ପ୍ରାମାଣିକ ଚଳଚ୍ଚିତ୍ର ଦେଖନ୍ତୁ ; ଏଥିରେ ନିହିତ ବାର୍ତ୍ତା ଖୁବ୍‌ ସ୍ପଷ୍ଟ

ସୁନ୍ଦରବନ ବିଶ୍ୱର ସର୍ବବୃହତ ହେନ୍ତାଳ ବନ, ଯାହାକି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ୧୦,୩୬୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏଥିରେ ଲୁଣି ଏବଂ ମଧୁର ଜଳାଶୟ ରହିଛି, ଯାହାକି ବିଭିନ୍ନ ପ୍ରକାରର ପ୍ରାଣୀ, ଉଦ୍ଭିଦ, ଲୁପ୍ତପ୍ରାୟ ପ୍ରାଣୀ, ସରିସୃପ, ସ୍ତନ୍ୟପାୟୀ ପ୍ରାଣୀ ଭରି ରହିଛନ୍ତି। ଏହି ବିବିଧ ଏବଂ ଅଭିନବ ଅଞ୍ଚଳକୁ ୟୁନେସ୍କୋ ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଛି।

ଏଠାରେ, ଏ ଭୂମିର ଲୋକକଥାରେ ନିହିତ ବୋନବିବିଙ୍କ କାହାଣୀ ଗୋଟିଏ ପରେ ଆଉ ଗୋଟିଏ ପିଢ଼ିକୁ ଲଗାତାର ଭାବେ ପ୍ରବାହିତ ହୋଇ ଚାଲିଛି। କିଂବଦନ୍ତୀ ଅନୁଯାୟୀ, ଏହି ବନଦେବୀଙ୍କୁ ସୁଦୂର ଆରବ ଅଞ୍ଚଳରୁ ସୁନ୍ଦରବନକୁ ଅଣାଯାଇଥିଲା। ସୁନ୍ଦରବନ ବା ‘ସୁନ୍ଦର ଜଙ୍ଗଲ’- ଅଠାରୋ ଭାତିର ଦେଶ (୧୮ଟି ଜୁଆରର ଭୂମି)ରେ ଏକଦା ଦକ୍ଷିଣରାୟ (ସ୍ଥାନୀୟ ଅଞ୍ଚଳରେ ଦୋଖିନ ରାୟ ନାମରେ ପରିଚିତ) ନାମକ ଜଣେ କ୍ରୁର ବ୍ରାହ୍ମଣଙ୍କ ଆତଙ୍କ ଦେଖାଦେଇଥିଲା। ସେ ବାଘ ବେଶରେ ମଣିଷମାନଙ୍କୁ ଗୋଡ଼ାଇ ମାରି ଖାଉଥିଲେ। ତାଙ୍କରି କବଳରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ଦେବୀ ବୋନବିବିଙ୍କୁ ଏଠାକୁ ଅଣାଯାଇଥିଲା। ଜୀବନର ସହଭାଗୀ ବିପଦକୁ ଦୂର କରିବା ଲାଗି ହିନ୍ଦୁ ଓ ମୁସଲିମ ପୌରାଣିକ କଥାର ମିଶ୍ରଣ ଏଠାରେ ଦେଖିବାକୁ ମିଳିଥାଏ। ଧାର୍ମିକ ମତଭେଦ ଜୀବନଶୈଳୀର ଏକ ମାର୍ଗରେ ପରିବର୍ତ୍ତିତ ହୋଇଥିବାର ଅନୁଭବ କେବଳ ସୁନ୍ଦରବନରେ ହିଁ ମିଳିଥାଏ।

ଚାଳ ଛପର ମନ୍ଦିର ଭିତରେ ରାଜା ଦକ୍ଷିଣ ରାୟ ଏବଂ ତାଙ୍କ ଭାଇ ଶାହା ଜଙ୍ଗଲିଙ୍କ ଉପରେ ଦେବୀ ବସିଥିବାର ଦୃଶ୍ୟ ନଦୀ ପାର୍ଶ୍ୱରେ ସାଧାରଣତଃ ଦେଖିବାକୁ ମିଳିଥାଏ। ଯେତେବେଳେ ମହୁ ସଂଗ୍ରହକାରୀ ଏବଂ ମତ୍ସ୍ୟଜୀବୀମାନେ ବାଘଙ୍କ ପ୍ରାଦୁର୍ଭାବ ଥିବା ଅଞ୍ଚଳକୁ ପ୍ରବେଶ କରିଥାନ୍ତି ସେହି ସମୟରେ ଏସବୁ ପୀଠରୁ ‘‘ମା ବୋନବିବି ଆଲ୍ଲା, ଆଲ୍ଲା’’ ଜପ ସହିତ ‘‘ବାବା ଦକ୍ଷିଣରାୟ ହରି ହରି’’ ଉଚ୍ଚାରଣ ଖୁବ୍ ସହଜରେ ଶୁଣିବାକୁ ମିଳିଥାଏ।

