ଉପକୂଳବର୍ତ୍ତୀ କର୍ଣ୍ଣାଟକରେ ବିଭିନ୍ନ ସାଂସ୍କୃତିକ ଉତ୍ସବ ପାଳନ ସମୟରେ ତୁଲୁନାଡୁର ଗାର୍ନାଲ ସାଇବର ବା ବାଣ କାରିଗରଙ୍କ ଆବଶ୍ୟକତା ଖୁବ୍ ଅନୁଭୂତ ହୁଏ । ଭୂତ କୋଲା , ପର୍ବପର୍ବାଣୀ, ବିବାହ ଉତ୍ସବ, ଜନ୍ମଦିନ ପାଳନ, ଗୃହ ପ୍ରବେଶ ଏବଂ ଏମିତି କି ଅନ୍ତିମ ସଂସ୍କାର କାର୍ଯ୍ୟରେ ବି ସେମାନଙ୍କ ଅଂଶଗ୍ରହଣ ପୂର୍ବ ନିର୍ଦ୍ଧାରିତ ବୋଲି ଗ୍ରହଣ କରାଯାଏ ।

ଗାର୍ନାଲ ଏକ ପ୍ରକାର ବାଣ ଏବଂ ‘ ସାଇବର ’ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବୁଝାଇଥାଏ।

ମୁଲକି ସହରର ଜଣେ ଗାର୍ନାଲ ସାଇବର ଆମୀର ହୁସେନ୍ କହନ୍ତି, ତାଙ୍କ ବାପାଙ୍କ ପାଖରୁ ସେ ଏହି କାରିଗରୀ ଶିଖିଥିଲେ ଏବଂ ତାଙ୍କର ଏହି ପାରିବାରିକ ବୃତ୍ତି ପିଢ଼ି ପରେ ପିଢ଼ି ଧରି ଚାଲି ଆସିଛି ।

କର୍ଣ୍ଣାଟକର ମନିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନ ର ଜଣେ ଗବେଷଣା ସହାୟକ ନୀତେଶ ଆଞ୍ଚନ କହନ୍ତି, ବାଣ, ବିଶେଷତଃ ବଡ଼ ବଡ଼ ବାଣ ଫୁଟାଇବା ଏବଂ ଫିଙ୍ଗିବା ଏକ ବିପଜ୍ଜନକ କାମ।

ଉଡୁପି ଜିଲ୍ଲା ଅନ୍ତର୍ଗତ ଆଥ୍ରାଡ଼ି ଗାଁର ଜଣେ ମୁସଲମାନ ଯୁବକ ମୁସ୍ତାକ ଆଥ୍ରାଡୀ ଗାର୍ନାଲ ତିଆରି କରନ୍ତି ଏବଂ ଭୂତ ପର୍ବରେ ଏହାକୁ ଉପରକୁ ଫୋପାଡ଼ନ୍ତି । ବିଶେଷତଃ ସେ କାଡ଼ୋନି ବୋଲି କୁହାଯାଉଥିବା ସବୁଠାରୁ ଅଧିକ ଶକ୍ତିଶାଳୀ ଗାର୍ନାଲ ଫିଙ୍ଗିବାରେ ସିଦ୍ଧହସ୍ତ । ସେ କହନ୍ତି, “ କାଡ଼ୋନି ହେଉଛି ଏକ ପ୍ରକାର ବିସ୍ଫୋରକ ପାଉଡର ଏବଂ ବିଭିନ୍ନ ରାସାୟନିକ ଦ୍ରବ୍ୟର ମିଶ୍ରଣ ସଂପର୍କିତ ଏକ ବିସ୍ତୃତ ପ୍ରକ୍ରିୟାରେ ଏହା ତିଆରି କରାଯାଏ ।” କାଡ଼ୋନି ଯେଉଁଠାରେ ଫୁଟେ, ସେଠାରେ ଭୂମିରେ ଫାଟ ସୃଷ୍ଟି ହୁଏ ବୋଲି କୁହାଯାଏ ।

ଫିଲ୍ମ ଦେଖନ୍ତୁ: ତୁଲୁନାଡୁର ଗାର୍ନାଲ ସାଇବର

ଭୂତ କୋଲା ବା ଭୂତ ପୂଜା ପର୍ବ ପାଳନ ସମୟରେ ବାଣ ଫୁଟିବାର ଦୃଶ୍ୟ ବେଶ୍ ଉପଭୋଗ୍ୟ। ବହୁ ଶତାବ୍ଦୀ ଧରି ତୁଲୁନାଡୁରେ ଭୂତ (ଆତ୍ମା) ପୂଜା ପରମ୍ପରା ଅନୁସୃତ ହୋଇଆସୁଛି । କୋଲା (ପ୍ରଦର୍ଶନ) ହେଉଛି ଭୂତ ପରମ୍ପରା ସହ ଜଡ଼ିତ ଏକ ପୂଜା ପଦ୍ଧତି ବା ପ୍ରଥା । ନାଦ ସ୍ୱ ରମ, ଟେଜ୍ ଏବଂ ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରର ସଂଗୀତ ସହିତ ଗାର୍ନାଲ ଫୁଟିବାର ପ୍ରଚଣ୍ଡ ଧ୍ୱନି ଭୂତ କୋଲା ର ଅନ୍ୟତମ ଅନ୍ତର୍ନିହିତ ଦିଗକୁ ବୁଝାଏ । ଦେଖନ୍ତୁ: ତୁଲୁନାଡୁର ଭୂତ ପୂଜା: ଶାସ୍ତ୍ରୀୟ ପରମ୍ପରାରେ ସମନ୍ୱୟର ବାର୍ତ୍ତାବହ

