବଂ ବହୁ ପ୍ରକାର ଜଙ୍ଗଲୀ ଫଳ ମିଳେ ତା ନୁହେଁ, ଶସ୍ତା ମୋବାଇଲ ଫୋନ୍, ସୌର ଆଲୋକ, ବ୍ୟାଟେରୀ ଚାଳିତ ଟର୍ଚ୍ଚ, ଟେବୁଲ ଲ୍ୟାମ୍ପ ଏବଂ ଟର୍ଚ୍ଚ ଲାଇଟ୍ ମଧ୍ୟ ମିଳେ। ଏପରିକି ବେଳେ ବେଳେ ଛୋଟ ଇନଭର୍ଟର ମଧ୍ୟ ଏଠାରେ ବିକ୍ରି କରାଯାଏ, କାରଣ ମଧ ଅଞ୍ଚଳର ଅନେକ ଗାଁରେ ବିଜୁଳି ସଂଯୋଗ ନାହିଁ।

Purusottam Thakur
ସ୍ଥାନୀୟ ଦୋକାନୀ କହନ୍ତି, ଦୂର ପାହାଡିଆ ଅଞ୍ଚଳରେ ମୋବାଇଲ ନେଟୱର୍କ ନଥିଲେ ବି ଆଦିବାସୀମାନେ ମୋବାଇଲ ଫୋନ୍କୁ ଗୀତ ଶୁଣିବା, ଫଟୋ ଉଠାଇବା ଆଉ ଭିଡିଓ ସୁଟିଂ କରିବା, ଏବଂ ଟର୍ଚ୍ଚ ଲାଇଟ୍ ଭାବେ ବ୍ୟବହାର କରନ୍ତି।
ଅଭୁଜମଧ - ଏହି ନାଁର ଅର୍ଥ ହେଉଛି ଅଜଣା ବା ଅଲୌକିକ ପାହାଡ଼ - ମହରାଷ୍ଟ୍ର ଗଡଚିରୋଲି ଜିଲ୍ଲାରୁ ପଶ୍ଚିମକୁ, ଦକ୍ଷିଣରେ ଛତିଶଗଡର ବିଜାପୁର ଜିଲ୍ଲା ଓ ପୂର୍ବରେ ବସ୍ତର ପର୍ଯ୍ୟନ୍ତ ଲମ୍ବିଛି। ଗଣ୍ଡ, ମୁଡିଆ, ଅଭୂଜ ମାରିଆ ଓ ହାଲବା ଭଳି ଅନେକ ଭାରତୀୟ ଆଦିବାସୀ ସଂପ୍ରଦାୟ ଏହି ଅଞ୍ଚଳରେ ବସବାସ କରନ୍ତି। ସ୍ୱାଧୀନ ଏବଂ ସରକାରୀ ଆକଳନ ଅନୁସାରେ ଅଭୁଜ ମାରିଆ ଜନସଂଖ୍ୟା କମିବାରେ ଲାଗିଛି।
ଏହା ପ୍ରାୟତଃ ବିକଶିତ ହୋଇନଥିବା ପାର୍ବତ୍ୟାଞ୍ଚଳ, ଯେଉଁଠି ଅନେକ ଝରଣା ଏବଂ ଘଞ୍ଚ ଜଂଗଲ ରହିଛି। ଲେ ଲୋକମାନେ ଖୁବ୍ ଚଞ୍ଚଳ ଏବଂ ସରଳ। କିନ୍ତୁ ଖୁସି ଦେଖାଯାଉଥିବା ଏହି ମଣିଷମାନଙ୍କ ପାଇଁ ଏଠି ବଞ୍ଚିବା କଷ୍ଟ ଆଉ ବାହାରକୁ ଯିବା ବି କଷ୍ଟ। ବିବିସି ପ୍ରତିନିଧି ଭାବେ ଅଭୁଜମଧରେ ବହୁବାର ରିପୋର୍ଟିଂ କରିଥିବା ଶୁଭଜିତ ବାଗ୍ଚୀ କହନ୍ତି, ‘‘ବର୍ଷା ଯୋଗୁଁ ଏହି ଅଞ୍ଚଳ ବର୍ଷରେ ଚାରି ମାସ ବିଛିନ୍ନ ହୋଇଯାଏ, ଏହି ସମୟରେ ସେଠାରେ କେତେଲୋକଙ୍କର ଝାଡାବାନ୍ତିରେ ମୃତ୍ୟୁ ଘଟେ ଆମେ ଜାଣିବା ସମ୍ଭବ ହୁଏନି .... । ବର୍ଷ ତମାମ ସମସ୍ତେ ମ୍ୟାଲେରିଆରେ ପଡନ୍ତି। ଶିକ୍ଷକ ପାଠ ପଢାଉଥିବା ସ୍କୁଲଟିଏ ମୁଁ ଆଦୌ ଦେଖିନି, ଚିକିତ୍ସା ସୁବିଧା ନାହିଁ। ବେଳେବେଳେ ମାଓବାଦୀଙ୍କ ମୋବାଇଲ ସ୍କ୍ୱାଡ୍ ଓ କିଛି ସ୍ଥାନୀୟ କ୍ୱାକ୍ ଛୋଟମୋଟ ଚିକିତ୍ସା କରନ୍ତି।’’

