କମଲ ସିନ୍ଦେଙ୍କ ଦୁଇ ବଖରା ଘରେ ସଂଗୃହୀତ ହୋଇ ରହିଛି ୧୫୦ କିଲୋ ଚାଉଳର ଏକ ବସ୍ତା, ୧୦୦ କିଲୋ ଅଟାର ଏକ ବସ୍ତା, ୩୦ କିଲୋ ଆଳୁ ଏବଂ ୫୦ କିଲୋ ପିଆଜ । ୫୫ ବର୍ଷୀୟ କମଲ କହନ୍ତି, “ଏହି ଖାଦ୍ୟ ସମସ୍ତଙ୍କ ପାଇଁ’’, “ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଦିନକର ଭୋଜନ ସାଙ୍ଗରେ ନେଇ ଯାଉଛନ୍ତି ଏବଂ ବାକି ଦିନଗୁଡ଼ିକରେ ଆମେ ବାଟରେ (ରାସ୍ତା କଡ଼ରେ) ରୋଷେଇ କରିବୁ।”
ଏହି ପ୍ରତିବାଦର ପ୍ରମୁଖ ଆୟୋଜନକାରୀ ସଂସ୍ଥା ଅଖିଳ ଭାରତ କିଷାନ ସଭାର ଡିଣ୍ଡୋରି ତାଲୁକା ସଂଯୋଜକ ଆପ୍ପା ବତାନେ କହନ୍ତି, ତାଙ୍କ ଗାଁର ପ୍ରାୟ ୩୦-୪୦ ଜଣ ଚାଷୀଙ୍କ ଦାନରୁ ଏସବୁ ଖାଦ୍ୟଦ୍ରବ୍ୟ ସଂଗୃହୀତ ହୋଇଛି ଏବଂ ସେମାନେ ଗତକାଲି (ଫେବ୍ରୁଆରୀ ୨୦) ଆରମ୍ଭ କରିଥିବା ପଦଯାତ୍ରା ଅବସରରେ ଏହାକୁ ରାନ୍ଧିଖାଇବେ ।