ସୁନ୍ଦରବନର ଦ୍ୱୀପାଞ୍ଚଳବାସୀମାନେ ବିଶ୍ୱାସ କରନ୍ତି ଯେ ଜଙ୍ଗଲ କେବଳ ସେହି ଗରିବ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ କେବଳ ଜୀବିତ ରହିବାର ଆବଶ୍ୟକତା ବ୍ୟତୀତ ଅଧିକ କିଛି ନେବାକୁ ଆଶା କରିନଥାନ୍ତି। ସେମାନେ ଜୀବନକୁ ‘ପବିତ୍ର ହୃଦୟ’ ଏବଂ ‘ଶୂନ୍ୟ ହାତ’ ଉଭୟର ଆବଶ୍ୟକତା ରୂପରେ ଦେଖିଥାନ୍ତି। ମଣିଷ ଏବଂ ଅନ୍ୟ ପ୍ରଣାମୀମାନଙ୍କ ମଧ୍ୟରେ ‘ବୁଝାମଣା’ ଉଭୟଙ୍କୁ ଜଙ୍ଗଲ ଉପରେ ନିର୍ଭରଶୀଳ ରହିବା ପାଇଁ ଅନୁମତି ଦେଇଥାଏ ତଥାପି ପ୍ରତ୍ୟେକ ସମସ୍ତଙ୍କର ଆବଶ୍ୟକତାକୁ ସମ୍ମାନ କରିଥାନ୍ତି। ‘ହୃଦୟର ପବିତ୍ରତା’ର ଅର୍ଥ ହେଉଛି ସେମାନେ ବିନା ଲୋଭ କିମ୍ବା ହିଂସାତ୍ମକ ମନୋଭାବ ନେଇ ଜଙ୍ଗଲରେ ପ୍ରବେଶ କରିଥାନ୍ତି। ‘ଶୂନ୍ୟ ହାତ’ର ଅର୍ଥ ହେଉଛି ସେମାନେ ବିନା ଆଗ୍ନେୟାସ୍ତ୍ରରେ ଜଙ୍ଗଲ ଭିତରକୁ ପ୍ରବେଶ କରିବେ।

ବୋନବିବି ନିଜେ ଜଙ୍ଗଲର ପ୍ରତୀକ ଅଟନ୍ତି ଏବଂ ଗ୍ରାମବାସୀଙ୍କ ମଧ୍ୟରେ ତାଙ୍କ ପ୍ରତି ରହିଥିବା ପ୍ରଗାଢ଼ ବିଶ୍ୱାସ ଜଙ୍ଗଲ ଓ ବ୍ୟାଘ୍ର ସଂରକ୍ଷଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଥାଏ। ବୋନବିବି ଯାତ୍ରା (ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଦେବୀଙ୍କ ବୀରତାକୁ ନେଇ ରହିଥିବା ଲୋକକଥାର ପରିବେଷଣ) ସୁନ୍ଦରବନର ପରିଚୟ ପାଲଟିଛି। ଏହାକୁ ଗୀତିନାଟ୍ୟ ଆକାରରେ ପରିବେଷଣ କରାଯାଇଥାଏ। ଏଥିରେ ଥିବା ଅନ୍ତର୍ନିହିତ ବାର୍ତ୍ତା ବେଶ୍ ସ୍ପଷ୍ଟ : ‘‘ଜଙ୍ଗଲ ରହିଲେ, ବାଘମାନେ ରହିବେ, ତା’ହେଲେ ଯାଇ ଆମେ ସମସ୍ତେ ଖୁସିରେ ଜୀବନ ନିର୍ବାହ କରିପାରିବା।’’

ଏହି ପ୍ରାମାଣିକ ଚଳଚ୍ଚିତ୍ର ବିଶ୍ୱର ସର୍ବବୃହତ ମାଳଭୂମି- ସୁନ୍ଦରବନ, ୧୮ଟି ଜୁଆର ଏବଂ ଜଣେ ଦେବୀଙ୍କ ଭୂମି ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ପ୍ରୟାସ କରିଥାଏ। ପ୍ରାମାଣିକ ଚଳଚ୍ଚିତ୍ର, କ୍ଷୁଦ୍ର ଏବଂ ଆନିମେସନ ଚଳଚ୍ଚିତ୍ର ପାଇଁ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୧୪ର ପ୍ରତିଯୋଗିତା ବିଭାଗ ପାଇଁ ଏହି ଚଳଚ୍ଚିତ୍ରକୁ ଚୟନ କରାଯାଇଥିଲା।

ଆହୁରି ପଢ଼ନ୍ତୁ : ମା’ ବୋନବିବି, ମଣିଷ ଓ ବାଘମାନଙ୍କର ଦେବୀ ଏବଂ ଫେରିଡଙ୍ଗା, ମାଛ, ବାଘ ଓ ପର୍ଯ୍ୟଟନ

ଅନୁବାଦ: ଓଡ଼ିଶାଲାଇଭ୍‍

Malay Dasgupta

मलाय दासगुप्ता हे एक स्वतंत्र माहितीपट निर्माता आहेत. कलकत्ता मीडिया इंस्टिट्यूट येथे ते प्रसारण व्यवस्थापन विभागात आहेत. त्यांनी निर्मिती व दिग्दर्शन केलेले लोककला व संस्कृती, संगीत आणि पर्यावरण अशा विषयांवरील अनेक चित्रपट राष्ट्रीय व आंतरराष्ट्रीय चित्रपट महोत्सवांमध्ये प्रदर्शित झाले आहेत.

यांचे इतर लिखाण Malay Dasgupta
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE