rural-ballot-2024-or

Jun 26, 2024

ଗ୍ରାମୀଣ ମତଦାନ ୨୦୨୪

ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଏକ ନୂଆ ସରକାର ପାଇଁ ମତଦାନ କରୁଛି; ନିର୍ବାଚନ ୧୯ ଏପ୍ରିଲରୁ ୧ ଜୁନ୍‌, ୨୦୨୪ ମଧ୍ୟରେ ହେବାକୁ ଯାଉଛି । ଗ୍ରାମୀଣ ଭାରତ ଉପରେ ନିଜର ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରି, ପରୀ ବିଭିନ୍ନ ନିର୍ବାଚନ କ୍ଷେତ୍ରକୁ ଯାତ୍ରା କରୁଛି ଯାହାଫଳରେ ଗ୍ରାମାଞ୍ଚଳରେ କିଭଳି ମତଦାନ ହେଉଛି ତାହା ଜାଣିହେବ। ଚାଷୀ, କୃଷି ଶ୍ରମିକ, ବନବାସୀ, ପ୍ରବାସୀ ଓ ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ଅନ୍ୟ ଲୋକମାନେ ଆମ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେମାନେ ନିଜର ମୌଳିକ ଆବଶ୍ୟକତା - ଘର ଓ ଜମିକୁ ପାଣି ଓ ବିଦ୍ୟୁତ ଯୋଗାଣ ଏବଂ ନିଜ ପିଲାଙ୍କ ପାଇଁ ରୋଜଗାରର ସୁଯୋଗ ପାଇବା ଲାଗି ସଂଘର୍ଷ କରୁଛନ୍ତି। ତା’ଛଡ଼ା ଏପରି ମତଦାତା ମଧ୍ୟ ଅଛନ୍ତି ଯେଉଁମାନେ ରାଜନୈତିକ ଉଦ୍ଦେଶ୍ୟ କାରଣରୁ କୁହୁଳି ଉଠୁଥିବା ସାମ୍ପ୍ରଦାୟିକ ଉତ୍ତେଜନା ମଧ୍ୟରେ ନିଜ ଜୀବନ ଓ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ଏଠାରେ ଆମର ସମ୍ପୂର୍ଣ୍ଣ କଭରେଜ୍‌ ପଢ଼ନ୍ତୁ

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।