ଜ୍ୟୋତି ଧାୟଭାଇ ନିଜର ଛୋଟ ରୋଷେଇ ଘରେ ଏକ ଚୁଲ୍ଲାରେ କାମ କରୁଥିବା ସମୟରେ କହିଲେ, ‘‘ଆମେ ସାଧାରଣତଃ ଆମ ଅତିଥିମାନଙ୍କ ସହ ଖୁବ୍ ଭିନ୍ନ ଭାବରେ ଭାବ ବିନିମୟ କରିଥାଉ। ପୁରୁଣା ଦିନମାନଙ୍କରେ ଆମର ସମୟ ଜ୍ଞାନ ଖୁବ୍ ଧିମା ଥିଲା ପରି ମନେ ହେଉଛି।’’ ‘‘ଯେତେବେଳେ ମୁଁ ବଡ଼ ହେଲି ମୁଁ ମୋ ଜେଜେମାଙ୍କଠାରୁ ଶିଖିଲି ମେହେମାନ ହମାରେ ଭଗବାନ, [ଅତିଥି ଆମ ପାଇଁ ଭଗବାନ] ଲୋକମାନେ ନିମନ୍ତ୍ରଣ ନଥାଇ ମଧ୍ୟ ସାରାଦିନ ଘରକୁ ଆସନ୍ତି ଏବଂ ଆମେ ସେମାନଙ୍କ ସହ ଖୁସି ହେଉଥିଲୁ।’’ ଜ୍ୟୋତିଜୀ ଯୋଧପୁରରେ ବଡ଼ ହୋଇଛନ୍ତି କିନ୍ତୁ ବିବାହ ପରେ ଉଦୟପୁରକୁ ଆସିଲେ ଏବଂ ନିଜର ମାରଓ୍ୱାଡି ସଂସ୍କୃତିକୁ ମେଓ୍ୱାରୀ ସଂସ୍କୃତି ସହ ମିଶାଇଲେ।


Udaipur, Rajasthan
|WED, JUL 24, 2019
ଅତିଥି, ଦେବତା ଏବଂ ଭୋଜନ
ରାଜସ୍ଥାନରେ ଅତିଥିଙ୍କୁ ଖୁଆଇବାର ପାରମ୍ପରିକ ପଦ୍ଧତି
Author
Translator

Sweta Daga
ରାଜସ୍ଥାନୀ ପରମ୍ପରା ମାନବର ଆତିଥେୟତା-ଏବଂ ବିଶେଷ କରି ଖାଦ୍ୟ ସହ ସମ୍ପୃକ୍ତ। ମାରଓ୍ୱାଡି ଭାଷାରେ ମାନଭର୍ର ଅର୍ଥ ହେଉଛି ‘ଅନୁରୋଧ କରିବା’। ତେବେ ବାସ୍ତବରେ ଏହା ଯତ୍ନର ଏକ ରୀତି, ନିଜ ପୂର୍ବରୁ ଆପଣଙ୍କ ଅତିଥିଙ୍କ ଆବଶ୍ୟକତା ଯତ୍ନ ନେବା। ଅନେକ ସମୟରେ ଏହା ବାଧ୍ୟତାମୂଳକ ଭାବରେ ଅସହନୀୟ ହୋଇଯାଏ। ପ୍ରଥମେ ଆପଣଙ୍କୁ ଯାହା ପ୍ରଦାନ କରାଯାଏ ତାହା ମନା କରିବା ମଧ୍ୟ ଏକ ରୀତି। ତେଣୁ ଏହା ପ୍ରଥମେ ଅତିଥି ଏବଂ ଗୃହସ୍ଥଙ୍କ ମଧ୍ୟରେ ଅର୍ପଣ କରିବା ଏବଂ ମନା କରିବାର ଏକ ଧାରା ଚାଲେ। ଶେଷରେ ଅତିଥି ରାଜି ହୁଅନ୍ତି। ଜଣଙ୍କୁ ଖାଇବାକୁ ଦେବା ସ୍ନେହ ପ୍ରଦର୍ଶନର ଏକ ଉପାୟ ମଧ୍ୟ। ଏବଂ ଯେତେ ଅଧିକ ଖାଦ୍ୟ ମିଳିମିଶି ଖିଆଯିବ ଏବଂ ପରିବେଷଣ କରାଯିବ, ଭଲ ପାଇବା ସେତେ ଅଧିକ।

