୨୦୨୩ ମସିହା ଏପ୍ରିଲ ୩୦ ତାରିଖ ଦିନ ହିମାଳୟ ପର୍ବତମାଳାର ଧଉଲାଧାର ପାର୍ବତ୍ୟ ଶୃଙ୍ଖଳରେ ଅବସ୍ଥିତ ଧର୍ମଶାଳା (ଧରମଶାଳା ବୋଲି ମଧ୍ୟ ଲେଖାଯାଏ) ସହରରେ ଆୟୋଜିତ ହୋଇଥିଲା ପ୍ରଥମ ‘ପ୍ରାଇଡ୍ ମାର୍ଚ୍ଚ୍’ - ସମଲିଙ୍ଗୀ ସମାଜର ସ୍ୱାଭିମାନ ପଦଯାତ୍ରା ।

‘ଏହି ଘର ତୁମ ପାଇଁ, ମୋ ପାଇଁ, ପୁରୁଷଙ୍କ ପାଇଁ, ମହିଳାଙ୍କ ପାଇଁ ସେମାନେ ଏବଂ ସେମାନଙ୍କ ପାଇଁ’- ଏହିଭଳି ବିଭିନ୍ନ ସ୍ଲୋଗାନ୍ ଲେଖା ଥିବା ପ୍ଲାକାର୍ଡ ହାତରେ ଧରିଥିବା ଲୋକମାନେ ମୁଖ୍ୟ ବଜାରରୁ ବାହାରି ଧର୍ମଶାଳାର ତିବ୍ବତୀୟ ଜନବସତି ମ୍ୟାକଲୋଡଗଞ୍ଜରେ ଅବସ୍ଥିତ ଦଲାଇ ଲାମାଙ୍କ ମନ୍ଦିର ଅଭିମୁଖେ ପଦଯାତ୍ରାରେ ଆଗେଇ ଯାଇଥିଲେ । ପରେ ଏହି ପଦଯାତ୍ରା ସହରର ଏକ ବ୍ୟସ୍ତବହୁଳ ବ୍ୟାବସାୟିକ ଅଞ୍ଚଳ କୋତୱାଲି ବଜାରରେ ପ୍ରବେଶ କରିଥିଲା । ଏହା ଥିଲା ହିମାଚଳ ପ୍ରଦେଶରେ ସମଲିଙ୍ଗୀ ବା LGBTQIA+ ସମାଜ ପ୍ରତି ସମର୍ଥନ ପ୍ରଦର୍ଶନ ପୂର୍ବକ ପ୍ରଥମ ସର୍ବସାଧାରଣ ସମାବେଶ ଏବଂ ଏଥିରେ ଭାଗ ନେଇଥିବା ଅଧିକାଂଶ ବ୍ୟକ୍ତି ରାଜ୍ୟର ଗ୍ରାମାଞ୍ଚଳ ତଥା ଛୋଟ ଛୋଟ ସହରରୁ ଆସିଥିଲେ।

“ଆମେ ଅଜିବ୍ (ଅଜବ୍) ଶବ୍ଦଟିକୁ ଗର୍ବର ସହ ବ୍ୟବହାର କରୁ,” ବୋଲି କହନ୍ତି ଡନ୍ ହସର, ପଦଯାତ୍ରାର ଅନ୍ୟତମ ସଂଗଠକ ଏବଂ ହିମାଚଳ କ୍ୟୁୟର ଫାଉଣ୍ଡେସନ୍ (HQF) ନାମକ ସଂସ୍ଥାର ସହ-ସଂସ୍ଥାପକ । ସେମାନଙ୍କ ପସନ୍ଦ ସଂପର୍କରେ ବୁଝାଇବାକୁ ଯାଇ ୩୦ ବର୍ଷୀୟ ଡନ୍ ଆହୁରି କହନ୍ତି, “କ୍ୟୁୟରନେସ୍ (ଯୌନ ସମ୍ବନ୍ଧ ପ୍ରସଙ୍ଗରେ ବିଚିତ୍ରତା) ଶବ୍ଦର ଅର୍ଥ ବର୍ଣ୍ଣନା କରିବା ପାଇଁ ଆମେ ଇଂଲିଶ ଶବ୍ଦଗୁଡ଼ିଏ ବ୍ୟବହାର କରୁ । କିନ୍ତୁ ହିନ୍ଦୀ ବା ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ କ’ଣ କୁହାଯିବ? ଆଞ୍ଚଳିକ ଭାଷାରେ ରହିଥିବା କେତେକ ଗୀତ ଏବଂ ଗପ ଉପଯୋଗ କରି ଆମେ କ୍ୟୁୟରନେସ୍ ଏବଂ ଫ୍ଲୁଇଡିଟି (ଯୌନ ସମ୍ବନ୍ଧ କ୍ଷେତ୍ରରେ ବିବିଧତା) ସଂପର୍କରେ କହିଥାଉ ।”

ସୂଚନା ପାଇବାର ଖୁବ୍ କମ୍ ସମୟ ମଧ୍ୟରେ ଦିଲ୍ଲୀ, ଚଣ୍ଡୀଗଡ଼, କୋଲକାତା, ମୁମ୍ବାଇ ଏବଂ ରାଜ୍ୟର ଛୋଟ ଛୋଟ ସହରରୁ ୩୦୦ ଲୋକ ଏହି ପଦଯାତ୍ରାରେ ଭାଗ ନେବାକୁ ଆସି ଏକାଠି ହୋଇଥିଲେ । ଏହି ‘ପ୍ରାଇଡ୍ ମାର୍ଚ୍ଚ’ରେ ଅଂଶଗ୍ରହଣ କରିଥିବା ଶିମଲା ବିଶ୍ୱବିଦ୍ୟାଳୟର ୨୦ ବର୍ଷୀୟ ଛାତ୍ର ଆୟୁଷ କହିଲେ, “ଏଠାରେ (ହିମାଚଳ ପ୍ରଦେଶରେ) କେହି ହେଲେ ଏ ବିଷୟରେ (କ୍ୟୁୟର ବା ସମଲିଙ୍ଗୀ ହୋଇଥିବା) କଥାବାର୍ତ୍ତା କରନ୍ତି ନାହିଁ ।” ସ୍କୁଲରେ ଥିବା ସମୟରେ ଆୟୁଷଙ୍କ ପାଇଁ ଗାଧୁଆ ଘରକୁ ଯିବା କଷ୍ଟକର ହୋଇପଡ଼ିଥିଲା । “ମୋ ଶ୍ରେଣୀର ପିଲାମାନେ ମୋତେ ଚିଡ଼ାନ୍ତି ଏବଂ ଧମକଚମକ ଦିଅନ୍ତି । ଅନଲାଇନରେ ଏହି ସଂପ୍ରଦାୟକୁ ପାଇବା ପରେ ମୁଁ ନିଜେ ନିଜକୁ ସୁରକ୍ଷିତ ଅନୁଭବ କଲି । ଯେଉଁ ଲୋକମାନେ ମୋତେ ବୁଝିପାରନ୍ତି, ସେମାନଙ୍କ ସହ ମିଶିବା ଲାଗି ଏହା ମୋତେ ସୁଯୋଗ ଦେଲା ।”

ଏହି ସବୁ ଆଲୋଚନାକୁ କଲେଜରେ ପହଞ୍ଚାଇବା ଦିଗରେ ଉଦ୍ୟମ କରୁଛନ୍ତି ଆୟୁଷ । ଏ ସଂପର୍କିତ ଖୋଲାଖୋଲି ଆଲୋଚନା କରିବା ସକାଶେ ଜଣେ ଅଧ୍ୟାପକଙ୍କୁ ଉପଦେଷ୍ଟା ଭାବରେ ରଖି ସେ ଏକ ମଞ୍ଚ ପ୍ରସ୍ତୁତ କରିଛନ୍ତି । ଲୋକେ ଲିଙ୍ଗ ଏବଂ ଯୌନାଚାର ସଂପର୍କରେ ଶିକ୍ଷାଲାଭ କରିବାକୁ ଏଠାକୁ ଆସନ୍ତି ଏବଂ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ନିଜ ନିଜର ଅନୁଭୂତି ବର୍ଣ୍ଣନା କରନ୍ତି ।

A participant holds a placard in support of the LGBTQIA+ community during the first-ever Pride march in Dharmshala on April 30, 2023
PHOTO • Sweta Daga

ଧର୍ମଶାଳାରେ ୨୦୨୩ ଏପ୍ରିଲ ୩୦ ତାରିଖ ଦିନ ଆୟୋଜିତ ସର୍ବପ୍ରଥମ ପ୍ରାଇଡ୍ ମାର୍ଚ୍ଚ ଅବସରରେ ଜଣେ ଅଂଶଗ୍ରହଣକାରୀ ସମଲିଙ୍ଗୀ ସଂପ୍ରଦାୟ ( LGBTQIA+) ସମର୍ଥନରେ ପ୍ଲାକାର୍ଡ ଧରିଛନ୍ତି

Ayush is a 20-year-old student from Shimla. They say, ' No one talks about this [being queer] here [in Himachal Pradesh]'
PHOTO • Sweta Daga

ଶିମଲା ବି ଶ୍ୱ ବିଦ୍ୟାଳୟର ଜଣେ ୨୦ ବର୍ଷୀୟ ଛାତ୍ର ଆୟୁଷ।  ସେମାନେ କହନ୍ତି, ଏଠାରେ (ହିମାଚଳ ପ୍ରଦେଶରେ) କେହି ହେଲେ ଏ ବିଷୟରେ (କ୍ୟୁୟର ବା ସମଲିଙ୍ଗୀ ହୋଇଥିବା) କଥାବାର୍ତ୍ତା କରନ୍ତି ନାହିଁ

ହିମାଚଳ କ୍ୟୁୟର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଶଶାଙ୍କଙ୍କ ଘର କାଙ୍ଗଡ଼ା ଜିଲ୍ଲା ପାଲମପୁର ତହସିଲର ଗୋଟିଏ ଗାଁରେ । ଶଶାଙ୍କ କହନ୍ତି, “ମୁଁ ନିଜକୁ ଜଣେ ଅନୁପଯୁକ୍ତ ବ୍ୟକ୍ତି ବୋଲି ସବୁବେଳେ ଅନୁଭବ କରୁଥିଲି । ଘଟଣାକ୍ରମେ ସୋସିଆଲ ମିଡିଆ ଜରିଆରେ ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇଆସୁଥିବା ବ୍ୟକ୍ତିମାନଙ୍କୁ ମୁଁ ଭେଟିଲି । ଅନେକ ଲୋକ ଲଜ୍ଜା କିମ୍ବା ଦୋଷ କରିବା ଭଳି ଅନୁଭବ କରୁଥିଲେ ।” ଏହି ଅନୁଭୂତିରୁ ହିଁ ସଂକଟ ସମୟରେ ସେମାନଙ୍କ ସହାୟତା ନିମନ୍ତେ ଶଶାଙ୍କ ଏକ ହେଲପଲାଇନ୍ ଆରମ୍ଭ କଲେ ଏବଂ ୨୦୨୦ ନମ୍ବରଟି କେବଳ ଏଥିପାଇଁ ରହିଲା ।

ଏହି ପ୍ରସଙ୍ଗର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସଂପର୍କରେ ସ୍ୱର ଉଠାଇବା ଉଦ୍ଦେଶ୍ୟରେ ଶଶାଙ୍କ କହିଲେ, “କାହିଁକି ଗ୍ରାମୀଣ ସମଲିଙ୍ଗୀ ବ୍ୟକ୍ତିମାନଙ୍କର ସ୍ୱର ଶୁଭୁନାହିଁ ?” ଉଭୟଲିଙ୍ଗୀ ବ୍ୟକ୍ତି (ଅଧିକାର ସଂରକ୍ଷଣ) ଆଇନ ୨୦୧୯ରେ ଥିବା ନିର୍ଦ୍ଦିଷ୍ଟ କେତେକ ବ୍ୟବସ୍ଥା ହିମାଚଳ ପ୍ରଦେଶରେ କାର୍ଯ୍ୟକାରୀ କରାଯାଇନାହିଁ ବୋଲି ଦର୍ଶାଇ ସେମାନେ ଶିମଲା ହାଇକୋର୍ଟରେ ଏକ ଆବେଦନ ମଧ୍ୟ ଦାଖଲ କରିବେ ।

ଏହି ପଦଯାତ୍ରାର ଅନ୍ୟତମ ସଂଗଠକ ଏବଂ ହିମାଚଳ କ୍ୟୁୟର ଫାଉଣ୍ଡେସନ (HQF)ର ସହ ସଂସ୍ଥାପକ ହେଲେ ଡନ୍ ହସର। ସେମାନେ କହନ୍ତି, ଏହି ସଂଗଠନ କମିଟି ଗଠନ କରିବା ପାଇଁ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରୁ ୧୩ ଜଣ ବ୍ୟକ୍ତି ଆସି ଏକତ୍ର ହୋଇଥିଲେ । କୋଲକାତା ନିବାସୀ ଡନ୍ କହନ୍ତି, “ଦୁଇ ସପ୍ତାହ ଭିତରେ ଆମେ ସବୁ କିଛି ଚୂଡ଼ାନ୍ତ କରିନେଲୁ ।” ଧର୍ମଶାଳାର ଏକ ତିବ୍ବତୀୟ ବସତି ମ୍ୟାକଲୋଡଗଞ୍ଜର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖରୁ ପଦଯାତ୍ରା ପାଇଁ ଅନୁମତି ହାସଲରୁ ସଂଗଠକମାନଙ୍କ କାମ ଆରମ୍ଭ ହେଲା ।