କୋଲା ସମୟରେ ଗାର୍ନାଲ ସାଇବର ମାନେ ବାଣରେ ନିଆଁ ଲଗାଇ ଆକାଶକୁ ଫିଙ୍ଗନ୍ତି ଏବଂ ଏହା ଏକ ଚମତ୍କାର ଓ ବିସ୍ଫୋରକ ପ୍ରଦର୍ଶନରେ ରୂପାନ୍ତରିତ ହୋଇଥାଏ ।

ଏ ସଂପର୍କରେ ବୁଝାଇବାକୁ ଯାଇ ପ୍ରଫେସର ପ୍ରବୀଣ ସେଟ୍ଟି କହନ୍ତି ଯେ ଭୂତ ପୂଜାରେ ଅନେକ ସଂପ୍ରଦାୟ ଏକତ୍ର ହେଉଥିବା ଦେଖାଯାଏ । “ତୁଲୁନାଡୁର ଭୂତ ପୂଜାରେ ଯେଉଁ ସବୁ ରୀତିନୀତି ପାଳିତ ହୁଏ ଏବଂ କର୍ମ ସଂପାଦିତ ହୁଏ, ସେ ସବୁ ସାଧାରଣତଃ ବିଭିନ୍ନ ହିନ୍ଦୁ ସଂପ୍ରଦାୟ ପାଳନ କରନ୍ତି । ହେଲେ, କାଳକ୍ରମେ ମୁସଲମାନ ସଂପ୍ରଦାୟ ମଧ୍ୟ ଭୂତ ପୂଜାର ଏହି ସବୁ ରୀତିନୀତିରେ ସାମିଲ ହେଲେଣି । ସେମାନେ ବାଣ ଫୋପାଡ଼ି କିମ୍ବା କୋଲା ପାଇଁ ସଙ୍ଗୀତ ପରିବେଷଣରେ ନିୟୋଜିତ ହୋଇ ଏହି ପୂଜା ପର୍ବର ଏକ ଅଂଶ ପାଲଟିଗଲେଣି ।”

ଉଡୁପିର ‘ମନିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନ’ରେ ତୁଲୁ ସଂସ୍କୃତିର ଜଣେ ବିଶେଷଜ୍ଞ ପ୍ରଫେସର ସେଟ୍ଟୀ କହନ୍ତି, “ବାଣ ଫୁଟା ରୀତି ପ୍ରଚଳନ କାରଣରୁ ଭୂତ କୋଲା ପ୍ରଥା ଏକ ଭବ୍ୟ ଏବଂ ଦର୍ଶନୀୟ ପର୍ବରେ ପରିଣତ ହୋଇଛି । ”

ଏହି ଫିଲ୍ମରେ ଦେଖନ୍ତୁ ରାତ୍ରୀକାଳୀନ ଆକାଶକୁ ଆଲୋକିତ କରୁଥିବା ଆମୀର ଓ ମୁସ୍ତାକଙ୍କ ଚମକଦାର ବାଣଫୁଟା କାର୍ଯ୍ୟକ୍ରମ ଏବଂ ଶତାବ୍ଦୀ ଶତାବ୍ଦୀ ଧରି ପାଳିତ ହୋଇଆସୁଥିବା ଶାସ୍ତ୍ରୀୟ ସମନ୍ୱୟର ଏକ ପରମ୍ପରା ଓ ମିଳିତ ଐତିହ୍ୟର ଜୟଯାତ୍ରା ।

ଏହି ଲେଖା ପ୍ରସ୍ତୁତିରେ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମଏମଏଫ) ସହାୟତା କରିଛନ୍ତି ।

ପ୍ରଚ୍ଛଦ ଅଳଙ୍କରଣ : ସିଦ୍ଧିତା ସୋନାବାନେ

ଅନୁବାଦ: ଓଡ଼ିଶାଲାଇଭ୍‍

Faisal Ahmed

फैजल अहमद बोधपट निर्माते असून ते सध्या कर्नाटकाच्या सागरी प्रदेशातील मालपे या आपल्या गावी असतात. या आधी त्यांनी मणिपाल अकॅडमी ऑफ हायर एज्युकेशन या संस्थेसोबत काम केलं असून तुलुनाडूच्या लोकांचं जगणं आणि संस्कृतीविषयी अनेक बोधपटांचं दिग्दर्शन केलं आहे. ते २०२२-२३ या वर्षासाठी एमएमएफ-पारी फेलो म्हणून त्यांची निवड झाली आहे.

यांचे इतर लिखाण Faisal Ahmed
Text Editor : Siddhita Sonavane

Siddhita Sonavane is Content Editor at the People's Archive of Rural India. She completed her master's degree from SNDT Women's University, Mumbai, in 2022 and is a visiting faculty at their Department of English.

यांचे इतर लिखाण Siddhita Sonavane
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE