ଗ୍ରାମୀଣ-ଭାରତରେ-ବିକଳାଙ୍ଗ-ହୋଇ-ବଞ୍ଚିବା

Dec 06, 2021

ଗ୍ରାମୀଣ ଭାରତରେ ବିକଳାଙ୍ଗ ହୋଇ ବଞ୍ଚିବା

ଗ୍ରାମୀଣ ଭାରତରେ ବହୁସଂଖ୍ୟକ ଲୋକ ବିକଳାଙ୍ଗ କିମ୍ବା ଭିନ୍ନକ୍ଷମ ହୋଇ ଜୀବନନିର୍ବାହ କରିଥାନ୍ତି। କେହି କେହି ଜନ୍ମରୁ ଭିନ୍ନକ୍ଷମ ହୋଇଥାନ୍ତି, ଆଉ କିଛି ଲୋକ ସାମାଜିକ କାରଣ କିମ୍ବା ସକ୍ରିୟତା ଓ ନିଷ୍କ୍ରିୟତା କାରଣରୁ ବିକଳାଙ୍ଗ ହୋଇଥାନ୍ତି- ଉଦାହରଣ ସ୍ୱରୂପ, ଝାଡ଼ଖଣ୍ଡରେ ଅଧିକ ୟୁରାନିୟମ ଖଣି କାରଣରୁ ହେଉ କିମ୍ବା ମରୁଡ଼ି ପ୍ରବଣ ମରାଠାୱାଡ଼ାରେ ଭୂତଳ ଜଳାଭାବ କାରଣରୁ ଲୋକମାନେ ଫ୍ଲୋରାଇଡ ଯୁକ୍ତ ପାଣି ପିଇବା ଲାଗି ବାଧ୍ୟ ହେବା। ଅସୁସ୍ଥତା କିମ୍ବା ଚିକିତ୍ସାରେ ଅବହେଳା କାରଣରୁ ମଧ୍ୟ କେହି କେହି ବିକଳାଙ୍ଗ ହୋଇଥାନ୍ତି– ଲକ୍ଷ୍ନୌର ଜଣେ ସଫେଇ କର୍ମୀ ପାର୍ବତୀ ଦେବୀ କୁଷ୍ଠ ରୋଗାକ୍ରାନ୍ତ ହୋଇ ନିଜର ଆଙ୍ଗୁଠି ହରାଇଥିଲେ, ଅନ୍ୟପଟେ ମିଜୋରାମର ଦେବହାଲା ଚକମା ହାଡ଼ଫୁଟିରେ ଆକ୍ରାନ୍ତ ହେବା ପରେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ, ଆହୁରି ପାଲଘରର ପ୍ରତିଭା ହିଲିମ ଗାଙ୍ଗ୍ରେନରେ ପୀଡ଼ିତ ହେବା ପରେ ନିଜର ହାତଗୋଡ଼ ହରାଇଥିଲେ। କିଛି ଲୋକ ମାନସିକ ବିକଳାଙ୍ଗ ହୋଇଥାନ୍ତି-ଶ୍ରୀନଗରର ଶିଶୁ ମୋହସିନଙ୍କର ସେରେବ୍ରାଲ୍ ପାଲସୀ ରହିଥିଲା, ମହାରାଷ୍ଟ୍ରର ପ୍ରତୀକ ଡାଉନ୍ ସିଣ୍ଡ୍ରମରେ ଆକ୍ରାନ୍ତ ହୋଇଥିଲେ। ଏପରି କେତେକ କ୍ଷେତ୍ରରେ, ଦାରିଦ୍ର୍ୟ, ଅସମାନତା, ସ୍ୱାସ୍ଥ୍ୟ ସେବାର ଅଭାବ ଏବଂ ଭେଦଭାବ ସମସ୍ୟାକୁ ଅଧିକ ବଢ଼ାଇ ଦେଇଥାଏ। ବିଭିନ୍ନ ରାଜ୍ୟରେ ବିକଳାଙ୍ଗ ହୋଇ ବଞ୍ଚିଥିବା କିଛି ଲୋକଙ୍କ ସମ୍ପର୍କରେ ପ୍ରସ୍ତୁତ ପରୀ ଷ୍ଟୋରୀ ଆପଣ ଏଠାରେ ପଢ଼ିପାରିବେ

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।