ଏହା ପରେ HQF ପକ୍ଷରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିବରଣୀ ପ୍ରଦାନ କରାଗଲା ଏବଂ ଏଥିପ୍ରତି ଅନେକ ଉତ୍ସାହଭରା ପ୍ରତ୍ୟୁତ୍ତର ମିଳିଲା । ଅନ୍ୟତମ ସଂଗଠକ ମନୀଷ ଥାପା କହନ୍ତି, “ଗର୍ବର ସହିତ ପଦଯାତ୍ରାରେ ସାମିଲ ହେବା ପାଇଁ ସାହସ ଦରକାର । ଆମେ ଏହିଠାରେ (ଛୋଟ ଛୋଟ ସହରରେ) ହିଁ ଏ ସଂପର୍କିତ ଆଲୋଚନା ଆରମ୍ଭ କରିବା ଲାଗି ଚାହୁଁଥିଲୁ ।”

ତାଙ୍କ ସହିତ ସ୍ୱର ମିଳାଇ ଡନ୍ କହନ୍ତି ଯେ ସେମାନେ ମଧ୍ୟ ଜାତି, ଶ୍ରେଣୀ, ଭୂମିହୀନ ଏବଂ ରାଜ୍ୟହୀନ ବ୍ୟକ୍ତିଙ୍କ ସପକ୍ଷରେ ଏକଜୁଟ ହୋଇ ପଦଯାତ୍ରାରେ ଯାଇଛନ୍ତି । ଯେମିତି କି ପଦଯାତ୍ରାରେ ପ୍ରଦର୍ଶିତ ଗୋଟିଏ ପ୍ଲାକାର୍ଡରେ ଲେଖା ଥିଲା ‘ଜାତିପ୍ରଥା ଉଚ୍ଛେଦ ବିନା ସମଲିଙ୍ଗୀ ସ୍ୱାଧୀନତା ମିଳିବ ନାହିଁ, ଜୟ ଭୀମ !’

Organisers say that along with showing support for the queer community, they marched in solidarity against caste, class, landlessness and statelessness
PHOTO • Sweta Daga

ସଂଗଠକମାନେ କହନ୍ତି ଯେ, ସମଲିଙ୍ଗୀ ସମାଜ ପ୍ରତି ସମର୍ଥନ ପ୍ରଦର୍ଶନ ସହିତ ସେମାନେ ଜାତି, ଶ୍ରେଣୀ, ଭୂମିହୀନ ଓ ରାଜ୍ୟହୀନ ବ୍ୟକ୍ତିଙ୍କ ସପକ୍ଷରେ ବି ଏକଜୁଟ ହୋଇ ପଦଯାତ୍ରା କରିଛନ୍ତି

Anant Dayal, Sanya Jain, Manish Thapa, Don Hasar and Shashank (left to right) helped organise the Pride march
PHOTO • Sweta Daga

ପ୍ରାଇଡ୍ ମାର୍ଚ୍ଚ ଆୟୋଜନରେ ସହଯୋଗ କରିଥିଲେ (ବାମରୁ ଡାହାଣ) ଅନନ୍ତ ଦୟାଲ, ସାନ୍ୟା ଜୈନ, ମନୀଷ ଥାପା, ଡନ୍ ହସର ଏବଂ ଶଶାଙ୍କ

ଯେଉଁଦିନ ସମାବେଶ ହୋଇଥିଲା ସେଦିନ ଥିଲା ରବିବାର ଏବଂ ସହରର ବିଭିନ୍ନ ବାଣିଜ୍ୟିକ ଅଞ୍ଚଳ ଦେଇ ୯୦ ମିନିଟରେ ୧.୨ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା ପ୍ରାଇଡ୍ ମାର୍ଚ୍ଚ । ମଝିରେ ମଝିରେ ସେମାନେ ନାଚିବା ଏବଂ କହିବା ପାଇଁ ଅନେକ ଥର ରାସ୍ତାରେ ଅଟକିଥିଲେ । ଏହି ସ୍ଥାନକୁ ସେମାନେ କାହିଁକି ବାଛିଲେ ବୋଲି ପ୍ରଶ୍ନର ଉତ୍ତରରେ ମନୀଷ ଥାପା କହନ୍ତି, “ଏଠାରେ (ଏହି ବଜାରରେ) ପ୍ରାୟ ୩୦୦ ଛୋଟ ଛୋଟ ଦୋକାନ ରହିଛି । ବଡ଼କଥା ହେଲା ମୁଖ୍ୟ ରାସ୍ତାରେ ପଦଯାତ୍ରାରେ ଚାଲିଲେ ଲୋକେ ଆମକୁ ଦେଖିପାରିବେ ।”

ଉଭୟଲିଙ୍ଗୀ ବ୍ୟକ୍ତିଙ୍କ ପାଇଁ ରହିଥିବା ଜାତୀୟ ପୋର୍ଟାଲରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ୨୦୧୯ ମସିହାରେ ଏହା ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ମାତ୍ର ୧୭ଟି ଉଭୟଲିଙ୍ଗୀ ପରିଚୟ ବହନ କରୁଥିବା କାର୍ଡ ଜାରି କରାଯାଇଛି ।

ଡନ୍ କହନ୍ତି, “ହିମାଚଳର କାଙ୍ଗଡ଼ା ଜିଲ୍ଲାରେ ଏହି ଉଭୟଲିଙ୍ଗୀ ପରିଚୟ ପତ୍ର ପାଇବାରେ ମୁଁ ପ୍ରଥମ ବ୍ୟକ୍ତି । ଏହାକୁ ପାଇବା ଲାଗି ମୋତେ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା । ହେଲେ ଯେଉଁମାନେ ନିଜ ଅଧିକାର ପାଇବାର ଉପାୟ ଜାଣିନାହାନ୍ତି ସେମାନଙ୍କ ସ୍ଥିତି କ’ଣ ? ସେମାନଙ୍କ ପାଇଁ କୌଣସି ରାଜ୍ୟସ୍ତରୀୟ କଲ୍ୟାଣ ବୋର୍ଡ ନାହିଁ । ଆଶ୍ରୟସ୍ଥଳୀ ଏବଂ କଲ୍ୟାଣକାରୀ ଯୋଜନା କାହିଁ ? ଏ ପ୍ରସଙ୍ଗରେ ସରକାରୀ ଅଧିକାରୀମାନେ କାହିଁକି ସମ୍ବେଦନଶୀଳ ହେଉନାହାନ୍ତି ? ”

ଏହି ‘ପ୍ରାଇଡ୍ ମାର୍ଚ୍ଚ’ ଦେଖୁଥିବା ଅନେକ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବି ଏ ସଂପର୍କିତ ସଚେତନତାର ଅଭାବ ପରିଲକ୍ଷିତ ହୋଇଥିଲା । କୋତୱାଲି ବଜାରରେ ଭଡ଼ାରେ ଦୋକାନ କରି ସେଠାରେ ଇଲେକ୍ଟ୍ରୋନିକସ ଏବଂ ଷ୍ଟେସନାରୀ ସାମଗ୍ରୀ ବିକ୍ରି କରୁଥିବା ଆକାଶ ଭାରଦ୍ୱାଜ ଏହି ଶୋଭାଯାତ୍ରାକୁ ଦେଖୁଥିଲେ । ସେ କହନ୍ତି, “ମୁଁ ଏହାକୁ ପ୍ରଥମ ଥର ପାଇଁ ଦେଖୁଛି ଏବଂ ସେମାନେ କ’ଣ କରୁଛନ୍ତି ତାହା ମୁଁ ଠିକ୍ ଭାବରେ ଜାଣିନି । ହେଲେ ସେମାନଙ୍କ ନାଚ ଦେଖିବାକୁ ଭଲ ଲାଗୁଛି । ଏଥିରେ ମୋର କିଛି ଭାବିବାର ନାହିଁ ।”

Left: Tenzin Mariko, the first transwoman from Tibet attended this Pride march.
PHOTO • Sweta Daga
Right: A Bhagat Singh statue with participants of the rally in the background
PHOTO • Sweta Daga

ବାମ : ଏହି ପ୍ରାଇଡ୍ ମାର୍ଚ୍ଚରେ ଯୋଗ ଦେଇଥିଲେ ତିବ୍ବତର ପ୍ରଥମ ଉଭୟଲିଙ୍ଗୀ ମହିଳା ତେନଜିନ୍ ମାରିକୋ । ଡାହାଣ : ଭଗତ ସିଂହଙ୍କ ଏକ ପ୍ରତିମୂର୍ତ୍ତିର ପୃଷ୍ଠଭୂମିରେ ଶୋଭାଯାତ୍ରାକାରୀମାନେ

ସେମାନଙ୍କ ନାଚକୁ ଉପଭୋଗ କରୁଥିଲେ ଧର୍ମଶାଳାରେ ୫୬ ବର୍ଷ ଧରି ରହିଆସୁଥିବା ନବନୀତ କୋଠିୱାଲା। ସେ କହନ୍ତି, “ପ୍ରଥମ ଥର ପାଇଁ ମୁଁ ଏହାକୁ ଦେଖୁଛି ଏବଂ ଏହା ଦେଖିବାକୁ ଭଲ ଲାଗୁଛି ।”

କିନ୍ତୁ କ’ଣ ପାଇଁ ଏହି ପଦଯାତ୍ରାର ଆୟୋଜନ କରାଯାଇଛି, ସେ କଥା ଜାଣିବା ପରେ ସେ ତାଙ୍କ ମତାମତ ବଦଳାଇଥିଲେ । ସେ କହନ୍ତି, “ଏହା ଠିକ୍ ବୋଲି ମୁଁ ଭାବୁନି, ସେମାନେ ଏଥିପାଇଁ ଲଢ଼େଇ କରିବା ଉଚିତ ନୁହେଁ, କାରଣ ସେମାନେ ଯାହା ଚାହୁଁଛନ୍ତି, ତାହା ପ୍ରାକୃତିକ ନୁହେଁ- ସେମାନଙ୍କର ପିଲାଛୁଆ କେମିତି ହେବ ?”

ଡନ୍ କହନ୍ତି, “ଏହି ପଦଯାତ୍ରାରେ ମାରିକୋ (ତିବ୍ବତର ପ୍ରଥମ ଉଭୟଲିଙ୍ଗୀ ମହିଳା) ଯୋଗ ଦେଇଥିବାରୁ ଆମେ ଖୁବ୍ ଖୁସି ।”

ଶୋଭାଯାତ୍ରା ଦଲାଇ ଲାମା ମନ୍ଦିରରେ ପହଞ୍ଚିବା ସମୟରେ ରାସ୍ତାରେ ଠିଆ ହୋଇ ଏହାକୁ ଦେଖୁଥିଲେ ତିବ୍ବତୀୟ ମଠର ଅନ୍ତେବାସୀ ସେରିଙ୍ଗ । ସେ କହନ୍ତି, “ସେମାନେ ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଛନ୍ତି ଏବଂ ଅନ୍ୟାନ୍ୟ ଅନେକ ଦେଶରେ ସେମାନଙ୍କୁ ଏହି ଅଧିକାର (ବିବାହ କରିବା) ଦିଆଯାଇଛି, ହୁଏତ ଭାରତ ସେ ସବୁ ଦେଶକୁ ଅନୁସରଣ କରିବାର ସମୟ ଆସିଛି ।”

୨୦୧୮ରେ ଭାରତୀୟ ଦଣ୍ଡବିଧି ଆଇନର ୩୭୭ ଧାରା ଉଚ୍ଛେଦ କରାଯାଇଥିଲେ ହେଁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ କରାଯାଇନାହିଁ । ପୂର୍ବରୁ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେବା ସଂପର୍କିତ ଅନେକ ଆବେଦନର ଶୁଣାଣି ଏହି ମାସରେ ସୁପ୍ରିମ କୋର୍ଟରେ ଶେଷ ହୋଇଛି ଏବଂ କୋର୍ଟ ଏ ପର୍ଯ୍ୟନ୍ତ ରାୟ ଶୁଣାଇ ନାହାନ୍ତି ।

ଏହି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଟ୍ରାଫିକ୍ ପରିଚାଳନା କରୁଥିଲେ ମହିଳା ପୋଲିସ କର୍ମଚାରୀ ନୀଲମ କପୁର । ସେ କହନ୍ତି, “ନିଜ ଅଧିକାର ପାଇଁ ଲଢ଼ିବା ଭଲକଥା । ସମସ୍ତେ ସେମାନଙ୍କ କଥା ଚିନ୍ତା କରିବା ଉଚିତ । କେଉଁଠାରୁ ନା କେଉଁଠାରୁ ଏହା ଆରମ୍ଭ ହେବା କଥା, ତେଣୁ ଏଠାରୁ କାହିଁକି ବା ନ ହେବ ?”

