‘‘ଭୋକ ସହିତ ଆହୁରି ଅନେକ କିଛି କଥା ମଦ ପିଇଦେଲେ ଭୁଲି ହୋଇଯାଏ,’’ ସିଙ୍ଗଧୁଇ ଗ୍ରାମର ବାସିନ୍ଦା ରବୀନ୍ଦ୍ର ଭୂଇୟାଁ କୁହନ୍ତି।

ଭୂଇୟାଁ ଜଣେ ସବର (ପଶ୍ଚିମବଙ୍ଗରେ ସଭର ଭାବେ ତାଲିକାଭୁକ୍ତ) ଆଦିବାସୀ ଏବଂ ତାଙ୍କ ବୟସ ୫୦ରୁ ଅଧିକ ହେବ । ମୁଣ୍ଡା ଆଦିବାସୀ ସମୁଦାୟରୁ ଆସିଥିବା ସବରମାନେ ଭାରତର ପୂର୍ବ ଭାଗରେ ରହିଥାନ୍ତି । ଏମାନେ ସଅର, ସୋର, ଶବର ଓ ସୁରୀ ନାମରେ ମଧ୍ୟ ପରିଚିତ ହୋଇଥାନ୍ତି । ଲୋଧା ଶବରମାନେ ମୁଖ୍ୟତଃ ଅବିଭାଜିତ ପଶ୍ଚିମ ମେଦିନାପୁରର ବାସିନ୍ଦା ଏବଂ ଖରିଆ ଶବରମାନେ ମୁଖ୍ୟତଃ ପୁରୁଲିଆ, ବାଙ୍କୁଡ଼ା ଓ ଅବିଭାଜିତ ପଶ୍ଚିମ ମେଦିନାପୁରରେ ରହିଥାନ୍ତି ।

ମହାଶ୍ୱେତା ଦେବୀଙ୍କ ପୁସ୍ତକ ଦ ବୁକ୍‌ ଅଫ୍‌ ଦ ହଣ୍ଟର (ପ୍ରଥମେ ବଙ୍ଗଳାରେ ବ୍ୟାଧଖଣ୍ଡ ନାମରେ ୧୯୯୪ରେ ପ୍ରକାଶିତ)ରେ ଏହି ସମୁଦାୟର ଉତ୍କଟ ଦାରିଦ୍ର୍ୟ ଏବଂ ଅବହେଳିତ ସ୍ଥିତିକୁ ଦର୍ଶାଯାଇଛି । ଏହାର ବହୁ ଦଶନ୍ଧି ପରେ, ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ ଏବଂ ୨୦୨୦ରେ ପ୍ରକାଶିତ ରିପୋର୍ଟ ଲିଭିଂ ୱାର୍ଲ୍ଡ ଅଫ୍‌ ଦ ଆଦିବାସୀସ୍‌ ଅଫ୍‌ ୱେଷ୍ଟବେଙ୍ଗଲ ଅନୁଯାୟୀ ‘‘ସର୍ବେକ୍ଷଣରେ ସାମିଲ ହୋଇଥିବା ୬୭ ପ୍ରତିଶତ ଗ୍ରାମ କ୍ଷୁଧାରେ ପ୍ରପୀଡ଼ିତ ଥିବା ଜଣାପଡ଼ିଛି ।’’

ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗଠାରୁ ଆରମ୍ଭ କରି ୧୯୫୨ ପର୍ଯ୍ୟନ୍ତ ଏହି ସମୁଦାୟକୁ ବ୍ରିଟିଶମାନେ ‘ଅପରାଧୀ ସମୁଦାୟ’ ଭାବେ ମାନ୍ୟତା ଦେଇଥିଲେ । ତେବେ ୧୯୫୨ରେ ଏମାନଙ୍କୁ ଅଣ-ଅଧିସୂଚୀତ କରାଯାଇଥିଲା। ପାରମ୍ପରିକ ଭାବେ ଶିକାରୀ ହୋଇଥିବା କାରଣରୁ, ସେମାନେ ଜଙ୍ଗଲରୁ ଫଳ, ପତ୍ର ଓ ମୂଳ ସଂଗ୍ରହ କରିବା ସହିତ ପଶୁ ଶିକାର କରିବାରେ ସିଦ୍ଧହସ୍ତ। ସ୍ୱାଧୀନତା ପରେ, କିଛି ଲୋକଙ୍କୁ ଚାଷ କରିବା ପାଇଁ ଜମି ଦିଆଗଲା, କିନ୍ତୁ ଏଥିମଧ୍ୟରୁ ଅଧିକାଂଶ ପଥୁରିଆ ଓ ଅନୁର୍ବର ଜମି ଥିଲା। ତେଣୁ ସେମାନେ ଅନ୍ୟ ଉପାୟ ନପାଇ ପ୍ରବାସୀ ଶ୍ରମିକ ଭାବେ କାମ ଆରମ୍ଭ କଲେ । ଅଣ-ଅଧିସୂଚୀତ ହେବା ସତ୍ତ୍ୱେ, ସେମାନଙ୍କ ପ୍ରତି ଭେଦଭାବ ଜାରି ରହିଛି । ସେମାନଙ୍କ ଗତିବିଧି ଉପରେ ଅଙ୍କୁଶ ଲଗାଉଥିବା ସ୍ଥାନୀୟ ପୁଲିସ ଓ ଜଙ୍ଗଲ ବିଭାଗର ଦୟାରେ ସେମାନଙ୍କୁ ବଞ୍ଚିବାକୁ ପଡ଼ୁଛି ।

ରୋଜଗାର ପାଇଁ ଖୁବ୍‌ କମ୍‌ ସୁଯୋଗ ରହିଥିବା କାରଣରୁ, ପଶ୍ଚିମ ମେଦିନାପୁର ଓ ଝାଡ଼ଗ୍ରାମ ଜିଲ୍ଲାର ସବର ସମୁଦାୟ ମଧ୍ୟରେ ଅନାହାର ସମସ୍ୟା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ। ଭୂଇୟାଁଙ୍କ ଭଳି ଅନେକ ଲୋକ ମଦ ପିଇ ସେମାନଙ୍କର ଭୋକ ଭୁଲାଇ ଦେବାକୁ ଚେଷ୍ଟା କରନ୍ତି କିମ୍ବା, ‘‘ଆମେ ଦିନକୁ ତିନି ଥର ପାନ୍ତା ଭାତ (ପଖାଳ ଭାତ) ଖାଇଥାଉ। ଆମେ ଏମିତି ଜୀବନ ନିର୍ବାହ କରିଥାଉ,’’ ବଙ୍କିମ୍‌ ମଲ୍ଲିକ କୁହନ୍ତି । ତପୋବନ ଗ୍ରାମର ୫୫ ବର୍ଷ ବୟସ୍କ ବାସିନ୍ଦା ବଙ୍କିମ ମଲ୍ଲିକ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)ରେ ମିଳୁଥିବା ମାସିକ ୫ କିଲୋଗ୍ରାମ୍ ଚାଉଳ ବିଷୟରେ ଉଲ୍ଲେଖ କରି ଏହା କୁହନ୍ତି । ‘‘ଲୁଣ ଓ ତେଲ ମିଳିବା ବ୍ୟୟବହୁଳ ବ୍ୟାପାର।’’ ସେ ତାଙ୍କର ଭଙ୍ଗା ଘର ବାହାରେ ବସି ପାନ୍ତାଭାତ ଖାଉଛନ୍ତି।

Rabindra Bhuiya (left) is a resident of Singdhui village, Jhargram district where many Sabar Adivasi families live
PHOTO • Ritayan Mukherjee
Rabindra Bhuiya (left) is a resident of Singdhui village, Jhargram district where many Sabar Adivasi families live
PHOTO • Ritayan Mukherjee

ରବୀନ୍ଦ୍ର ଭୂଇୟାଁ (ବାମ) ଝାଡଗ୍ରାମ୍ ଜିଲ୍ଲାର ସିଙ୍ଗଧୁଇ ଗ୍ରାମର ବାସିନ୍ଦା ଯେଉଁଠାରେ ବହୁ ସବର ଆଦିବାସୀ ପରିବାର ବାସ କରନ୍ତି

A resident of Tapoban village, Bankim Mallick (left) is eating panta bhaat (fermented rice), a staple for many families who cannot afford to buy food. The fear of wild animals has made them wary of finding food in the forest.
PHOTO • Ritayan Mukherjee
A child (right) exhibiting symptoms of malnutrition
PHOTO • Ritayan Mukherjee

ତପୋବନ ଗ୍ରାମର ବାସିନ୍ଦା ବଙ୍କିମ ମଲ୍ଲିକ (ବାମ)ରେ ବାସି ପଖାଳ ଖାଉଛନ୍ତି, ଏହା ହେଉଛି ବହୁ ପରିବାରର ମୁଖ୍ୟ ଖାଦ୍ୟ ଯେଉଁମାନଙ୍କ ପାଖରେ ଖାଇବା ଜିନିଷ କିଣିବା ପାଇଁ ସମ୍ବଳ ନାହିଁ। ବନ୍ୟ ପ୍ରାଣୀମାନଙ୍କର ଭୟ ଯୋଗୁଁ ସେମାନେ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରିବାକୁ ଭରସି ପାରୁନାହାନ୍ତି। ଏହି ଶିଶୁ (ଡାହାଣ) ଚେହେରାରେ ଅପପୁଷ୍ଟିର ଲକ୍ଷଣ ସୁସ୍ପଷ୍ଟ

ଅଳ୍ପ ରାସନକୁ ଛାଡ଼ି ଦେଲେ ଅନ୍ୟ ଖାଦ୍ୟ ପାଇଁ ସବରମାନେ ବର୍ଷ ସାରା ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରିଥାନ୍ତି । ଗ୍ରୀଷ୍ମ ମାସରେ - ବୈଶାଖ , ଜ୍ୟେଷ୍ଠ ଏବଂ ବର୍ଷା ମାସ - ଆଷାଢ଼ ସମୟରେ ଏହି ସମୁଦାୟର ଲୋକମାନେ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରନ୍ତି, ଚଢ଼େଇ ଛୁଆ, ସାପ, ଗୋସାପ (ବଙ୍ଗରେ ଦେଖିବାକୁ ମିଳୁଥିବା ଏକ ପ୍ରଜାତିର ଗୋଧି), ବେଙ୍ଗ, ଗେଣ୍ଡା ଶିକାର କରିଥାନ୍ତି । ମାଟି ବେଙ୍ଗ, ବଡ଼ ଗେଣ୍ଡା, ଛୋଟ ମାଛ ଓ କଙ୍କଡ଼ା ମଧ୍ୟ ସେମାନେ ଧରନ୍ତି ।