Purusottam Thakur
ବାଗ୍ଚୀ କହନ୍ତି, ‘‘ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକେ ସବୁବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତି ଭୟଭୀତ ହୋଇ ରହିଛନ୍ତି। ଆଉ ଗ୍ରାମବାସୀମାନେ ଯଦି ଖୁସିରେ ଥିବା ଚିତ୍ରିତ ହୁଅନ୍ତି, ଏହା କେବଳ ନୃତତ୍ୱବିତ୍ଙ୍କ ପୁରୁଣା ଡାଏରୀରେ ରହିବ, ବାସ୍ତବ ଜୀବନରେ ନୁହେଁ।’’
ଅଭୁଜମଧ ଭିତରକୁ ଲମ୍ବିଥିବା ରାସ୍ତା ଅର୍ଛାରେ ଶେଷ ହୋଇଛି। ଏକ ବିସ୍ତୃତ ଅଞ୍ଚଳରେ ଏହି ଗୋଟିଏ ହାଟ। ଏପରିକି ସ୍ଥାନୀୟ ଲୋକେ ୭୦ କିଲୋମିଟର ବାଟ ଅତିକ୍ରମ କରି ଏହି ହାଟରେ ପହଞ୍ଚନ୍ତି। ଏପରିକି ଆଦିବାସୀମାନେ ଏହି ବଜାରରୁ ସେମାନଙ୍କ ପିଡିଏସ୍ ସାମଗ୍ରୀ ମଧ୍ୟ ପାଆନ୍ତି - ଏବଂ ସ୍କୁଲ ପିଲାମାନେ ଏଠାକୁ ନିଜେ ନିଜେ ଆସି ସେମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଆଉ ଡାଲି ନେଇ ଯାଆନ୍ତି।

Purusottam Thakur
କିଛି ସମୟ ପାଇଁ ରାମକୃଷ୍ଣ ମିଶନର ସ୍ୱେଛାସେବୀମାନେ ଏହି ଅଞ୍ଚଳକୁ ଆସୁଥିଲେ, କିନ୍ତୁ ଆଦିବାସୀଙ୍କୁ ଖାଦ୍ୟଶସ୍ୟ ବାଣ୍ଟିବାକୁ ସରକାର ସେମାନଙ୍କୁ ବନ୍ଦ କରିଦେଲେ।
ହାଟରେ ଥିବା ଅଧିକାଂଶ ଶିଶୁ ସାଂଘାତିକ ଭାବେ ଅପପୁଷ୍ଟିର ଶିକାର। ଆମେ ଆହୁରି ଦେଖୁଛୁ, ସ୍ଥାନୀୟ ଆଦିବାସୀ ଆଶ୍ରମ ସ୍କୁଲର ଛୋଟ ଛୋଟ ଝିଅମାନେ ହାଟରୁ ପରିବା କିଣୁଛନ୍ତି। ଏଥିସହ ଅଭୁଜମଧର ଦୂର ଦୂରାନ୍ତ ବସ୍ତିରୁ ବାପା ମାଆଙ୍କ ସହ ଆସିଥିବା ପିଲାମାନଙ୍କ ସହ ୟୁନିସେଫ୍ର ସ୍ୱେଛାସେବୀମାନେ ଥିବା ଦେଖିବାକୁ ମିଳୁଛି। ମହିଳାମାନେ, ବିଶେଷ କରି ମାଆମାନେ ମଧ୍ୟ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳୁଛି। ୟୁନିସେଫ କର୍ମକର୍ତ୍ତାମାନେ କୁହନ୍ତି ଏହି ସାପ୍ତାହିକ ହାଟରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଏକ ସୁଯୋଗ, ନଚେତ ଅପହଞ୍ଚ ଗାଁଗୁଡିକୁ ଯିବା କଷ୍ଟକର ବ୍ୟାପାର।

Purusottam Thakur
ଅର୍ଛା ହାଟର ଆଉ ଏକ ଆକର୍ଷଣ: ଚାଉଳି ମଦ (ଲୋଣ୍ଡା), ସରଫି, ତାଡି, ମହୁଆ ଏବଂ ଅନ୍ୟାନ୍ୟ ସ୍ଥାନୀୟ ନିଶାପାନୀୟ ମଧ୍ୟ ହାଟର ଗୋଟିଏ ଭାଗରେ ବିକ୍ରି ହୁଏ, ଏହାକୁ ଲୋଣ୍ଡା ବଜାର କୁହାଯାଏ।
ଗାଁରୁ ଆସିଥିବା ସାଙ୍ଗସାଥୀମାନେ ଦିନ ଶେଷରେ ବିଶ୍ରାମ କରିବା ପାଇଁ ଆଉ ମଦ ପିଇବା ପାଇଁ ମଧ୍ୟ ହାଟରେ ଜାଗା ଅଛି। ଯୁବ ଏବଂ ବୟସ୍କ ଲୋକମାନେ ପରିବାର ସଦସ୍ୟଙ୍କ ସହ ବସି ସମାନ ଭାଗରେ ମଦ ପିଅନ୍ତି ଆଉ ଦୁଃଖ ସୁଖ ବାଣ୍ଟନ୍ତି।

Purusottam Thakur
ମୋ ଭଳି ସାମ୍ବାଦିକଙ୍କ ପାଇଁ ଏହି ହାଟ ଏକ ଖବର ସଂଗ୍ରହର ଜାଗା, ଯେଉଁ ଖବର ଗାଁରୁ ଏକତ୍ର କରିବା ସହଜ ନୁହେଁ - କୃଷିଜାତ ସାମଗ୍ରୀ, ବାହାରୁ ଆସିଥିବା ଜିନିଷ, ଏବଂ ଲୋକଙ୍କର କିଣା, ବିକାର କ୍ଷମତା ଆଉ ଜୀବନଧାରଣର ମାନ ପରିବର୍ତ୍ତନ।
ରୁଚି ବାର୍ଷେ୍ଣୟଙ୍କ ଦ୍ୱାରା ହିନ୍ଦୀରୁ ଅନୁବାଦିତ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଅର୍ଛା-ହାଟରେ-ଦିନେ