Anant Dayal, one of the organisers, holds a flag symbolising trans rights
PHOTO • Sweta Daga

ଅନ୍ୟତମ ସଂଗଠକ ଅନନ୍ତ ଦୟାଲ ଉଭୟଲିଙ୍ଗୀମାନଙ୍କ ଅଧିକାରର ସୂଚାଉଥିବା ଏକ ପତାକା ଧରିଛନ୍ତି

'We put everything together in two weeks,' says Don Hasar (in a white sari)
PHOTO • Sweta Daga

ଡନ୍ ହସର (ଧଳା ଶାଢ଼ିରେ) କହନ୍ତି ଦୁଇ ସପ୍ତାହ ଭିତରେ ଆମେ ସବୁ କଥା ଠିକ୍ କରିନେଲୁ

People walked from the main market towards the Dalai Lama temple in McLeodganj, a Tibetan settlement in Dharmshala
PHOTO • Sweta Sundar Samantara

ପଦଯାତ୍ରାକାରୀମାନେ ଧର୍ମଶାଳାର ମୁଖ୍ୟ ବଜାରରୁ ତିବ୍ବତୀୟ ଜନବସତି ମ୍ୟାକଲୋଡଗଞ୍ଜରେ ଥିବା ଦଲାଇ ଲାମାଙ୍କ ମନ୍ଦିର ଅଭିମୁଖେ ଚାଲି ଚାଲି ଯାଇଥିଲେ

The march later continued to Dharamshala town’s Kotwali bazaar , a busy market area
PHOTO • Sweta Daga

ଏହା ପରେ ପଦଯାତ୍ରା ଧର୍ମଶାଳାର ଏକ ବ୍ୟସ୍ତବହୁଳ ବଜାର ଅଞ୍ଚଳ କୋତୱାଲି ବଜାର ଯାଏଁ ଯାଇଥିଲା

Onlookers of the Pride march try to understand what is happening. 'It is important for us to march on the main roads so that people see us,' says Manish Thapa, one of the organisers
PHOTO • Sweta Daga

ଣ ହେଉଛି ବୋଲି ବୁଝିବାକୁ ଚେଷ୍ଟା କରୁଥିଲେ ପ୍ରାଇଡ୍ ମାର୍ଚ୍ଚ ଦେଖଣାହାରୀମାନେ । ଅନ୍ୟତମ ସଂଗଠକ ମନୀଷ ଥାପା କହନ୍ତି, ଆମ ପାଇଁ ବଡ଼କଥା ହେଲା ମୁଖ୍ୟ ରାସ୍ତା ଦେଇ ପଦଯାତ୍ରାରେ ଗଲେ ଲୋକେ ଆମକୁ ଦେଖିପାରିବେ

Manish Thapa (with the mike) makes a speech during the Pride march
PHOTO • Sweta Daga

ପ୍ରାଇଡ୍ ମାର୍ଚ୍ଚ ଅବସରରେ ଭାଷଣ ଦେଉଛନ୍ତି ମନୀଷ ଥାପା (ମାଇକ୍ ଧରିଛନ୍ତି)

The participants of the Pride march stop to dance
PHOTO • Sweta Daga

ନାଚିବା ପାଇଁ ଅଟକି ଯାଇଛନ୍ତି ପ୍ରାଇଡ୍ ମାର୍ଚ୍ଚର ଅଂଶଗ୍ରହଣକାରୀମାନେ

Pride march covered a distance of 1.2 kilometres in 90 minutes
PHOTO • Sweta Sundar Samantara

ପ୍ରାଇଡ୍ ମାର୍ଚ୍ଚ ୯୦ ମିନିଟ୍ ଭିତରେ . କିଲୋମିଟର ଅତିକ୍ରମ କରିଥିଲା

Monk Tsering looking at the parade. 'They are fighting for their rights and many other countries have given these rights [to marriage] to their people, maybe it's time for India to follow,' he says
PHOTO • Sweta Daga

ଶୋଭାଯାତ୍ରା ଦେଖୁଛନ୍ତି ତିବ୍ବତୀୟ ମଠର ଅନ୍ତେବାସୀ ସେରିଙ୍ଗ। ସେ କହନ୍ତି, ସେମାନେ ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଛନ୍ତି ଏବଂ ଅନ୍ୟାନ୍ୟ ଅନେକ ଦେଶ ସେମାନଙ୍କୁ ଏହି ଅଧିକାର (ବିବାହ କରିବା) ଦେଇସାରିଲେଣି, ହୁଏତ ଭାରତ ସେହି ସବୁ ଦେଶକୁ ଅନୁସରଣ କରିବାର ସମୟ ଆସିଯାଇଛି

Shashank talking to Neelam Kapoor, a policewoman who was directing traffic. Neelam says, 'It’s good to fight for rights. Everyone should think for themselves'
PHOTO • Sweta Daga

ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ମହିଳା ପୋଲିସ କର୍ମଚାରୀ ନୀଲମ କପୁରଙ୍କ ସହ କଥାବାର୍ତ୍ତା କରୁଛନ୍ତି ଶଶାଙ୍କ । ନୀଲମ କହନ୍ତି, ନିଜ ଅଧିକାର ପାଇଁ ଲଢ଼େଇ କରିବା ଭଲକଥା । ସମସ୍ତେ ସେମାନଙ୍କ କଥା ଚିନ୍ତା କରିବା ଉଚିତ