ପରେ ଶ୍ରାବଣ , ଭାଦ୍ର ଆଶ୍ୱୀନ ରେ ନଦୀ ଶଯ୍ୟାରୁ ମାଛ; ଆଉ ଏହାପରେ ଆସୁଥିବା କାର୍ତ୍ତିକ , ଅଗ୍ରହାୟନ ପୌଷ - ମାସରେ ଏହି ସମୁଦାୟ ଚାଷ ଜମିରେ ଥିବା ଗାତରେ ମୂଷାମାନେ ଗଚ୍ଛିତ କରିଥିବା ଧାନ ସଂଗ୍ରହ କରିଥାନ୍ତି। ଏହା କରିବା ପୂର୍ବରୁ ପ୍ରଥମେ ସେମାନେ ଜମିରୁ ମୂଷାଙ୍କୁ ଧରିଥାନ୍ତି । ଶୀତ ମାସ ମାଘ ଏବଂ ତା’ପରେ ଆସୁଥିବା ବସନ୍ତ ଋତୁ - ଫାଲଗୁନ ଚୈତ୍ର ମାସରେ ସେମାନେ ଛୋଟ ପ୍ରାଣୀଙ୍କୁ ଶିକାର କରିଥାନ୍ତି ଏବଂ ଜଙ୍ଗଲୀ ଫଳ ଓ ଚକ୍‌ (ମହୁ ଛତା) ସଂଗ୍ରହ କରିଥାନ୍ତି।

କିନ୍ତୁ ଅନ୍ୟ ଆଦିବାସୀ ସମୁଦାୟଙ୍କ ଭଳି, ସେମାନଙ୍କ ପାଇଁ ମଧ୍ୟ ଜଙ୍ଗଲକୁ ଯିବା କଷ୍ଟକର ହେଉଛି। ଏହାର କାରଣ ଦର୍ଶାଇ ସେମାନେ କୁହନ୍ତି, ଜଙ୍ଗଲ ପଶୁ ଆକ୍ରମଣାତ୍ମକ ହୋଇ ଖାଦ୍ୟ ଅନ୍ୱେଷଣ କରୁଛନ୍ତି । ସେଥିପାଇଁ ଜଙ୍ଗଲକୁ ଗଲେ ସେମାନଙ୍କର ପ୍ରାଣ ଚାଲିଯିବାର ଭୟ ରହୁଛି ।

‘‘ରାତି ହେବା ପରେ ଆମେ ଗାଁ ଛାଡ଼ି ନଥାଉ, ଏପରିକି କେହି ଅସୁସ୍ଥ ହେଲେ ବି ଆମେ ବାହାରକୁ ବାହାରିନଥାଉ। କିଛି ହାତୀ ଦଳ ସାମାନ୍ୟ ସୁଦ୍ଧା ହଲିନଥାନ୍ତି । ଯେମିତି ସେମାନଙ୍କ ଆଧାର କାର୍ଡ (ଏଠାକାର ବାସିନ୍ଦା ବୋଲି ଦେଖାଇବାକୁ) ଅଛି,’’ ଯୋଗ ମଲ୍ଲିକ (୫୨) ସାମାନ୍ୟ ମଜାରେ କୁହନ୍ତି ।

ତପୋବନ ଗ୍ରାମର ଆଉ ଜଣେ ସବର ସୁକ୍ରା ନାୟକଙ୍କୁ ୬୦ ବର୍ଷରୁ ଅଧିକ ବୟସ ହେବ । ସେ କୁହନ୍ତି, ହାତୀମାନଙ୍କର ଉପସ୍ଥିତି, ‘‘ଏଠାରେ ଅତି ଭୟାନକ ବାତାବରଣ ସୃଷ୍ଟି କରିଥାଏ। ସବୁଆଡ଼େ ଏବେ ହାତୀ ବୁଲୁଛନ୍ତି ଏବଂ ସେମାନେ ଅତି ଆକ୍ରମଣାତ୍ମକ ହୋଇଯାଇଛନ୍ତି । ସେମାନେ, କେବଳ ଲୋକଙ୍କୁ ଆକ୍ରମଣ କରୁନାହାନ୍ତି, ବରଂ ଧାନକ୍ଷେତ, କଦଳୀ ଗଛ ନଷ୍ଟ କରିଦେବା ସହିତ ଘର ମଧ୍ୟ ଭାଙ୍ଗି ଦେଉଛନ୍ତି।’’

କିନ୍ତୁ ତାଙ୍କ ପଡ଼ୋଶୀ ବେନାଶୂଳି ଗ୍ରାମର ବାସିନ୍ଦା ଯତୀନ ଭୋକ୍ତା କୁହନ୍ତି, ‘‘ଯଦି ଆମେ ଜଙ୍ଗଲକୁ ଯିବୁ ନାହିଁ ଖାଇବୁ କ’ଣ? ଦିନେ ଦିନେ ଆମେ କେବଳ ଗୋଟିଏ ଓଳି ପାନ୍ତାଭାତ ଖାଇ ବଞ୍ଚିଥାଉ’’।

