ନାରାୟଣକୁଣ୍ଡାଲିକ ହଜାରେ ବଜେଟ୍ ଶବ୍ଦ କ’ଣ ବୁଝନ୍ତି କାରଣତାଙ୍କ ପାଖରେ ସେତେ ବେଶୀ ବଜେଟ୍ ନାହିଁ।
‘‘ଆପଲାତେଓଢ଼ା ବଜେଟ୍ଚ ନାହିଁ (ମୋପାଖରେ ସେମିତି ବଜେଟ୍ ନାହିଁ)!’’ ମାତ୍ର ଚାରି ଶବ୍ଦରେ ନାରାୟଣ କାକା ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସମୁକ୍ତ ଆୟର ନୂଆ ବ୍ୟବସ୍ଥାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ପ୍ରଶମିତ କରିଦେଇଥା’ନ୍ତି।
କେନ୍ଦ୍ରବଜେଟ ବିଷୟରେ ପଚରାଯାଇଥିବା ପ୍ରଶ୍ନ ୬୫ ବର୍ଷୀୟ ଚାଷୀ ଏବଂ ଫଳ ବିକ୍ରେତାଙ୍କୁ ଚିନ୍ତା କରିବା ଲାଗି ବାଧ୍ୟ କରି ଦେଇଥାଏ। ସେ ସମ୍ପୂର୍ଣ୍ଣ ବିଶ୍ୱାସର ସହିତ ଉତ୍ତର ଦେଇଥା’ନ୍ତି, ‘‘ମୁଁ ଏ ବିଷୟରେ କିଛିଶୁଣିନାହିଁ। ଏତେ ବର୍ଷ ମଧ୍ୟରେ କେବେ ନୁହେଁ।’’
ନାରାୟଣକାକା ଙ୍କ ପାଖରେ ଏ ବିଷୟରେ ଜାଣିବାଲାଗି କୌଣସି ସୁଯୋଗ ନାହିଁ। ‘‘ମୋ ପାଖରେ ମୋବାଇଲ ଫୋନ ନାହିଁ। ଆମ ଘରେ ଟିଭି ମଧ୍ୟ ନାହିଁ।’’ କିଛି ଦିନ ପୂର୍ବରୁ ଜଣେ ସାଙ୍ଗ ମୋତେ ଗୋଟିଏ ରେଡିଓ ଉପହାର ଦେଇଥିଲା। କିନ୍ତୁ ଲୋକସେବା ପ୍ରସାରଣ ସେବା ତାଙ୍କୁ ବର୍ତ୍ତମାନ ସୁଦ୍ଧା ଏହି ବାର୍ଷିକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇନାହିଁ। ‘‘ଆମଚା ଆଦାନି ମନସାଚା କେ ସମ୍ବନ୍ଧ, ତୁମହିଚ୍ ସାଙ୍ଗା (ଆମ ଭଳି ଅପାଠୁଆ ଲୋକଙ୍କର କୌଣସି ସମ୍ପର୍କ ରହିଛି)?’’ ସେ ପ୍ରଶ୍ନ କରିଥା’ନ୍ତି। ‘କିଷାନ କ୍ରେଡିଟ୍ କାର୍ଡ’ କିମ୍ବା ଏହିସବୁ କାର୍ଡର ‘ବର୍ଦ୍ଧିତ ଋଣ ସୀମା’ ଭଳି ବିଷୟ ନାରାୟଣ ହଜାରେ ଙ୍କ ପାଇଁ ସମ୍ପୂର୍ଣ୍ଣ ଅଜଣା।



