ମରାଠୱାଡ଼ାର ଓସମାନାବାଦ ଜିଲ୍ଲା ତାକୱିକି ଗାଁରେ ରାତି ପାହି ଭୋର ହେବା କଥା ଘୋଷଣା କରେ ଗରା ଓ ମାଠିଆର ଠଣଠଣ ଧ୍ୱନି । ନିକଟସ୍ଥ ଜଳ ଉତ୍ସ ଆଡ଼କୁ ଲୋକେ ମାଡ଼ି ଚାଲନ୍ତି । ଦେଖୁ ଦେଖୁ ଅଣଓସାରିଆ ଗଳି ଭିତରେ ପାଣି ପାଇଁ ଆସିଥିବା ଲୋକେ ଓ ସେମାନଙ୍କ ଗରାମାଠିଆର ଧାଡ଼ି ଲମ୍ବିଯାଏ । ଧାଡ଼ିରେ ସବୁଠାରୁ ବଡ଼ ୬୦ରୁ ଅଧିକ ବର୍ଷର, ସବା ସାନ ପାଞ୍ଚ ବର୍ଷର ।
ଏହି ଧାଡ଼ିରେ ଠିଆ ହୋଇଛନ୍ତି ୧୪ ବର୍ଷୀୟ ପୃଥ୍ୱୀରାଜ ଶିର୍ସଥ ଏବଂ ୧୩ ବର୍ଷୀୟ ଆଦେଶ ଶିର୍ସଥ । ସେମାନଙ୍କ ଘର ସାମନାରେ ରହୁଥିବା ଜଣେ ଶିକ୍ଷକ ଗାଁ ଲୋକଙ୍କ ପାଇଁ ସପ୍ତାହକୁ ଦୁଇ ବା ତିନି ଥର ତାଙ୍କ ନଳକୂପ ଖୋଲିଦିଅନ୍ତି । ଖରାଛୁଟି ଚାଲିଛି ଏବଂ ଦୁଇ ଶିର୍ସଥ ସଂପର୍କୀୟ ଭାଇଙ୍କ ପାଖରେ ସ୍କୁଲ୍ଯିବୁ ବୋଲି କହି ପାଣି ଆଣିବାକୁ ନ ଯିବାର ବାହାନା ବି ନାହିଁ । ପୃଥ୍ୱୀରାଜ କହେ, “ପାଖରେ ଥିବା ଶିକ୍ଷକଙ୍କ ଘରୁ ପାଣି ନ ଆଣିଲେ ଆମକୁ ଗୋଟିଏ କିଲୋମିଟର ଯାଏ ଯିବାକୁ ପଡ଼େ ।” ସେ ଦେଢ଼ ଘଣ୍ଟାରେ ୧୫ ମାଠିଆ ପାଣି ଭରୁଥିବା ବେଳେ ୧୦ ମାଠିଆ ପାଣି ଭରିବାକୁ ଦୁଇ ଘଣ୍ଟା ନେଉଥିବା ତା’ର ସଂପର୍କୀୟ ଭାଇକୁ ଥଟ୍ଟା କରୁ କରୁ ସେ ଏହା କହେ । ଅଳ୍ପ ହସି ଆଦେଶ ଜବାବ ଦିଏ, “ତମେ ତ ମତେ କେବେ ସାଇକେଲ ଦିଅନାହିଁ ।”
କିଛି ଦୂରରେ, ୪୦ ବର୍ଷୀୟା ଛାୟା ସୂର୍ଯ୍ୟବଂଶୀ ବି ଏତେଟା ଆଶାୟୀ ନୁହନ୍ତି । ପ୍ରଖର ଖରାରେ ତାଙ୍କୁ କ୍ଷେତରେ ଚାଲି ଚାଲି ଯିବାକୁ ହୁଏ । ତାଙ୍କ ପାଇଁ ସବୁଠାରୁ ପାଖ ଜଳ ଉତ୍ସ ହେଲା ଅନ୍ୟ ଏକ ନଳକୂଅ, ଯାହା ତାଙ୍କ ଘରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି । ତାଙ୍କ ସ୍ୱାମୀ ଚାଷଜମିରେ କାମ କରୁଥିବା ବେଳେ ପାଣି ଭରିବା ଦାୟିତ୍ୱ ତାଙ୍କର । ମୁଣ୍ଡରେ ଥିବା ପାଣିମାଠିଆକୁ ଡାହାଣ ହାତରେ ଧରି ସେ କହନ୍ତି, “ମୋର ଛଅ ଜଣିଆ ପରିବାର ପାଇଁ ଦିନକୁ ୧୫ ମାଠିଆ ପାଣି ଦରକାର ।” ତାଙ୍କ ବାମହାତ ତଳେ ଅଣ୍ଟାରେ ଆଉ ଏକ ପାଣି ମାଠିଆ ଥାଏ । “ଥରକରେ ମୁଁ ଦୁଇ ମାଠିଆ ପାଣି ନେଇପାରିବି । ତଥାପି ମୋତେ ୭-୮ ଥର ଯା’ଆସ କରିବା ଦରକାର ହୁଏ । ଥରେ ଯା’ଆସ କରିବାକୁ ଠିକ୍୩୦ ମିନିଟ୍ରୁ କିଛିଟା କମ୍ସମୟ ଲାଗେ । ହେଲେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା (୨୦୧୬ରେ ଭଲ ବର୍ଷା ହୋଇଥିବା କାରଣରୁ) ଏ ବର୍ଷଟା ଭଲ।”