Joga Mallick (left), a Sabar Adivasi from Tapoban village has many health-related issues including diabetes. ' If we do not go to the jungle, what are we going to eat? ' says Jatin Bhakta (right) from Benashuli
PHOTO • Ritayan Mukherjee
Joga Mallick (left), a Sabar Adivasi from Tapoban village has many health-related issues including diabetes. ' If we do not go to the jungle, what are we going to eat? ' says Jatin Bhakta (right) from Benashuli
PHOTO • Ritayan Mukherjee

ଯୋଗ ମଲ୍ଲିକ (ବାମ), ତପୋବନ ଗ୍ରାମର ଜଣେ ସବର ଆଦିବାସୀଙ୍କର ଡାଇବେଟିସ୍ ସହିତ ବିଭିନ୍ନ ରୋଗ ରହିଛି। ‘ବେନାଶୂଳି ଗ୍ରାମର ବାସିନ୍ଦା ଯତୀନ ଭୋକ୍ତା (ଡାହାଣ) କୁହନ୍ତି, ‘‘ଯଦି ଆମେ ଜଙ୍ଗଲକୁ ଯିବୁ ନାହିଁ ଖାଇବୁ କ’ଣ?

Sukra Nayak (left) from Benashuli says, 'I cannot sleep at night because elephants pass by. My house is at the end of the village. It's very risky.' The elephants often come to villages in search of food.
PHOTO • Ritayan Mukherjee
A banana garden (right) destroyed by elephants
PHOTO • Ritayan Mukherjee

ବେଣାଶୁଳିର ଶୁକ୍ରା ନାୟକ (ବାମ) କହନ୍ତି, ‘‘ମୁଁ ରାତିରେ ଶୋଇପାରେ ନାହିଁ କାରଣ ହାତୀମାନେ ଏଇ ବାଟ ଦେଇ ଯାଆନ୍ତି। ମୋ ଘର ଗାଁ ମୁଣ୍ଡରେ ରହିଛି। ସବୁବେଳେ ବିପଦ ରହିଛି।’’ ହାତୀମାନେ ଖାଦ୍ୟ ସନ୍ଧାନରେ ବହୁ ସମୟରେ ଗାଁକୁ ଆସିଥାନ୍ତି। ହାତୀମାନଙ୍କ ଦ୍ୱାରା ଗୋଟିଏ କଦଳୀ ବାଡ଼ି (ଡାହାଣ) ଧ୍ୱସ୍ତ ବିଧ୍ୱସ୍ତ ହୋଇଛି

ଖାଇବାରେ ସାଲିସ୍‌ କରୁଥିବା କାରଣରୁ ସବର ଲୋକମାନେ ଯକ୍ଷ୍ମା ଭଳି ରୋଗରେ ଆକ୍ରାନ୍ତ ହେବା ଲାଗି ଅତି ସମ୍ବେଦନଶୀଳ ହୋଇ ପଡ଼ିଥାନ୍ତି । ସାରଥୀ ମଲ୍ଲିକ ଜଣେ ଯକ୍ଷ୍ମା ରୋଗୀ ଏବଂ ସେ ଚିକିତ୍ସା ଶିବିରରେ ଯୋଗ ଦେଇସାରିଛନ୍ତି କିନ୍ତୁ ଆଉ ସେଠାକୁ ଯିବା ପାଇଁ ଚାହୁଁନାହାନ୍ତି । ବେନାଶୂଳି ଗ୍ରାମର ଏହି ୩୦ ବର୍ଷ ବୟସ୍କ ବାସିନ୍ଦା କୁହନ୍ତି: ‘‘ମୋ ପରିବାରରେ ମୁଁ ହିଁ ଏକମାତ୍ର ମହିଳା। ଯଦି ମୁଁ ଡାକ୍ତରଖାନାରେ ଭର୍ତ୍ତି ହେବି, ଘର କାମ କରିବ କିଏ? ମୋ ସ୍ୱାମୀଙ୍କ ସହିତ କିଏ ଜଙ୍ଗଲକୁ ଯାଇ ପତ୍ର ସଂଗ୍ରହ କରିବ?’’ ତା’ଛଡ଼ା ଡାକ୍ତରଖାନାକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଖର୍ଚ୍ଚସାପେକ୍ଷ, ‘‘କେବଳ ଗୋଟିଏ ପଟ ଯାତ୍ରା ପାଇଁ ୫୦ରୁ ୮୦ ଟଙ୍କା ଖର୍ଚ୍ଚ ହୋଇଥାଏ। ସେହି ଖର୍ଚ୍ଚ ବହନ କରିବା ଆମ ପକ୍ଷେ ସମ୍ଭବ ନୁହେଁ ।’’

ସବର ପରିବାର ମୁଖ୍ୟତଃ ଶାଳପତ୍ର ସଂଗ୍ରହ କରି ଏବଂ ସେଗୁଡ଼ିକୁ ବିକ୍ରି କରି ଟଙ୍କା ରୋଜଗାର କରିଥାନ୍ତି ଯାହାକି ଏକ କଠିନ କାର୍ଯ୍ୟ। ଶାଳ କାଠ ବହୁତ ଟାଣ ଏବଂ ଭାରତରେ ଏହି କାଠର ବିଶେଷ ଚାହିଦା ରହିଛି । ବଜାରକୁ ଶାଳ ପତ୍ର ସଂଗ୍ରହ କରିବାକୁ ଆସୁଥିବା ଓଡ଼ିଶାର ଜଣେ କ୍ରେତା ଦିଲୀପ ମହାନ୍ତି କୁହନ୍ତି, ‘‘ଏଥର ଶାଳପତ୍ର ଯୋଗାଣ ବହୁତ କମିଯାଇଛି । ସବର ସମୁଦାୟ ଏବେ ହାତୀଙ୍କୁ ଡରି ଜଙ୍ଗଲକୁ ଯାଉନାହାନ୍ତି ।’’

ଯତୀନଙ୍କ ପଡ଼ୋଶୀ କୋଣ୍ଡା ଭୋକ୍ତା ଏଥିରେ ସହମତ ହୋଇ କୁହନ୍ତି, ଏହି କାର୍ଯ୍ୟ ଅତି ବିପଦପୂର୍ଣ୍ଣ। ‘‘ସାଧାରଣତଃ ଆମେ ଦଳବଦ୍ଧ ହୋଇ ଯାତ୍ରା କରିଥାଉ। ଏହା ଅତ୍ୟନ୍ତ ବିପଜ୍ଜନକ କାର୍ଯ୍ୟ, ସାପ ଓ ହାତୀଙ୍କ ଭୟ ରହିଛି । ଆମେ ସକାଳ ପ୍ରାୟ ୬ଟା ବେଳେ ଯାଉ ଏବଂ ଅପରାହ୍ଣ ସୁଦ୍ଧା ଫେରି ଆସୁ।’’

ଜଙ୍ଗଲରୁ ସଂଗ୍ରହ କରାଯାଉଥିବା ପତ୍ରକୁ ପ୍ରଥମେ ଶୁଖାଯାଏ ଏବଂ ତା’ପରେ, ‘‘ଆମେ ପ୍ରତି ସପ୍ତାହର ଶନିବାର ପଡ଼ୁଥିବା ନିକଟସ୍ଥ ହାଟକୁ ନେଇ ସେଗୁଡ଼ିକୁ ବିକ୍ରି କରିଥାଉ। ଓଡ଼ିଶାର କ୍ରେତାମାନେ ସେଠାକୁ ଆସିଥାନ୍ତି ଏବଂ ସେମାନେ ୧,୦୦୦ ପତ୍ର ଥିବା ଗୋଟିଏ ବିଡ଼ାକୁ ଆମଠାରୁ ୬୦ ଟଙ୍କାରେ କିଣିନିଅନ୍ତି । ଯଦି ମୁଁ ସପ୍ତାହକୁ ଚାରି ବିଡ଼ା ବିକ୍ରି କରେ, ମୁଁ ୨୪୦ ଟଙ୍କା ରୋଜଗାର କରିପାରିବି’’, ଯତୀନ ଭୋକ୍ତା କୁହନ୍ତି । ‘‘ଏଠାକାର ଅଧିକାଂଶ ପରିବାର ହାରାହାରି ଏତିକି ଟଙ୍କା ରୋଜଗାର କରିଥାନ୍ତି।’’

Left: Sarathi Mallik of Benashuli was diagnosed with tuberculosis in November 2022. She is under medication and cannot work long hours.
PHOTO • Ritayan Mukherjee
Right: Sabar Mallick is a resident of Singdhui and in the advanced stages of leprosy. He says the state offered no treatment for it
PHOTO • Ritayan Mukherjee

ବାମ: ବେନାଶୂଳିର ସାରଥି ମଲ୍ଲିକଙ୍କର ନଭେମ୍ବର ୨୦୨୨ରେ ଯକ୍ଷ୍ମା ଚିହ୍ନଟ ହୋଇଛି। ସେ ଔଷଧ ଖାଉଛନ୍ତି । ଦୀର୍ଘ ସମୟ ଧରି କାମ କରିପାରୁନାହାନ୍ତି। ଡାହାଣ: ସବର ମଲ୍ଲିକ ହେଉଛନ୍ତି ସିଙ୍ଗଧୁଇ ଗ୍ରାମର ବାସିନ୍ଦା ଓ ତାଙ୍କର ଅଗ୍ରଗତି ଅବସ୍ଥା କରିଥିବା ପର୍ଯ୍ୟାୟରେ କୁଷ୍ଠ ରୋଗ ରହିଛି। ସେ କହନ୍ତି ଯେ ଏଥିପାଇଁ କୌଣସି ଚିକିତ୍ସା ପାଇ ନାହାନ୍ତି

Left:  Champa Mallick of Benashuli with the sal leaves she has collected at her home, for sale in the local weekly market.
PHOTO • Ritayan Mukherjee
Right: Suben Bhakta from the same village brings the sal leaves to the market
PHOTO • Ritayan Mukherjee

ବାମ: ବେନାଶୂଳିର ଚମ୍ପା ମଲ୍ଲିକ ସ୍ଥାନୀୟ ସାପ୍ତାହିକ ହାଟରେ ବିକ୍ରି କରିବା ପାଇଁ ଶାଳପତ୍ର ସଂଗ୍ରହ କରି ଘରେ ରଖିଛନ୍ତି। ଡାହାଣ: ସୁବେନ୍ ଭୋକ୍ତା ସେଇ ଗାଁରେ ରହନ୍ତି ସେ ମଧ୍ୟ ହାଟକୁ ଶାଳପତ୍ର ନେଇ ଯାଇଥାନ୍ତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ସବର ସମାଜ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବାସ ନିର୍ମାଣ କରାଯାଇଛି। କିନ୍ତୁ ସାବିତ୍ରୀ ମଲ୍ଲିକ (୪୦) କୁହନ୍ତି, ‘‘ଆମେ ସେଠାରେ ରହିପାରିବୁ ନାହିଁ।’’ ଖରାଦିନେ ୪୩ ଡିଗ୍ରୀ ତାପମାତ୍ରା ସମୟରେ ଆଜବେଷ୍ଟସ ଛାତ ଥିବା କଂକ୍ରିଟ୍‌ ଘରେ ତାତି ଅସହ୍ୟ ହୋଇପଡ଼ୁଛି । ‘‘ମାର୍ଚ୍ଚରୁ ଜୁନ୍‌ ମାସ ମଧ୍ୟରେ ଅଧିକ ତାପମାତ୍ରା ଥିବା ସମୟରେ ଆମେ ଏଠାରେ ରହିବୁ କିପରି?’’

ଏହି ସମୁଦାୟର ଜୀବନ ଧାରଣ ମାନରେ ସୁଧାର ଆଣିବା ଲାଗି କାର୍ଯ୍ୟ କରୁଥିବା ଏକ ସ୍ୱେଚ୍ଛାସେବୀ ସଂସ୍ଥା କଜଲା ଜନକଲ୍ୟାଣ ସମିତି (କେଜେକେଏସ) ଦ୍ୱାରା ବେନାଶୂଳି ଓ ତପୋବନ ଭଳି ଗ୍ରାମରେ କିଛି ଘରୋଇ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଏଠାରେ ୪୦ ପ୍ରତିଶତ ସାକ୍ଷରତା ହାର ରହିଛି ଯାହାକି ରାଜ୍ୟ ଓ ଜାତୀୟ ହାରଠାରୁ ବହୁତ କମ୍‌। ଏହି କ୍ଷେତ୍ରର ପ୍ରତି ତିନି ଜଣ ଆଦିବାସୀ ପିଲା ମଧ୍ୟରୁ ପ୍ରାୟ ଜଣେ କେବେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇନଥିବା ୨୦୨୦ର ଏହି ରିପୋର୍ଟରେ କୁହାଯାଇଛି । ଜାତି ଭିତ୍ତିକ ହିଂସା, ବିଦ୍ୟାଳୟର ଦୂରତା, ଶିକ୍ଷା ଖର୍ଚ୍ଚ ବହନ କରିନପାରିବା ଏବଂ ରୋଜଗାର କରିବାର ଦାୟିତ୍ୱ ଭଳି କାରଣ ଯୋଗୁ ଅଧିକାଂଶ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ପାଠପଢ଼ା ଛାଡ଼ି ଦେଉଛନ୍ତି ।

କେଜେଏସର ମୁଖ୍ୟ ସ୍ୱପନ ଜାନା କୁହନ୍ତି, ‘‘ଯେତେବେଳେ ଗୋଟିଏ ସମୁଦାୟ ଯଥେଷ୍ଟ ରୋଜଗାର କରିପାରିନଥାଏ, ପିଲାଙ୍କୁ ସ୍କୁଲ ପଠାଇବା ସେମାନଙ୍କ ପାଇଁ ବ୍ୟୟବହୁଳ ହୋଇଥାଏ।’’

ପଲ୍ଲବୀ ସେନଗୁପ୍ତ କୁହନ୍ତି, ଏଠାରେ ସ୍ୱାସ୍ଥ୍ୟସେବା ମଧ୍ୟ ଅପହଞ୍ଚ । ‘‘ନିକଟରେ କୌଣସି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନଥିବାରୁ ସେମାନଙ୍କ ପାଇଁ ଏକ୍ସ-ରେ କରିବା ମଧ୍ୟ କଷ୍ଟକର । ତେଣୁ ସେମାନେ ପାରମ୍ପରିକ ଚିକିତ୍ସକଙ୍କ ଉପରେ ନିର୍ଭର କରିଥାନ୍ତି,’’ ସେନଗୁପ୍ତ କୁହନ୍ତି । ସେ ଏଠାକାର ଆଦିବାସୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଏକ ଦାତବ୍ୟ ସଂସ୍ଥା ଜର୍ମାନ ଡକ୍ଟର୍ସ ସହିତ କାମ କରିଥାନ୍ତି । ସାପ କାମୁଡ଼ା ମଧ୍ୟ ଏହି ଅଞ୍ଚଳରେ ଏକ ସାଧାରଣ ଘଟଣା। ଡାକ୍ତରୀ ସୁବିଧା ନଥିବାରୁ ଏବେ ବି ପାରମ୍ପରିକ ବୈଦ୍ୟମାନେ ଚିକିତ୍ସା କରିଥାନ୍ତି।

A school in Tapoban village started by the Janakalyan Samiti for Sabar children.
PHOTO • Ritayan Mukherjee
Right: Behula Nayak is deficient in iodine and has developed goitre, a common occurance among Sabar women in Benashuli
PHOTO • Ritayan Mukherjee

ତପୋବନ ଗ୍ରାମରେ ସବର ପିଲାମାନଙ୍କ ପାଇଁ ଜନକଲ୍ୟାଣ ସମିତି ଦ୍ୱାରା ଏକ ବିଦ୍ୟାଳୟ ଆରମ୍ଭ କରାଯାଇଥିଲା। ଡାହାଣ: ବେହୁଲା ନାୟକଙ୍କର ଆୟୋଡିନ୍ ଅଭାବ ରହିଛି ଏବଂ ଗଏଟର୍ ବା ଗଳଗଣ୍ଡ ଦେଖାଦେଇଛି ଯାହାକି ବେନାଶୂଳିର ସବର ମହିଳାଙ୍କ କ୍ଷେତ୍ରରେ ଏକ ସାଧାରଣ ଘଟଣା ଭାବେ ଦେଖାଯାଇଥାଏ

Kanak Kotal's hand (left) has become permanently deformed as she could not get medical help when she broke it. Her village, Singdhui, has little access to doctors and healthcare. Also true of Benashuli, where Kuni Bhakta (right) broke her leg, and now she is not sure when she will be able to walk again. Her husband Suben Bhakta says, they spent Rs. 8,000 on her treatment
PHOTO • Ritayan Mukherjee
Kanak Kotal's hand (left) has become permanently deformed as she could not get medical help when she broke it. Her village, Singdhui, has little access to doctors and healthcare. Also true of Benashuli, where Kuni Bhakta (right) broke her leg, and now she is not sure when she will be able to walk again. Her husband Suben Bhakta says, they spent Rs. 8,000 on her treatment
PHOTO • Ritayan Mukherjee

କନକ କୋଟଲ୍’ଙ୍କର ହାତ (ବାମ) ସ୍ଥାୟୀ ଭାବରେ ବିକୃତ ହୋଇଯାଇଛି କାରଣ ହାଡ଼ ଭାଙ୍ଗିବା ସମୟରେ ସେ ଡାକ୍ତରୀ ଚିକିତ୍ସା ପାଇପାରିଲେ ନାହିଁ। ତାଙ୍କ ଗାଁ, ସିଙ୍ଗଧୁଇରେ ଡାକ୍ତର ଓ ସ୍ୱାସ୍ଥ୍ୟ ଯତ୍ନର ସାମାନ୍ୟ ସୁବିଧା ରହିଛି ଏହା ସତ ଯେ ବେନାଶୂଳିରେ ଯେଉଁଠାରେ କୁନି ଭୋକ୍ତା (ଡାହାଣ)ଙ୍କର ଗୋଡ଼ ଭାଙ୍ଗି ଯାଇଥିଲା ଏବେ ସେ ଆଉ ଚାଲି ପାରିବେ କି ନା ସନ୍ଦେହରେ। ତାଙ୍କ ସ୍ୱାମୀ ସୁବେନ୍ ଭୋକ୍ତା କହନ୍ତି ଚିକିତ୍ସା ପାଇଁ ସେମାନେ 8000 ଟଙ୍କା ଖର୍ଚ୍ଚ କରିସାରିଲେଣି

ପଶ୍ଚିମବଙ୍ଗରେ ସବରଙ୍କ ସଂଖ୍ୟା ୪୦,୦୦୦ରୁ ସାମାନ୍ୟ ଅଧିକ (ଭାରତରେ ଅନୁସୂଚିତ ଜନଜାତିଙ୍କ ରୂପରେଖ ପରିସଂଖ୍ୟାନ, ୨୦୧୩) ହୋଇଥିଲେ ମଧ୍ୟ ଏମାନେ ଅନାହାର ଦ୍ୱାରଦେଶରେ ରହିଛନ୍ତି ।

୨୦୦୪ରେ, ମେଦିନିପୁର ଜିଲ୍ଲା, ବର୍ତ୍ତମାନ ଝାଡ଼ଗ୍ରାମ ଜିଲ୍ଲାର ସବର ଗ୍ରାମରେ ୫ ଜଣ ବ୍ୟକ୍ତି ଅନେକ ମାସ ଧରି ଅନାହାରରେ ରହିବା ଫଳରେ ପ୍ରାଣ ହରାଇଥିଲେ, ଯାହାକି ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାର ୨୦ ବର୍ଷ ପରେ କିଛି ବି ବଦଳି ନାହିଁ: ଅନାହାର ବଢ଼ିବାରେ ଲାଗିଛି ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ଅପହଞ୍ଚ ହୋଇ ରହିଛି। ଘଞ୍ଚ ଜଙ୍ଗଲରେ ଥିବା ପଡ଼ାରେ ଅଧିକାଂଶ ସମୟରେ ମଣିଷ-ପଶୁ ସଂଘର୍ଷ ଦେଖିବାକୁ ମିଳୁଛି ।

ସ୍ଥାନୀୟ ବାସିନ୍ଦାଙ୍କ ଦୟନୀୟ ସ୍ଥିତିକୁ ଦେଖି, ସେମାନେ କ’ଣ ମଦକୁ ଖାଦ୍ୟର ବିକଳ୍ପ ଭାବେ ଗ୍ରହଣ କରିଛନ୍ତି କି ବୋଲି ପ୍ରଶ୍ନ କରାଯିବାରୁ ଏହାର ଉତ୍ତରରେ ରବୀନ୍ଦ୍ର ଭୂଇୟାଁ ଏହି ରିପୋର୍ଟରଙ୍କୁ ପଚାରନ୍ତି, ‘‘ଯଦି ମୋ ପାଟିରୁ ମଦ ଗନ୍ଧ ବାହାରିବ ତା’ହେଲେ ଆପଣ ମୋତେ ଗାଳି କରିବେ?’’