Don Hasar (standing) and Shashank (sitting) are co-founders of the Himachal Queer Foundation (HQF)
PHOTO • Sweta Daga

ହିମାଚଲ କ୍ୟୁୟର ଫାଉଣ୍ଡେସନ୍ ( HQF )ର ସହ-ପ୍ରତିଷ୍ଠାତା ଡନ୍ ହସର (ଠିଆ ହୋଇଛନ୍ତି) ଏବଂ ଶଶାଙ୍କ (ବସିଛନ୍ତି)

Don Hasar was the first person to have a Trans identity card in Kangra District in Himachal Pradesh. ' I had to go through so much to get it. But what about those who don’t know how to get their rights?' they ask
PHOTO • Sweta Daga

ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଉଭୟଲିଙ୍ଗୀ ପରିଚୟ ପତ୍ର ପାଇବାରେ ପ୍ରଥମ ବ୍ୟକ୍ତି ହେଉଛନ୍ତି ଡନ୍ ହସର । ଏହା  ପାଇବା ପାଇଁ ମୋତେ ବହୁ କଷ୍ଟ କରିବାକୁ ପଡ଼ିଲା। କିନ୍ତୁ ଯେଉଁମାନେ କେମିତି ନିଜ ଅଧିକାର ପାଇବେ ବୋଲି ଜାଣିନାହାନ୍ତି ସେମାନଙ୍କ ସ୍ଥିତି କ ?’ ବୋଲି ସେମାନେ ପଚାରନ୍ତି

A pride flag hangs from the bridge during the march
PHOTO • Sweta Daga

ପଦଯାତ୍ରା ଅବସରରେ ଗୋଟିଏ ପୋଲରୁ ଝୁଲୁଥିବା ପ୍ରାଇଡ୍ ପତାକା

The crowd of 300 people had come from all over the country – Delhi, Chandigarh, Kolkata, Mumbai, and from small towns in the state, to be a part of this march at very short notice
PHOTO • Sweta Daga

ଏହି ପଦଯାତ୍ରା ସଂପର୍କରେ ସୂଚନା ପାଇବାର ଖୁବ୍ କ ମ୍‌ ସମୟ ଭିତରେ ଦିଲ୍ଲୀ, ଚଣ୍ଡୀଗଡ଼, କୋଲକାତା, ମୁମ୍ବାଇ ଏବଂ ରାଜ୍ୟର ଛୋଟ ଛୋଟ ସହରରୁ ଆସି ଏକତ୍ର ହୋଇଥିଲେ ୩୦୦ ଲୋକ

A few posters in support of the queer community displayed at the march
PHOTO • Sweta Daga

ପଦଯାତ୍ରା ଅବସରରେ କ୍ୟୁୟର ସଂପ୍ରଦାୟ ସମର୍ଥନରେ ପ୍ରଦର୍ଶିତ କେତେକ ପୋଷ୍ଟର

Group photo with a few of the people who were a part of the march
PHOTO • Sweta Daga

ପଦଯାତ୍ରାରେ ଅଂଶଗ୍ରହଣ କରିଥିବା କେତେକ ବ୍ୟକ୍ତି ଏକାଠି ଫଟୋ ଉଠାଇଥିଲେ

ଅନୁବାଦ : ଓଡ଼ିଶାଲାଇଭ୍‍

Sweta Daga

Sweta Daga is a Bengaluru-based writer and photographer, and a 2015 PARI fellow. She works across multimedia platforms and writes on climate change, gender and social inequality.

यांचे इतर लिखाण श्वेता डागा
Editors : Priti David

प्रीती डेव्हिड पारीची वार्ताहर व शिक्षण विभागाची संपादक आहे. ग्रामीण भागांचे प्रश्न शाळा आणि महाविद्यालयांच्या वर्गांमध्ये आणि अभ्यासक्रमांमध्ये यावेत यासाठी ती काम करते.

यांचे इतर लिखाण Priti David
Editors : Sanviti Iyer

Sanviti Iyer is Assistant Editor at the People's Archive of Rural India. She also works with students to help them document and report issues on rural India.

यांचे इतर लिखाण Sanviti Iyer
Photo Editor : Binaifer Bharucha

Binaifer Bharucha is a freelance photographer based in Mumbai, and Photo Editor at the People's Archive of Rural India.

यांचे इतर लिखाण बिनायफर भरुचा
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE