ସୁନୀଲ ଗୁପ୍ତା ଘରୁ କାମ କରିପାରିବେ ନାହିଁ। ଏବଂ ତାଙ୍କର 'ଅଫିସ୍', ଗେଟୱେ ଅଫ୍ ଇଣ୍ଡିଆ, ଗତ ୧୫ ମାସ ଧରି ଚାଲି ଆସୁଥିବା ତାଲା ବନ୍ଦ କାରଣରୁ ବନ୍ଦ ରହିଛି।
ଦକ୍ଷିଣ ମୁମ୍ବାଇର ସ୍ମାରକୀ କମ୍ପ୍ଲେକ୍ସକୁ ସୂଚାଇ, ସେ କୁହନ୍ତି,"ଏହା ହେଉଛି ଆମମାନଙ୍କ ପାଇଁ କାର୍ଯ୍ୟସ୍ଥଳ [ଅଫିସ୍]" ।
ଯେ ପର୍ଯ୍ୟନ୍ତ ତାଲାବନ୍ଦ ଆରମ୍ଭ ହୋଇନଥିଲା ସୁନୀଲ ନିଜ କ୍ୟାମେରା ସହିତ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳରେ ଅପେକ୍ଷା କରୁଥିଲେ । ଲୋକମାନେ ଗେଟୱେ ଆଡକୁ ଯାଉଥିବା ଚେକପଏଣ୍ଟଗୁଡିକ ଅତିକ୍ରମ କଲାବେଳେ, ସେ ଏବଂ ଅନ୍ୟ ଉତ୍ସାହୀ ଫଟୋଗ୍ରାଫରମାନେ କ୍ଲିକ୍-ଏବଂ-ପ୍ରିଣ୍ଟ୍ ତତ୍କ୍ଷଣାତ୍ ଫଟୋଗୁଡ଼ିକର ଆଲବମ୍ ଦେଖାଇ ସେମାନଙ୍କୁ ଅଭିବାଦନ ଜଣାଇ ଅନୁରୋଧ କରୁଥିଲେ 'ଏକ ମିନିଟ୍ ରେ ପୁରା ପରିବାର ଫଟୋ' କିମ୍ବା 'ଦୟାକରି ଗୋଟିଏ ଫଟୋ। ମାତ୍ର ୩୦ ଟଙ୍କାରେ'।
ଚଳିତ ବର୍ଷ ଏପ୍ରିଲ୍ର ମଧ୍ୟ ଭାଗରୁ କୋଭିଡ-୧୯ ସଂକ୍ରମିତଙ୍କର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ସମସ୍ତ କଟକଣାଗୁଡିକୁ ମୁମ୍ବାଇରେ ପୁନଃ ଲାଗୁ କରାଯାଇଥିବାରୁ ସେମାନଙ୍କ ପାଖରେ ପୁର୍ନବାର କୌଣସି କାମ ନଥିଲା। ଏପ୍ରିଲ୍ ମାସରେ ୩୯ବର୍ଷୀୟ ସୁନିଲ ମୋତେ କହିଥିଲେ,"ମୁଁ ସକାଳେ ଏଠାରେ ପହଞ୍ଚିବା ପରେ ସମ୍ମୁଖରେ ‘ପ୍ରବେଶ ନିଷେଧ’ ଲେଖାଯାଇଥିବା ଦେଖିଲି"। "ଆମେ ପୂର୍ବରୁ ରୋଜଗାର କରିବା ପାଇଁ ସଂଘର୍ଷ କରୁଥିଲୁ ଏବଂ ଏବେ ଆମେ କ୍ଷତି (ରୋଜଗାର) ମଧ୍ୟରେ ଗତି କରୁଛୁ। ମୋର ଆଉ ଅଧିକ କୌଣସି କ୍ଷତି ସହିବାର ସାମର୍ଥ୍ୟ ନାହିଁ।


















