ଚିରଚିରିଆ ହେଉଛି ବାଙ୍କା ଜିଲ୍ଲାର ସାନ୍ତାଳ ହାମଲେଟ୍ ଯେଉଁଠି ୮୦ ପରିବାର ବାସ କରନ୍ତି। ଅଧିକାଂଶ ପରିବାରର ନିଜର ଛୋଟ ଛୋଟ କ୍ଷେତ ଅଛି ଏବଂ ଗାଈ ଗୋରୁ ବି ରଖିଛନ୍ତି। ପୁରୁଷମାନେ ପାଖ ଗାଁ କିମ୍ବା ସହରକୁ ଯାଇ ନିର୍ମାଣ ଶ୍ରମିକ ବା ବିଲ ବାଡ଼ିରେ କାମ କରନ୍ତି।
ହାମଲେଟର ବରିଷ୍ଠ ନାଗରିକ ସିଦ୍ଧ ମୁର୍ମୁଙ୍କ କହିବାନୁସାରେ, “ଏହା ଏକ ବରାହ ରୂପୀ ଗାଁ, ଯାହାର ଅର୍ଥ ହେଉଛି ସବୁ ସମ୍ପ୍ରଦାୟ (ଜଟ୍) ଏଠାରେ ବାସ କରନ୍ତି।’’ “ଏଠାରେ ବିଭିନ୍ନ ସମ୍ପ୍ରଦାୟର ସାନ୍ତାଳ ବାସ କରନ୍ତି। ଯଥା- ମୁଁ ମୁର୍ମୁ, ବିର୍ସା, ହେମ୍ବ୍ରମ, ଟୁଡୁ...”



