ଦେଶର-ଶୋଷଣର-କେନ୍ଦ୍ରସ୍ଥଳ-ଇଟାଭାଟିରେ

Oct 14, 2021

ଦେଶର ଶୋଷଣର କେନ୍ଦ୍ରସ୍ଥଳ ଇଟାଭାଟିରେ

ସାରା ଭାରତରେ ଇଟାଭାଟିଗୁଡିକ ହେଉଛି ସବୁଠାରୁ ଅଧିକ ଯନ୍ତ୍ରଣାଦାୟକ ଏବଂ ଶୋଷଣକାରୀ କାର୍ଯ୍ୟସ୍ଥଳ। ଅତ୍ୟନ୍ତ ଗରୀବ ଶ୍ରେଣୀର ପରିବାର ଯେଉଁମାନେକି ମୁଖ୍ୟତଃ ଆଦିବାସୀ ସଂପ୍ରଦାୟର, ସେମାନେ ଏହି ଇଟାଭାଟିକୁ କାର୍ଯ୍ୟ ଅନ୍ୱେଷଣରେ ପ୍ରତି ବର୍ଷ ଛଅ ମାସ ପାଇଁ ଆସିଥାନ୍ତି। ସେମାନେ ଅସ୍ଥାୟୀ କୁଡ଼ିଆଗୁଡ଼ିକରେ ବାସ କରନ୍ତି ଏବଂ ପ୍ରଚଣ୍ଡ ଖରାରେ କଠିନ ପରିଶ୍ରମ କରିଥାନ୍ତି। ଏଠାରେ ସେମାନେ ଯାହା ଆୟ କରିଥାନ୍ତି ତାହା ସେମାନଙ୍କୁ ବର୍ଷର ବାକି ସମୟରେ ଚଳିବା ପାଇଁ ସାହାଯ୍ୟ କରିଥାଏ, ଯେତେବେଳେ ସେମାନେ କ୍ଷେତରେ କିମ୍ବା ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟ କରନ୍ତି। ଅନେକ ସମୟରେ ସେମାନେ ଗୋତି ଶ୍ରମିକ ଭାବରେ କାର୍ଯ୍ୟ କରିଥାନ୍ତି ଏବଂ କଣ୍ଟ୍ରାକ୍ଟରମାନଙ୍କଠାରୁ ନେଇଥିବା ଅଗ୍ରୀମ ପରିଶୋଧ କରିବା ପାଇଁ ପରିବାରଗୁଡ଼ିକୁ ନିର୍ଦ୍ଦିଷ୍ଟ ସଂଖ୍ୟକ(ଏବଂ ବିପୁଳ) ଇଟା ଗଢ଼ିବା ସୁନିଶ୍ଚିତ କରିବାକୁ ପଡ଼େ। ଏଗୁଡିକ ହେଉଛି ମହାରାଷ୍ଟ୍ର, ଓଡ଼ିଶା ଏବଂ ତେଲେଙ୍ଗାନାର ଇଟାଭାଟି ଶ୍ରମିକଙ୍କ ଉପରେ ପରୀ କାହାଣୀ

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।