Sweta Daga
ରାଜସ୍ଥାନୀ ପରମ୍ପରା ମାନବର ଆତିଥେୟତା-ଏବଂ ବିଶେଷ କରି ଖାଦ୍ୟ ସହ ସମ୍ପୃକ୍ତ। ମାରଓ୍ୱାଡି ଭାଷାରେ ମାନଭର୍ର ଅର୍ଥ ହେଉଛି ‘ଅନୁରୋଧ କରିବା’। ତେବେ ବାସ୍ତବରେ ଏହା ଯତ୍ନର ଏକ ରୀତି, ନିଜ ପୂର୍ବରୁ ଆପଣଙ୍କ ଅତିଥିଙ୍କ ଆବଶ୍ୟକତା ଯତ୍ନ ନେବା। ଅନେକ ସମୟରେ ଏହା ବାଧ୍ୟତାମୂଳକ ଭାବରେ ଅସହନୀୟ ହୋଇଯାଏ। ପ୍ରଥମେ ଆପଣଙ୍କୁ ଯାହା ପ୍ରଦାନ କରାଯାଏ ତାହା ମନା କରିବା ମଧ୍ୟ ଏକ ରୀତି। ତେଣୁ ଏହା ପ୍ରଥମେ ଅତିଥି ଏବଂ ଗୃହସ୍ଥଙ୍କ ମଧ୍ୟରେ ଅର୍ପଣ କରିବା ଏବଂ ମନା କରିବାର ଏକ ଧାରା ଚାଲେ। ଶେଷରେ ଅତିଥି ରାଜି ହୁଅନ୍ତି। ଜଣଙ୍କୁ ଖାଇବାକୁ ଦେବା ସ୍ନେହ ପ୍ରଦର୍ଶନର ଏକ ଉପାୟ ମଧ୍ୟ। ଏବଂ ଯେତେ ଅଧିକ ଖାଦ୍ୟ ମିଳିମିଶି ଖିଆଯିବ ଏବଂ ପରିବେଷଣ କରାଯିବ, ଭଲ ପାଇବା ସେତେ ଅଧିକ।

Sweta Daga
ସେମାନେ ଦେଉଥିବା ଦ୍ୱିତୀୟ ପ୍ରକାରର ଥାଳି ହେଉଛି ଡାଲ ବାତି ଥାଳି, ଏକ ସାଧାରଣ କିନ୍ତୁ ଲୋକପ୍ରିୟ ବ୍ୟଞ୍ଜନ। ଡାଲି ଏବଂ ରୋଟିରୁ ଏହା ପ୍ରସ୍ତୁତ ହୁଏ, ଏହାକୁ ଗରିବ ଲୋକଙ୍କ ଖାଦ୍ୟ କୁହାଯାଏ। କାରଣ ଏହା କ୍ଷୁଦା ମେଣ୍ଟାଏ ଏବଂ ଶାନ୍ତି ମଧ୍ୟ ଦିଏ। ଏଥିସହ ପକେଟ୍ ପାଇଁ ମଧ୍ୟ ସହଜ। ଏହା କଞ୍ଚା ପିଆଜ, ସବୁଜ ଲଙ୍କା ଏବଂ ଚୁର୍ମା (ଗୁଣ୍ଡ ହୋଇଥିବା ବାତି, ଗୁଡ଼ ଏବଂ ଘିଅ) ସହ ପରିବେଷଣ କରାଯାଏ।

Sweta Daga
ଧାୟଭାଇ ପରିବାର ଉଦୟପୁରରେ ସେହି ଗୋଟିଏ ହାଭେଲି ବା ଅଟ୍ଟାଳିକାରେ ୧୫୦ ବର୍ଷ ହେବ ରହି ଆସୁଛନ୍ତି। ସେମାନେ ଏକଦା ବିକାନେର ରାଜକୁମାରୀଙ୍କ ସୁରକ୍ଷା କର୍ମୀ ଭାବରେ ସେବା ଦେଉଥିଲେ। ଯିଏ କି ଉଦୟପୁରର ରାଜାଙ୍କୁ ବିବାହ କରିଥିଲେ। ପାରିବାରିକ କାହାଣୀ ଅନୁଯାୟୀ ସେମାନେ ଏହି ଦମ୍ପତିଙ୍କ ପୁତ୍ରକୁ ନିଜ କକାଠାରୁ ରକ୍ଷା କରି ତାଙ୍କୁ ଉଦୟପୁରକୁ ଆଣିଥିଲେ। ଏହି କାରଣରୁ ସେମାନେ ଧାୟଭାଇ ସାଜ୍ଞା ପାଇଛନ୍ତି, ଯାହାର ଅର୍ଥ ସମାନ ଦୁଗ୍ଧର ଭାଇ। ଏହା ପରେ ସେମାନେ ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ରାଜପରିବାର ପାଇଁ କାମ କରୁଥିଲେ ଏବଂ ମହାରାଜାଙ୍କ ବ୍ୟକ୍ତିଗତ ସହାୟକ ମଧ୍ୟ ହୋଇଥିଲେ। ସେମାନଙ୍କ ହାଭେଲି ପରମ୍ପରା ବିସ୍ମୃତ ହୋଇନି ଏବଂ ଖାଦ୍ୟ କିପରି ପ୍ରସ୍ତୁତ କରାଯାଏ ଓ ଉପଭୋଗ କରାଯାଏ ତାହାର ପ୍ରତୀକ ଭାବରେ ଛିଡ଼ା ହୋଇଛି।

