ବଳିରାମ କାଡପେ ମହାରାଷ୍ଟ୍ର ସରକାରଙ୍କ ଜଣେ ସମାଲୋଚକ । “ କୃଷକମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ମିଳୁନାହିଁ (ସେମାନଙ୍କ ଶସ୍ୟ , ରାଜ୍ୟଠାରୁ), ବୋଲି ସେ ଚିନ୍ତିତ ଅଛନ୍ତି। “ଓ ଫସଲ ପାଇଁ ଋଣ କରିବା ସେମାନଙ୍କ ପକ୍ଷେ ଅତି କଷ୍ଟଦାୟକ ହେଉଛି ।’’ କାଡପେ ବିଶ୍ୱାସ କରନ୍ତି ଯେ ଯଦି ରାଜ୍ୟ କୃଷକମାନଙ୍କ ପାଇଁ ଏକ ବଳିଷ୍ଠ ଋଣ ପଦ୍ଧତିର ବ୍ୟବସ୍ଥା କରିବ, ତେବେ ସେମାନଙ୍କୁ ଆଉ ସାହୁକାରମାନଙ୍କ ପାଖକୁ ଯିବାକୁ ପଡିବ ନାହିଁ ( ବେସରକାରୀ ଋଣଦାତା) ଓ “ଏହା ଦ୍ୱାରା କୃଷକମାନଙ୍କୁ ଆଉ ଆତ୍ମହତ୍ୟା କରିବାକୁ ପଡିବନାହିଁ ।’’
ତାଙ୍କର ତର୍କ ଯୁକ୍ତିଯୁକ୍ତ ଅଟେ, କିନ୍ତୁ ଏଠାରେ ଏକ ସମସ୍ୟା ରହିଛି । ନିଜେ ଜଣେ ସାହୁକାର ହୋଇଥିବାରୁ କାଡପେଙ୍କ ଉପରେ ମଧ୍ୟ ଦୋଷାରୋପ କରାଯାଏ । ଗତ ୨୫ ବର୍ଷ ଧରି, ମରାଠୱାଡାର ଜଲ୍ନା ଜିଲ୍ଲାର ଆସ୍ଥି ଟାଉନ୍ରେ ରହୁଥିବା କାଡପେ, ୪୨, ଆର୍ଥିକ ସହାୟତା ପାଇଁ ତାଙ୍କ ପାଖକୁ ଆସିଥିବା ଅନେକ କୃଷକଙ୍କର ୪୦୦ ଏକର୍ରୁ ଅଧିକ ଜମି ଆତ୍ମସାତ୍ କରିଛନ୍ତି ।
ହରିଭାଉ ପୋଟେଙ୍କ ସହିତ ହୋଇଥିବା ତାଙ୍କର ନେଣଦେଣ ଏହାର ଏକ ଉଦାହରଣ । ଆସ୍ଥିର ଉପାନ୍ତ ଅଞ୍ଚଳରେ ଥିବା ରାଇଗାଭନ ଗ୍ରାମର ବାସିନ୍ଦା ପୋଟେ, ଜଣେ କୃଷକ,ଙ୍କୁ ନିଜ ଝିଅ ବାହାଘର କରିବା ପାଇଁ ଅର୍ଥ ଆବଶ୍ୟକ ହେଲା । ୧୯୯୮ ରେ ସେ କାଡପେଙ୍କ ପାଖରେ ନିଜର ଆଠ ଏକର ଜମିରୁ ତିନି ଏକର ଜମି ବନ୍ଧକ ରଖି ୫୦,୦୦୦୦ ଟଙ୍କା ଧାରରେ ଆଣିଥିଲେ। “ ବର୍ଷ ୨୦୦୦ ରେ, ମୁଁ ୨୦,୦୦୦ ଟଙ୍କା ପାଇଁ ଆଉ ଅଧିକ ୧.୭୫ ଏକର ଜମି ବନ୍ଧକ ରଖିଥିଲି,’’ ବୋଲି ପୋଟେ କୁହନ୍ତି । “୨୦୦୨ ରେ ମୁଁ ୬୦,୦୦୦ ଟଙ୍କା ବଦଳରେ ଆଉ ଏକ ଏକର ଜମି ବନ୍ଧକ ରଖିଲି।’’
ପୋଟେଙ୍କର ଦୁଇଟି ପୁଅ – ଜଣେ ବେକାର ଓ ଅନ୍ୟ ଜଣେ କୃଷକ – ଓ ପାଞ୍ଚଟି ଝିଅ, ଯାହାର ବାହାଘର ପାଇଁ ତାଙ୍କୁ ଋଣ କରିବାକୁ ପଡିଥିଲା । ସେ ସାହୁକାରଙ୍କ ପାଖରେ ଜମି ବନ୍ଧକ ରଖିବା ପରେ ମଧ୍ୟ ସେଥିରେ ଚାଷ କରୁଥିଲେ ଓ ଅମଳ ପରେ ତାହା ଦେଇ ଋଣ ପରିଶୋଧ କରୁଥିଲେ । “ ମୁଁ କାର୍ପାସ୍, କଦଳୀ ଓ ଆଖୁ ଚାଷ କରୁଥିଲି,"। ମୁଁ ଯାହା ଅମଳ କରୁଥିଲି ତାହାର ଏକ ବଡଭାଗ କାଡପେଙ୍କୁ ଦେଇଦେଉଥିଲି । ସମୁଦାୟ ଉତ୍ପାଦନର ମୂଲ୍ୟ ଏକ ଲକ୍ଷରୁ ଅଧିକ ହେଉଥିବା ବେଳେ ମୁଁ ନିଜ ପାଇଁ ଅଳ୍ପ କିଛି ରିଖିପାରୁଥିଲି । ଥରେ ଭୂମିକୁ ବନ୍ଧକ ରଖିସାରିବା ପରେ, ସାହୁକାର ନିଜ ମନମୁତାବକ ତାହା ବ୍ୟବହାର କରିଥାନ୍ତି ଓ ସେ ବଳପୂର୍ବକ ତୁମଠାରୁ ଯେ କୌଣସି କାମ ମଧ୍ୟ ଆଦାୟ କରିପାରିବେ ।