Parameswar Besra and Maheswar Beshra from Singdhui are in wheelchairs. The brothers were born healthy but lost their ability to walk over time. They could not get the help they needed as healthcare facilities are far, and the family's precarious financial condition did not allow it
PHOTO • Ritayan Mukherjee

ସିଙ୍ଗଧୁଇ ଗ୍ରାମର ପରମେଶ୍ୱର ବେସ୍ରା ଏବଂ ମହେଶ୍ୱର ବେସ୍ରା ହୁଇଲ୍ ଚେୟାରରେ ଅଛନ୍ତି। ଉଭୟେ ଭାଇ ଜନ୍ମ ସମୟରେ ସୁସ୍ଥ ଥିଲେ କିନ୍ତୁ ସମୟକ୍ରମେ ଚାଲିବାର ସାମର୍ଥ୍ୟ ହରାଇଲେ। ଏପର୍ଯ୍ୟନ୍ତ ସେମାନେ ଆବଶ୍ୟକ ସ୍ୱାସ୍ଥ୍ୟ ଯତ୍ନ ପାଇପାରିନାହାନ୍ତି ଏବଂ ପରିବାରର ଦୟନୀୟ ଆର୍ଥିକ ସ୍ଥିତି ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ

Madan Bhakta of Tapoban village has a rare eye disease. A local unlicensed doctor treated him wrongly, and as a result Bhakta lost his vision
PHOTO • Ritayan Mukherjee

ତପୋବନ ଗ୍ରାମର ମଦନ ଭୋକ୍ତାଙ୍କର ଏକ ବିରଳ ଚକ୍ଷୁ ରୋଗ ରହିଛି। ଜଣେ ସ୍ଥାନୀୟ ନକଲି ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ଭୋକ୍ତା ତାଙ୍କର ଦୃଷ୍ଟିଶକ୍ତି ହରାଇଛନ୍ତି

Konda Bhakta from Tapoban shows his tumour. 'First it was a small tumour. I ignored it. Then it became big. I wanted to go to the hospital but could not as they are located very far in Jhargram town. I do not have that much money, so I never had a proper treatment'
PHOTO • Ritayan Mukherjee

ତପୋବନର କୋଣ୍ଡା ଭୋକ୍ତା ତାଙ୍କ ଟ୍ୟୁମର ଦେଖାନ୍ତି। ‘ପ୍ରଥମେ ଏହା ଏକ ଛୋଟିଆ ଟ୍ୟୁମର୍ ଥିଲା। ମୁଁ ଧ୍ୟାନ ଦେଲି ନାହିଁ। ତା’ ପରେ ଏହା ବଡ଼ ହୋଇଗଲା। ମୋର ଡାକ୍ତରଖାନା ଯିବାକୁ ଇଚ୍ଛା ଥିଲେ ମଧ୍ୟ ଯାଇପାରିଲି ନାହିଁ କାରଣ ଝାଡ଼ଗ୍ରାମ ଟାଉନ୍ ବହୁତ ଦୂର। ମୋ ପାଖରେ ଏତେ ପଇସା ନାହିଁ ତେଣୁ ମୁଁ ଠିକ୍‌ରେ ଚିକିତ୍ସା କରିପାରିଲିନି’

Karmu Nayak of Benashuli says he doesn't have the physical strength to go to the forest to gather leaves to sell and buy food
PHOTO • Ritayan Mukherjee

ବେନାଶୂଳିର କାର୍ମୁ ନାୟକ କହନ୍ତି ଯେ ତାଙ୍କର ଜଙ୍ଗଲକୁ ଯାଇ ପତ୍ର ସଂଗ୍ରହ କରି ବିକ୍ରି କରି ଖାଇବା ଜିନିଷ କିଣିବା ପାଇଁ ଆଉ ଦେହରେ ବଳ ନାହିଁ

Most Sabar Adivasi villages are located deep inside forests of Jhargram, West Medinipur, Purulia and Bankura
PHOTO • Ritayan Mukherjee

ଅଧିକାଂଶ ସବର ଆଦିବାସୀ ଗ୍ରାମଗୁଡ଼ିକ ଝାଡ଼ଗ୍ରାମ, ପଶ୍ଚିମ ମେଦିନିପୁର, ପୁରୁଲିଆ ଏବଂ ବାଙ୍କୁରାର ଘଞ୍ଚ ଅରଣ୍ୟ ଆଭ୍ୟନ୍ତରରେ ଅବସ୍ଥିତ

ଅନୁବାଦ: ଓଡ଼ିଶାଲାଇଭ୍‍

Ritayan Mukherjee

रितायन मुखर्जी कोलकाता-स्थित हौशी छायाचित्रकार आणि २०१६ चे पारी फेलो आहेत. तिबेटी पठारावरील भटक्या गुराखी समुदायांच्या आयुष्याचे दस्ताऐवजीकरण करण्याच्या दीर्घकालीन प्रकल्पावर ते काम करत आहेत.

यांचे इतर लिखाण Ritayan Mukherjee
Editor : Priti David

प्रीती डेव्हिड पारीची वार्ताहर व शिक्षण विभागाची संपादक आहे. ग्रामीण भागांचे प्रश्न शाळा आणि महाविद्यालयांच्या वर्गांमध्ये आणि अभ्यासक्रमांमध्ये यावेत यासाठी ती काम करते.

यांचे इतर लिखाण Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE