ନିର୍ମାଣ ସ୍ଥଳରେ କାମ ସାରି ତିନିଜଣ ଯୁବକ ମାରି ଗାଁର ଘରକୁ ଫେରୁଥିଲେ। “ପନ୍ଦର ବର୍ଷ ତଳର କଥା”, ସେମାନଙ୍କ ଭିତରୁ ଅଜୟ ପାଶୱାନ ମନେ ପକେଇଲା। ଆମ ଗାଁର ନିଶୁନ ଜାଗାରେ ଥିବା ମସଜିଦ ପାଖ ଦେଇ ଆମେ ଯାଉଥିଲୁ, ଓ ଭାବିଲୁ ଭିତରେ ପଶି ଟିକେ ଦେଖିବୁ। ଆମେ କୌତୁହଳୀ ହେଲୁ।’’
ଚଟାଣରେ ଶିଉଳି ଚଢି ଯାଇଥିଲା ଓ ବୁଦୁବୁଦୁକିଆ ଜଙ୍ଗଲ ଚାରିଆଡ଼େ ମାଡ଼ି ଯାଇଥିଲା।
“ଭିତରକୁ ଗଲା ପରେ ଆମ ମନ ବଦଳିଗଲା”, ୩୩-ବର୍ଷୀୟ ଦିନ ମଜୁରିଆ ଶ୍ରମିକ କହନ୍ତି, “ହୁଏତ ଆଲ୍ଲା ଆମେ ଭିତରକୁ ଯିବାକୁ ଚାହୁଁଥିଲେ”।
ସେହି ତିନି ଜଣ – ଅଜୟ ପାଶୱାନ, ବାଖୋରୀ ବିନ୍ଦ ଓ ଗୌତମ ପ୍ରସାଦ – ଜାଗାଟିକୁ ସଫା କରିବାକୁ ନିଷ୍ପତ୍ତି ନେଲେ। “ଆମେ ସେ ବୁଦୁବୁଦୁକିଆ ଜଙ୍ଗଲକୁ ସଫା କଲୁ ଓ ମସଜିଦରେ ରଙ୍ଗ ଦେଲୁ”, ଅଜୟ କହନ୍ତି। ସେମାନେ ସନ୍ଧ୍ୟା ଦୀପ ମଧ୍ୟ ଲଗାଇଲେ।
ସେହି ତିନିଜଣ ଗୋଟିଏ ସାଉଣ୍ଡ ସିଷ୍ଟମ ଲଗାଇଲେ ଓ ମସଜିଦର ଗମ୍ବୁଜ ଉପରେ ଡାକବାଜି ଯନ୍ତ୍ର ଝୁଲାଇଲେ। “ଆମେ ସାଉଣ୍ଡ ସିଷ୍ଟମ ମାଧ୍ୟମରେ ଆଜାନ (ପ୍ରାର୍ଥନା) ବୋଲିବାକୁ ଚାହିଁଲୁ”, ଅଜୟ କହିବା ଜାରି ରଖିଲେ, “ଓ ଖୁବ ଶୀଘ୍ର ସମସ୍ତ ମୁସଲିମଙ୍କୁ ଆସିବା ପାଇଁ, ନାଳନ୍ଦା ଜିଲ୍ଲା ମାରି ଗାଁରେ ଦିନକୁ ପାଞ୍ଚ ଥର, ଆଜାନ ବୋଲିବା ଆରମ୍ଭ ହେଲା”।












