everyday-lives-of-queer-people-or

Jan 12, 2024

ତୃତୀୟଲିଙ୍ଗୀ ଲୋକଙ୍କ ଦୈନନ୍ଦିନ ଜୀବନ

ତୃତୀୟ ଲିଙ୍ଗୀ ଲୋକମାନେ ସେମାନଙ୍କ ଲିଙ୍ଗଗତ ପରିଚୟ, ଲିଙ୍ଗଗତ ଅଭିବ୍ୟକ୍ତି, ଯୌନଗତ ସ୍ଥିତି ଓ ଯୌନ ଅଭିବ୍ୟକ୍ତି ଆଧାରରେ ପରିଚିତ ହୋଇଥା’ନ୍ତି। ସେମାନଙ୍କୁ ପ୍ରାୟତଃ ଏଲଜିବିଟିକ୍ୟୁଆଇଏ + ରୂପରେ ବର୍ଗୀକୃତ କରାଯାଏ ଏବଂ ଏମାନଙ୍କ ମଧ୍ୟରେ ସମଲିଙ୍ଗୀ ନାରୀ, ସମଲିଙ୍ଗୀ ପୁରୁଷ, ଉଭୟଲିଙ୍ଗୀ, କିନ୍ନର, କ୍ୱେଶ୍ଚିନିଂ/କୁଇଅର୍‌, ଇଣ୍ଟରସେକ୍ସ, ଯୌନପ୍ରବଣତାହୀନ ଏବଂ ଆହୁରି ଅନେକ ସାମିଲ ରହିଛନ୍ତି । ସାମାଜିକ ଏବଂ ଆଇନଗତ କ୍ଷେତ୍ରରେ ସମ୍ପୂର୍ଣ୍ଣ ମାନ୍ୟତା ପାଇଁ ସେମାନଙ୍କ ଯାତ୍ରା ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଛି। ଏହି ସଂକଳନର କାହାଣୀରେ ମୌଳିକ ଅଧିକାର ପାଇବା ପାଇଁ ତୃତୀୟଲିଙ୍ଗୀ ବା କୁଇଅର୍‌ ସମୁଦାୟର ସମସ୍ୟାକୁ ଉଜାଗର କରାଯାଇଛି । ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଉଭୟ କ୍ଷେତ୍ରରେ ସାମାଜିକ ମାନ୍ୟତା, ନ୍ୟାୟ, ପରିଚୟ ଏବଂ ସ୍ଥିର ଭବିଷ୍ୟତ ପାଇଁ ସେମାନେ ନିରନ୍ତର ସଂଘର୍ଷ କରିଚାଲିଛନ୍ତି। ତୃତୀୟ ଲିଙ୍ଗୀ ଲୋକମାନେ ନିଜ ପରିଚୟ ଜାହିର୍‌ କରିବା ଲାଗି ସଂଘର୍ଷ କରୁଥିବା ସମୟରେ ସାରା ଭାରତରୁ ଖୁସି, ନିଃସଙ୍ଗତା ଏବଂ ଏକତାକୁ ପାଳନ କରୁଥିବା ସେମାନଙ୍କ ସ୍ୱରକୁ ନେଇ କାହାଣୀ ସବୁ ଏଠାରେ ଉପସ୍ଥାପନ କରାଯାଇଛି

Want to republish this article? Please write to [email protected] with a cc to [email protected]

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Author

PARI Contributors