

Kolhapur, Maharashtra
|THU, JUL 22, 2021
ସୁଭାଷ ଶିନ୍ଦେଙ୍କ କଳା ଏବଂ ଯନ୍ତ୍ରଣା
ପରୀ ସ୍ୱେଚ୍ଛାସେବୀ ସାଙ୍କେତ ଜୈନ ସାରା ଭାରତରେ ୩୦୦ ଗ୍ରାମ ବୁଲିବାକୁ ଲକ୍ଷ୍ୟ ରଖିଛନ୍ତି, ଅନ୍ୟ କାହାଣୀଗୁଡ଼ିକ ମଧ୍ୟରେ, ସେ ଏହି ଫିଚରଟିକୁ ପ୍ରସ୍ତୁତ କରିଛନ୍ତି : ଗ୍ରାମୀଣ ଦୃଶ୍ୟ ଓ ଘଟଣାର ଏକ ଫଟୋ ଏବଂ ସେହି ଫଟୋର ଏକ ଚିତ୍ର। ପରୀରେ ଏହି ଶୃଙ୍ଖଳାର ଏହା ହେଉଛି ପଞ୍ଚମ। ଫଟୋ କିମ୍ବା ଚିତ୍ରକୁ ସମ୍ପୂର୍ଣ୍ଣ ଦେଖିବା ଲାଗି ସ୍ଲାଇଡରକୁ ଯେକୌଣସି ପଟୁ ଟାଣନ୍ତୁ
Author
Translator
ପରୀ ସ୍ୱେଚ୍ଛାସେବୀ ସାଙ୍କେତ ଜୈନ ସାରା ଭାରତରେ ୩୦୦ ଗ୍ରାମ ବୁଲିବାକୁ ଲକ୍ଷ୍ୟ ରଖିଛନ୍ତି, ଅନ୍ୟ କାହାଣୀଗୁଡ଼ିକ ମଧ୍ୟରେ, ସେ ଏହି ଫିଚରଟିକୁ ପ୍ରସ୍ତୁତ କରିଛନ୍ତି : ଗ୍ରାମୀଣ ଦୃଶ୍ୟ ଓ ଘଟଣାର ଏକ ଫଟୋ ଏବଂ ସେହି ଫଟୋର ଏକ ଚିତ୍ର। ପରୀରେ ଏହି ଶୃଙ୍ଖଳାର ଏହା ହେଉଛି ପଞ୍ଚମ। ଫଟୋ କିମ୍ବା ଚିତ୍ରକୁ ସମ୍ପୂର୍ଣ୍ଣ ଦେଖିବା ଲାଗି ସ୍ଲାଇଡରକୁ ଯେକୌଣସି ପଟୁ ଟାଣନ୍ତୁ
“ମୁଁ ନକଲି ସିଂଘମ (ସିଂହ; ଯଦିଓ ଏଠାରେ ଏହା ଜଣେ ପୋଲିସ ଅଧିକାରୀଙ୍କୁ ଦର୍ଶାଉଛି), କିନ୍ତୁ ମୋ ପିଲାମାନଙ୍କୁ ମୁଁ ଅସଲି ସିଂଘମ କରିବି”, ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲା ଅନ୍ତର୍ଗତ ସମୁଦ୍ରୱନି ଗ୍ରାମର ଜଣେ ବହୁରୂପୀ ସୁଭାଷ ଶିନ୍ଦେ କୁହନ୍ତି। ବହୁରୂପୀମାନେ ହେଉଛନ୍ତି ଲୋକ କଳାକାର, ପାରମ୍ପରିକ କଥାବାଚକ ଯେଉଁମାନେ ପୌରାଣିକ ଚରିତ୍ର କିମ୍ବା, ବର୍ତ୍ତମାନ ସମୟରେ, ସେମାନଙ୍କର କଳା ପ୍ରଦର୍ଶନ ପାଇଁ ନିଜକୁ ପୋଲିସ ଅଧିକାରୀ, ଓକିଲ ଏବଂ ଡାକ୍ତର ରୂପରେ ସଜାଇଥାନ୍ତି।
ସୁଭାଷ, ୩୨ ନାଥପନ୍ଥୀ ଦାଭରୀ ଗୋସାଭୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିଥାନ୍ତି। ଏମାନେ ଏକ ଯାଯାବର ଜନଜାତି ଯେଉଁମାନେ ସେମାନଙ୍କର ଜୀବନଜୀବିକା ଲାଗି ହଜାର ହଜାର କିଲୋମିଟର ପ୍ରବାସ କରିଥାନ୍ତି। ସେ ମହାରାଷ୍ଟ୍ରର ବିଭିନ୍ନ ଗ୍ରାମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ (ଏବଂ ବେଳେବେଳେ ଘରୁ ଘର) ବୁଲିଥାନ୍ତି ଏବଂ ବ୍ୟଙ୍ଗ କବିତା ଆବୃତ୍ତି କରିଥାନ୍ତି-ଦୀର୍ଘ ୨୦ ବର୍ଷ ହେବ ସେ ନିୟମିତ ଏହା କରିଆସୁଛନ୍ତି। ଏହି କଳାକୁ ଜୀବନ୍ତ ରଖିବାରେ ତାଙ୍କ ପରିବାରରେ ସେ ହେଉଛନ୍ତି ଚତୁର୍ଥ ଏବଂ ଅନ୍ତିମ ପିଢ଼ି। “୧୨ ବର୍ଷ ବୟସରୁ ମୁଁ ଯାତ୍ରା ଆରମ୍ଭ କରିଥିଲି। ବର୍ତ୍ତମାନ ଖୁବ କମ୍ ଲୋକ ଆମ କଳା ପ୍ରଦର୍ଶନ ଦେଖିଥାନ୍ତି କାରଣ ସେମାନଙ୍କୁ ମନୋରଞ୍ଜନର ଅନ୍ୟ ମାଧ୍ୟମ ମିଳିସାରିଛି। ଆଜି, ଆପଣ ଅତି ସହଜରେ ଇଣ୍ଟରନେଟ୍ରେ କେହି ଜଣେ ବହୁରୂପୀକୁ କଳା ପ୍ରଦର୍ଶନ କରୁଥିବା ଦେଖିପାରିବେ-ତେଣୁ ଏହି ପାରମ୍ପରିକ କଳା ପ୍ରଦର୍ଶନ ଦେଖିବା ଲାଗି କେହି ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି।
ପିଲାଦିନୁ କ୍ରମାଗତ ଭାବେ ନିଜ ପରିବାର ସହ ଯାତ୍ରା କରିବା କାରଣରୁ, ସୁଭାଷ ଅଶିକ୍ଷିତ ହୋଇ ରହି ଯାଇଛନ୍ତି ଏବଂ କେବେ “ବିଦ୍ୟାଳୟ ମାଟି ମାଡ଼ିନାହାନ୍ତି”। ଏହି ଫଟୋ କୋହ୍ଲାପୁର ଜିଲ୍ଲାର ରୁଇ ଗ୍ରାମରୁ ନିଆଯାଇଛି, ଯେଉଁଠି ସେ ଓ ତାଙ୍କ ପତ୍ନୀ ଏକ ହଳଦିଆ ପ୍ଲାଷ୍ଟିକ ଘୋଡ଼ା ହୋଇଥିବା ପୁରୁଣା ତମ୍ବୁରେ ରହୁଛନ୍ତି। “ଆମର କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ ଏବଂ ରାସ୍ତାକଡ଼ରେ ଏପରି ଟେଣ୍ଟରେ ରହିବା କଷ୍ଟକର”, ସେ ଅସନ୍ତୋଷ ବ୍ୟକ୍ତ କରି କହିଥାନ୍ତି। ଆଗରୁ ଆମକୁ ପାଉଣା ଭାବେ ଖାଦ୍ୟଶସ୍ୟ ମିଳୁଥିଲା, କିନ୍ତୁ ଏବେ ଲୋକମାନେ ଆମକୁ ୧ରୁ ୧୦ ଟଙ୍କା ନଗଦ ଆକାରରେ ଦେଉଛନ୍ତି-ଯେଉଁଥିରୁ ଦିନକୁ ୧୦୦ ଟଙ୍କାରୁ ମଧ୍ୟ କମ୍ ରୋଜଗାର ହେଉଛି।”
ସୁଭାଷଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି, ସମସ୍ତେ ଓସମାନାବାଦ ସହରରେ ପଢ଼ୁଛନ୍ତି, ଯେଉଁଠି ସେମାନେ ସେମାନଙ୍କର ଜେଜେବାପା-ମା’ଙ୍କ ସହ ରହୁଛନ୍ତି। ସେ ଚାହାନ୍ତି ନାହିଁ ଯେ ପିଲାମାନେ ତାଙ୍କର ପଦାଙ୍କ ଅନୁସରଣ କରନ୍ତୁ କାରଣ ତାଙ୍କ ଭଳି କଳାକାର ଦାରିଦ୍ର୍ୟ ଭିତରେ ବଞ୍ଚିଥାନ୍ତି ଏବଂ “କଳା ପ୍ରତି ଯଥେଷ୍ଟ ସମ୍ମାନର ଅଭାବ” ରହିଛି। ସେ କୁହନ୍ତି, “ଏହି ପାରମ୍ପରିକ କଳା ପ୍ରଦର୍ଶନ କରୁଥିବାରୁ ଲୋକମାନେ ଆମକୁ ଅଧିକାଂଶ ସମୟରେ ଅପମାନିତ ଏବଂ ପରିହାସ କରିଥାନ୍ତି। ସେମାନେ ଆମକୁ ଏପରି ବ୍ୟଙ୍ଗ କବିତା ଆବୃତ୍ତି କରି ଟଙ୍କା ମାଗିବା ପରିବର୍ତ୍ତେ କୌଣସି ଏକ ଉଦ୍ୟୋଗରେ କାମ କରି କିଛି ଟଙ୍କା ରୋଜଗାର କରିବାକୁ ପରାମର୍ଶ ଦେଇଥାନ୍ତି।”
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ସୁଭାଷ-ଶିନ୍ଦେଙ୍କ-କଳା-ଏବଂ-ଯନ୍ତ୍ରଣା

