ଭିଡିଓ ଦେଖନ୍ତୁ ‘ଏବେ ଆଉ ଆମେ ପଛକୁ ଫେରିବୁ ନାହିଁ’

୨୦୧୯ଫେବ୍ରୁଆରୀ ୨୦ତାରିଖ ଦିନ ମହାରାଷ୍ଟ୍ରର ବିଭିନ୍ନ ଭାଗରୁ ଆସିଥିବା କୃଷକମାନେ ମୁମ୍ବାଇ ପର୍ଯ୍ୟନ୍ତ ପଦଯାତ୍ରାରେ ଯିବା ପାଇଁ ନାସିକ ସହରରେ ଏକତ୍ର ହେଲେ । ଏହି ପଦଯାତ୍ରା ପାଇଁ ପ୍ରତିବାଦକାରୀମାନେ ନାସିକ ଜିଲ୍ଲାର ଡିଣ୍ଡୋରି ଏବଂ ଅନ୍ୟାନ୍ୟ ଗାଁରେ ବହୁ ସପ୍ତାହ ଆଗରୁ ପ୍ରସ୍ତୁତି କରିଥିଲେ । ସେମାନେ ଖାଦ୍ୟଶସ୍ୟ ଯୋଗାଡ଼ କରିଥିଲେ ଏବଂ ରାନ୍ଧିବା ପାଇଁ ପାତ୍ର, ପାଣି ରଖିବା ପାଇଁ ଡ୍ରମ୍, ଜାଳିବା ପାଇଁ କାଠ ଏବଂ ଶୋଇବା ପାଇଁ କେରପାଲ ଖଣ୍ଡ ଏବଂ ବିଛଣା ସଂଗ୍ରହ କରିଥିଲେ ।

ଡିଣ୍ଡୋରି ଗାଁରୁ ଟେମ୍ପୋ, ଭଡ଼ାଅଟୋ ଏବଂ ଦୁଇଚକିଆ ଯାନରେ ବାହାରି କୃଷକମାନେ ୧୩ କିଲୋମିଟର ଦୂର ଧକମ୍ବେ ଟୋଲ୍ନାକାରେ ପହଞ୍ଚିଲେ । ନିର୍ଗୁଡ଼େ କରଞ୍ଜଳି, ଭେଡ଼ାମଲ, ତିଲଭାଟ, ଶିନ୍ଦୱାଡ଼ ଏବଂ ଅନ୍ୟାନ୍ୟ ଗାଁରୁ ଅଧିକ ସଂଖ୍ୟାରେ କୃଷକ ଏକାଠି ହେବାରେ ଲାଗିଲେ । ସେମାନେ ଦହାନୁ, ନାସିକ୍, ପାଲଘର ଏବଂ ଠାଣେ ଜିଲ୍ଲାରୁ ଆସିଥିଲେ ଏବଂ କେତେକ ମରାଠୱାଡ଼ା ଏବଂ ମହାରାଷ୍ଟ୍ରର ଅନ୍ୟାନ୍ୟ ଭାଗରୁ ମଧ୍ୟ ଆସିଥିଲେ । ତା’ପରେ ସେମାନେ ନାସିକ୍ର ସେଣ୍ଟ୍ରାଲ ବସ୍ଡିପୋ ଆଡ଼କୁ ପଦଯାତ୍ରାରେ ବାହାରିଲେ, ଯେଉଁଠି ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ଅନେକ କୃଷକ ଆସି ପହଞ୍ଚୁଥିଲେ ।

ଭିଡିଓ ଦେଖନ୍ତୁ:‘ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଆମ ଦାବିଗୁଡ଼ିକ ପୂରଣ ହେବ....’

୨୦୧୯ ଫେବ୍ରୁଆରୀ ୨୧ତାରିଖ ଦିନ କୃଷକମାନେ ନାସିକ୍ର ବସ୍ଡିପୋରୁ ପଦଯାତ୍ରା ଆରମ୍ଭ କଲେ ଏବଂ ୧୧ କିଲୋମିଟର ଚାଲିବା ପରେ ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ବିଲ୍ହୋଲି ଗାଁରେ ପହଞ୍ଚିଲେ । ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ଏବଂ ଅଖିଳ ଭାରତୀୟ କିଷାନ ସଭାର ନେତାମାନଙ୍କ ସହିତ ପଦଯାତ୍ରା ଆୟୋଜକମାନଙ୍କର ଦୀର୍ଘ ସମୟ ଧରି ବୈଠକ ବସିବା ପରେ ସେହି ଦିନ ବିଳମ୍ବିତ ରାତିରେ ପଦଯାତ୍ରା ପ୍ରତ୍ୟାହୃତ ହୋଇଥିଲା । କୃଷକମାନଙ୍କର ସବୁ ଦାବି ପୂରଣ କରିବେ ବୋଲି ସରକାର ପୁଣି ପ୍ରତିଶ୍ରୁତି ଦେଇଥିଲେ ।

ଅନୁବାଦ: ଓଡ଼ିଶାଲାଇଭ୍

Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE