ତେଣୁ, ଜୟନ୍ତ ତାଣ୍ଡେକର ତାଙ୍କର ଦୁଇ-ବଖୁରିଆ ଭଡ଼ା ଘର ଖୋଲିଲେ ଏବଂ ତାଙ୍କୁ ନିଜର ପ୍ରଶିକ୍ଷଣ ଅଧୀନକୁ ନେଲେ।
ତାଣ୍ଡେକର ତାଙ୍କ ପ୍ରତିପାଳନ ଅଧୀନରେ ଥିବା ଆଠ-ବର୍ଷିଆ ଉର୍ବଶୀର ଆଖିରେ ନିଜର ସ୍ୱପ୍ନକୁ ଜୀଇଁବାକୁ ଚେଷ୍ଟା କରୁଛନ୍ତି।
ଏହା ହେଉଛି ଏକ ଗ୍ରାମୀଣ ଶିଶୁ, ତା’ର ପିତାମାତା ଏବଂ ବଡ଼ ସ୍ୱପ୍ନ ଦେଖିବାକୁ ଚେଷ୍ଟା କରୁଥିବା; ଅର୍ଥାଭାବରେ ଥିବା କିନ୍ତୁ ଉଚ୍ଚ ସଂକଳ୍ପ ଥିବା ଜଣେ ଯୁବ କ୍ରିଡ଼ା ପ୍ରଶିକ୍ଷକଙ୍କ କାହାଣୀ।
ଦୁଇ ବର୍ଷ ତଳେ, ତାଣ୍ଡେକରଙ୍କ ନିକଟକୁ ଆସିବା ସମୟରେ ଉର୍ବଶୀ ନିମ୍ବର୍ତେଙ୍କର ବୟସ ଥିଲା ଆଠ ବର୍ଷ। ତାଣ୍ଡେକର ଭଣ୍ଡାରା ସହରର ବାହ୍ୟ ଭାଗରେ ଥିବା ଏକ ଛୋଟ ଭଡ଼ା ଘରେ ରୁହନ୍ତି, ଏବଂ ଉର୍ବଶୀ ନିଜର ସମସ୍ତ ଜିନିଷପତ୍ର ଧରି ତାଣ୍ଡେକରଙ୍କ ଘରକୁ ଚାଲିଆସିଲେ; ଏବେ ତାଣ୍ଡେକର ହିଁ ତାଙ୍କର ବାପା ଓ ମାଆ। ଉର୍ବଶୀଙ୍କ ପିତାମାତା ନିର୍ଧନ। ସେମାନେ ଭଣ୍ଡାରା ସହରରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଦୱା ଗ୍ରାମର ଛୋଟ ଚାଷୀ। କିନ୍ତୁ ଏହି ଛୋଟ ଝିଅର ମାଆ ମାଧୁରୀ ଅନୁଭବ କରୁଥିଲେ ଯେ ତାଙ୍କ ଝିଅର କିଛି କରିବାର ସାମର୍ଥ୍ୟ ଅଛି, ମାଧୁରୀଙ୍କୁ ଏହି ଯୁବ କ୍ରୀଡ଼ା ପ୍ରଶିକ୍ଷକ ଏବଂ ତାଙ୍କ ଝିଅ ପାଇଁ ତାଣ୍ଡେକରଙ୍କ ସ୍ୱପ୍ନକୁ ବିଶ୍ୱାସ କରିବାକୁ ହୋଇଥିଲା।