Sweta Daga
ଗାୟତ୍ରୀଜୀ ରାଜସ୍ଥାନୀ ଖାଦ୍ୟ ପରମ୍ପରା ବିଷୟରେ କଥାବାର୍ତ୍ତା କରିବାରେ ଖୁବ୍ ଖୁସି। ସେ ରୋଟି ପାଇଁ ବାଜରା (ବାଜରା) ପ୍ରସ୍ତୁତ କରିବା ସମୟରେ ପରିବାରର ସରଞ୍ଚନା କିଭଳି ବଦଳିଛି ତାହା ବର୍ଣ୍ଣନା କରୁଥିଲେ। ସେ କୁହନ୍ତି, ‘‘ଖାଦ୍ୟ ଏବଂ ପରିବାର ଏକାଠି ଚାଲେ। ଏକଦା ଆମେ ଗୋଟିଏ ଛାତ ତଳେ ରହିବାରେ ଅଭ୍ୟସ୍ତ ଥିଲୁ। କିନ୍ତୁ ବର୍ତ୍ତମାନ ସେଭଳି ରହିବା କଷ୍ଟକର। ସମସ୍ତେ ଅଧିକ ସ୍ଥାନ ଏବଂ ଏକାନ୍ତତା ଚାହୁଁଛନ୍ତି। ସାଙ୍ଗସାଥୀ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ମହିଳାମାନେ ଆଜିକାଲି ଘର ବାହାରେ ଅଧିକ ସଂଖ୍ୟାରେ କାମ କରୁଛନ୍ତି। ଲୋକମାନେ ଏତେ ବ୍ୟସ୍ତ ହୋଇଯିବାରୁ ଆମେ ଯେମିତି ଭାବରେ ଖାଦ୍ୟ ପ୍ରସ୍ତୁତିରେ ଅଭ୍ୟସ୍ତ ଥିଲୁ ସେମିତି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସମୟ ନାହଁ। ତେଣୁ ଆମେ ଯେମିତି ଅନ୍ୟମାନଙ୍କ ସହ, ଆମ ପରିବାରରେ, ଆମ ଅତିଥିମାନଙ୍କ ସହ ମିଳାମିଶା କରୁଥିଲୁ ସେସବୁ ବଦଳିଗଲାଣି।’’

Sweta Daga
ଥାଳିରେ ଯାହା ରହୁଥିଲା ତାହା ମଧ୍ୟ ବଦଳିଯାଇଛି। ସେହି ସମାନ ଶୈଳୀର ଥାଳି ଯାହା ଅନ୍ୟ କାହାଘରେ ପରିବେଷିତ ହେଉଛି ସେଥିରେ ବାହାରେ ଖାଇବା ସମୟର ବିଭିନ୍ନ ବ୍ୟଞ୍ଜନ ମଧ୍ୟ ସ୍ଥାନ ପାଇପାରେ। ବର୍ତ୍ତମାନ ରେଷ୍ଟୁରାଣ୍ଟଗୁଡ଼ିକ ଯାହା ଲୋକପ୍ରିୟ ତାହା ପରିବେଷଣ କରୁଛନ୍ତି, ଯାହା ପରମ୍ପରା ତାହା ନୁହେଁ, ଲୋକମାନେ ସେହି ଗୋଟିଏ ଥାଳିରୁ ଖାଦ୍ୟ ବାଣ୍ଟି ଖାଉଥିଲେ ଏବଂ ସେମାନଙ୍କର ପରିବେଶକଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହା ମାନବର ପଦ୍ଧତିର ଅଂଶ ଥିଲା। ବୁଫେ ଭୋଜନ ବର୍ତ୍ତମାନର ଧାରା ପାଲଟିଛି, ଏହା ପରିବେଷଣ କରିବା ସଂସ୍କୃତିର ସ୍ଥାନ ନେଇଛି। ଏହାର ଅର୍ଥ ଉପସ୍ଥାପକ ଏବଂ ଅତିଥିଙ୍କ ମଧ୍ୟରେ କିଛି ସମ୍ପର୍କ ହଜିଛି।
ପରିବେଶ ଏବଂ ଅର୍ଥନୀତି ମଧ୍ୟ ପାରମ୍ପରିକ ଖାଦ୍ୟକୁ ଏକ ଭିନ୍ନ ଦିଗକୁ ନେଇଛି। ଯେତେବେଳେ ଲୋକମାନେ ମୁଖ୍ୟତଃ କ୍ଷେତରେ କାମ କରୁଥିଲେ ସେତେବେଳେ ସେମାନଙ୍କର ପୋଷକ ଆବଶ୍ୟକତା ଭିନ୍ନ ଥିଲା, ତତ୍କାଳ କ’ଣ ଉପଲବ୍ଧ ହେଉଥିଲା ତାହା ମଧ୍ୟ ଭିନ୍ନ ଥିଲା। ମହିଳାମାନେ ଏବେ ରୋଜଗାର କରୁଛନ୍ତି କିନ୍ତୁ ପୁରୁଷମାନେ ରୋଷେଇ କରିବାକୁ ଅନିଚ୍ଛୁକ। ତେଣୁ ଘରେ ପୋଷକ ତତ୍ତ୍ୱ ବିଶିଷ୍ଟ ଖାଦ୍ୟ ପ୍ରସ୍ତୁତି ପାଇଁ କମ୍ ସମୟ ମିଳୁଛି।

Sweta Daga
ଜ୍ୟୋତିଜୀଙ୍କ ୩୨ ବର୍ଷ ବୟସ୍କ ପୁଅ ବିଶାଲ ଧାୟଭାଇ ପୁରୁଣା ଏବଂ ନୂତନ ମଧ୍ୟରେ ସମ୍ପର୍କ ରକ୍ଷା ବିଷୟରେ କୁହନ୍ତି। ଏହି ଜିରୋ-ଓ୍ୱେଷ୍ଟ କର୍ମୀମାନେ କହନ୍ତି ଆଜି ବି ଅତିଥିଙ୍କୁ ଖୁଆଇବାର ଚିନ୍ତାଧାରା ରହିଛି। ସେ ସ୍ୱୀକାର କରନ୍ତି, ‘‘ଯଦି ଆପଣଙ୍କ ଘରକୁ କେହି ଆସିଛନ୍ତି ତାଙ୍କୁ ଭୋକିଲା ଫେରାଇବା ଉଚିତ୍ ନୁହେଁ। କିନ୍ତୁ ଏବେ ଆମେ ଲୋକମାନଙ୍କୁ ଗୋଟିଏ ବିକଳ୍ପ ଦେବାକୁ ଚାହଁଛୁ।’’ ‘‘ଆମେ ଏବେ ଏତେ ଚାପ ଦେଉନୁ। ଯଦି ସେମାନେ ମନା କରନ୍ତି, ଆମେ ଶୁଣୁ ଯେତେବେଳେ ଆମେ ଇଚ୍ଛା ନ ଥାଇ ପରମ୍ପରା ଅନୁସରଣ କରୁ ସେତେବେଳେ ଏହା ଏକ ବୋଝ ପାଲଟିଯାଏ। ଯାହା ମୋ ପିଢ଼ି ଏବଂ ଅନ୍ୟ ପିଢ଼ି ଦେଖୁଛି। ଅନେକ ସମୟରେ ମୁଁ ଚିନ୍ତା କରୁଛି, ଆମର ଉଦାରତା କମ୍ ହୋଇଯାଉଛି। ଆମର ଭୟ ହେଉଛି ସମସ୍ତଙ୍କ ପାଇଁ ସବୁକିଛି ଯଥେଷ୍ଟ ନାହିଁ; ସମୟ, ଖାଦ୍ୟ କିମ୍ବା ସମ୍ବଳ ଯଥେଷ୍ଟ ନାହିଁ। ମୁଁ ଭବିଷ୍ୟତରେ କ’ଣ ହେବାକୁ ଯାଉଛି ସେ ନେଇ ମଧ୍ୟ ନିଶ୍ଚିତ ନୁହେଁ। କିନ୍ତୁ ମୁଁ ଚିନ୍ତା କରୁଛି ଏବେ ବି ଅତୀତର ଏକ ଝଲକ ମୁଁ ଦେଖିପାରୁଛି। ଯାହାକୁ ‘ଆଧୁନିକତା’ ସହ ପ୍ରତିଯୋଗିତା କରୁଛି।’’

Sweta Daga
ଖାଦ୍ୟ ସହିତ ଏକ ଦୃଢ଼ ବ୍ୟବସ୍ଥା ରହିଛି। ରାଜସ୍ଥାନୀ ଲୋକମାନେ ସେମାନେ କାହା ସହ କ’ଣ ଦେଉଛନ୍ତି ସେ ନେଇ ଖୁବ୍ ସତର୍କ ଏବଂ ରୀତିନୀତି ଖାଦ୍ୟ ସହ ଏକାଠି ରହିଛି। ପ୍ରତ୍ୟେକ ପ୍ରକାରର ରୋଟି (ଗହମ, ମକା, ବାଜରା, ଯଅ) ସହ କେବଳ ଅଳ୍ପ କେଇଟି ପନିପରିବା କିମ୍ବା ଡାଲି ଖିଆଯାଏ, ଏହାର କାରଣ ଉଭୟ ସ୍ୱାଦ ଏବଂ ପାଚନ। ଜ୍ୟୋତିଜୀ ହସି ହସି କୁହନ୍ତି, ‘‘ସବୁକିଛି ଏକାଠି ଭଲ ଲାଗେନି!’’ ‘‘ଉଦାହରଣ ସ୍ୱରୂପ ମାକି କି ରୋଟି (ମକାରୁ ପ୍ରସ୍ତୁତ ରୋଟି) ଏବଂ ଉରଡ଼ କି ଡାଲ (ବିରିଡାଲି) ଏକାଠି ଭଲ ଲାଗେ। କିମ୍ବା ବାଜରେ କି ରୋଟି ସହ କଢ଼ି କିମ୍ବା ମୁଗଡାଲି (ମୁଗ ଡାଲି) ଆମ ଜେଜେମା’ ମାନେ ଏମିତି କରୁଥିଲେ, ଆମେ ବି ସେମିତି କରୁଛୁ’’
ଯଦିଓ ମାନଭର୍ ଏବେ ବି ଜୀବିତ ଅଛି, ଏହାର କିଛି ଚମକ ହଜିଯାଇଛି। ପାରମ୍ପରିକ ରାଜସ୍ଥାନୀ ଖାଦ୍ୟରେ ପରିପୂର୍ଣ୍ଣ ଏକ ଥାଳି ବର୍ତ୍ତମାନ ଅତିଥିମାନଙ୍କୁ ନିୟମିତ ଭାବରେ ପରିବେଷଣ କରିବା ବଦଳରେ ବିଶେଷ ଅବସର ପାଇଁ ଏକ ଅନନ୍ୟତା ଭାବରେ ପ୍ରସ୍ତୁତ ହୋଇଥିବା ପରି ମନେ କରାଯାଏ। ଖାଦ୍ୟ ଏବେ ବି ସଂସ୍କୃତିର ଏକ ଦୃଢ଼ ଅଂଶ ଏବଂ ଏହା ଯତ୍ନ ପ୍ରଦର୍ଶନ କରେ।
ପ୍ରାକ୍-ପ୍ରସ୍ତୁତ ଖାଦ୍ୟ ଏବେ ଘର ତିଆରି ସ୍ୱାଦିଷ୍ଟ ଭୋଜନର ସ୍ଥାନ ନେବା ଆରମ୍ଭ କଲାଣି। ମହିଳାମାନେ ବର୍ତ୍ତମାନ ଘର ବାହାରେ ଅଧିକ କାମ କରୁଛନ୍ତି। ସେମାନେ ଉଭୟ ଦାୟିତ୍ୱବହନ କରୁଛନ୍ତି। ଜ୍ୟୋତି କୁହନ୍ତି , ‘‘ଯେତେଦିନ ପର୍ଯ୍ୟନ୍ତ ଆମ ପିଢ଼ି ଏଠାରେ ଅଛି,’’ ‘‘ଆମେ ଏହି ପରମ୍ପରାକୁ ଅନୁସରଣ କରିବୁ। କିନ୍ତୁ ସବୁକିଛି ବଦଳିବ। ଆମେ ଉପଯୁକ୍ତ ସନ୍ତୁଳନ ପାଇବା ଆବଶ୍ୟକ। ତାହା ହିଁ ଠିକ୍।’’
ଏହି ପ୍ରବନ୍ଧଟି ତାଙ୍କ ସିଏସ୍ଇ ଫୁଡ୍ ଫେଲୋସିପ୍ର ଏକ ଅଂଶ।
ବିଶାଲ ସିଂ ଏବଂ ତାଙ୍କ ପରିବାରକୁ ବିଶେଷ ଧନ୍ୟବାଦ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଅତିଥି-ଦେବତା-ଏବଂ-ଭୋଜନ

