ଭାରତର-ଯାଯାବର-ମେଷପାଳକମାନଙ୍କ-ସହିତ-ରାସ୍ତାରେ

Oct 27, 2021

ଭାରତର ଯାଯାବର ମେଷପାଳକମାନଙ୍କ ସହିତ ରାସ୍ତାରେ

ଭାରତୀୟ ଗ୍ରାମାଞ୍ଚଳରେ ବିଭିନ୍ନ ମେଷପାଳକ ସମ୍ପ୍ରଦାୟ ବସବାସ କରନ୍ତି ଯେଉଁମାନଙ୍କର ସାଧାରଣତଃ କୌଣସି ସ୍ଥାୟୀ ଠିକଣା ନଥାଏ, ଏବଂ ସ୍ଥାନ ପରିବର୍ତ୍ତନ ଏବଂ ଋତୁକାଳୀନ ସ୍ଥାନାନ୍ତରଣ ହେଉଛି ସେମାନଙ୍କର ଶତାବ୍ଦୀ ପୁରୁଣା ଜୀବନଶୈଳି। କର୍ଣ୍ଣାଟକର କୁରୁବା, ରାଜସ୍ଥାନର ରାଇକା, ଲଦାଖର ଚାଙ୍ଗପା, ଅରୁଣାଚଳ ପ୍ରଦେଶର ବ୍ରୋକପା, ତେଲେଙ୍ଗାନାର ଯାଦବ, ସୌରାଷ୍ଟ୍ରର ଏବଂ କଚ୍ଛର ରାବାରିସ୍‍ ଏବଂ ଭରୱାଦ, ମହାରାଷ୍ଟ୍ରର ଧାଙ୍ଗର ଏବଂ ନନ୍ଦା ଗାଓଲିସ୍‍ - ଏମାନେ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟମାନେ ଭାରତର ଗ୍ରାମାଞ୍ଚଳରେ ସେମାନଙ୍କର ମେଣ୍ଢା, ଛେଳି, ଓଟ ଏବଂ ଅନ୍ୟାନ୍ୟ ପଶୁମାନଙ୍କ ସହ ନିରନ୍ତର ସ୍ଥାନାନ୍ତରିତ ହୋଇଥାନ୍ତି। ଯଦିଓ ଏମାନଙ୍କ ମଧ୍ୟରୁ ଅନେକ ମେଷପାଳକ ଗୋଷ୍ଠୀ ବିଭିନ୍ନ ସ୍ତରରେ ପରିବର୍ତ୍ତନ ଏବଂ ଆହ୍ୱାନ ମଧ୍ୟରେ ସେମାନଙ୍କର ଯାଯାବର ଜୀବନ ବଜାୟ ରଖିବା ପାଇଁ ସଂଘର୍ଷ କରୁଛନ୍ତି। ଏଗୁଡ଼ିକ ହେଉଛି ସେମାନଙ୍କର କାହାଣୀ

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।