ଗତବର୍ଷର ଏକ ଖରାପ ମୌସୁମୀ ଏହି ବର୍ଷ ଆରମ୍ଭରୁ ଦୀର୍ଘକାଳୀନ ସମସ୍ୟାକୁ ବଢ଼ାଇ ଦେଇଛି ଏବଂ ଗଲତାରେର ଜଳ ଉତ୍ସଗୁଡ଼ିକୁ ଶୁଖାଇ ଦେଇଛି। ଏହା ପଲଘର ଜିଲ୍ଲାର ଏହି ଗ୍ରାମର ମହିଳାମାନଙ୍କୁ ପିଇବା ପାଣି ସଂଗ୍ରହ କରିବା ନିମନ୍ତେ ଦୈନିକ ୨୫ କିଲୋମିଟର ଚାଲିବାକୁ ବାଧ୍ୟ କରିଛି।
ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ଅପରାହ୍ନରେ ଭୀଷଣ ଖରାରେ ତିନି ମାଠିଆ ପାଣି ନେଉଥିବା ସମୟରେ ୨୪ ବର୍ଷ ବୟସ୍କା ମାନ୍ତା ରିଞ୍ଜାଦ୍ ନିଜ ଘରଠାରୁ କୂଅ ମଧ୍ୟରେ ଥିବା ନିକାଞ୍ଚନ ରାସ୍ତାରେ ଅଚେତ୍ ହୋଇପଡ଼ିଲେ। ସେ କୁହନ୍ତି, ‘‘ମୁଁ ରାସ୍ତାରେ ମଲା ମଣିଷ ପରି କେହି ମୋତେ ଦେଖିନଥିଲେ।’’ ‘‘ଯେତେବେଳେ ମୁଁ ୨୦ମିନିଟ୍ ପରେ ଉଠିଲି (ମୁଁ ଦେଖିଲି) ମୁଁ ସବୁ ପାଣି ଢ଼ାଳି ଦେଇଛି। କୌଣସି ମତେ ମୁଁ ଘରକୁ ଚାଲିଚାଲି ଫେରିଲି ଏବଂ ସ୍ୱାମୀଙ୍କୁ ଉଠାଇଲି, ସେ ମୋ ପାଇଁ ଲୁଣ-ଚିନି [ଲୁଣ-ଚିନି] ପାଣି କଲେ।’’
ଚଳିତବର୍ଷ, ଗାଲତାରେର ଅନ୍ୟ ମହିଳାଙ୍କମାନଙ୍କ ପରି, ମମତା, ଏକ କୂଅ ପାଖକୁ ଖରାଦିନର ନିତିଦିନିଆ କଷ୍ଟକର ଯାତ୍ରା ଆରମ୍ଭ କରିଥିଲେ। ଏହି କୂଅ ତିନି କିଲୋମିଟର ଦୂରରେ ରହିଛି। ଅନ୍ୟ ବର୍ଷଗୁଡ଼ିକ ତୁଳନାରେ ଏ ବର୍ଷ ଏ ଯାତ୍ରା ଖୁବ୍ ଆଗୁଆ ଆରମ୍ଭ ହୋଇଛି। ମହାରାଷ୍ଟ୍ରର ପଲଘର ଜିଲ୍ଲାର ୱାଡା ତାଲୁକାରେ ଥିବା ଗଲତାରେ ଗ୍ରାମରେ ଥିବା ଦୁଇଟି କୂଅ ଏବର୍ଷ ଫେବୃଆରୀ ମାସରୁ ଶୁଖିଯାଇଛି। ଏଠାରେ ଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଛି ଅନ୍ୟ ବର୍ଷଗୁଡ଼ିକରେ, ଏହି କୂଅରେ ଥିବା ପାଣି ଯାହାକୁ ସେମାନେ ପିଇବା ଏବଂ ରୋଷେଇରେ ବ୍ୟବହାର କରନ୍ତି ମେ’ ମାସ ଆରମ୍ଭ ପର୍ଯ୍ୟନ୍ତ ରହୁଥିଲା। ଏହା ପରେ, ମହିଳାମାନଙ୍କୁ ଦୂରରେ ଥିବା କୂଅକୁ ଯିବାକୁ ହେଉଥିଲା ଯେଉଁଥିରେ କିଛି ପାଣି ବାକି ଥାଏ। କିନ୍ତୁ ୨୦୧୯ରେ, ଏହି ଅଭାବ କେଇମାସ ପୂର୍ବରୁ ଆରମ୍ଭ ହୋଇଯାଇଥିଲା।
ଗ୍ରାମଠାରୁ ପ୍ରାୟ ଅଧକିଲୋମିଟର ଦୂରରେ ପ୍ରବାହିତ ହେଉଥିବା ବୈତର୍ଣ୍ଣ ନଦୀ, ଗଲତାରେର ୨୪୭୪ ଅଧିବାସୀ (୨୦୧୧ ଜନଗଣନା)ଙ୍କ ପାଇଁ ଜଳର ମୁଖ୍ୟ ଉତ୍ସ ମଧ୍ୟରୁ ଅନ୍ୟତମ। ଏମାନଙ୍କ ମଧ୍ୟରୁ ଅଧିକାଂଶ କୋଲି ମହ୍ଲାର ଏବଂ ୱର୍ଲି (ଜନଗଣନାରେ ବର୍ଲି ଭାବରେ ତାଲିକାଭୁକ୍ତ) ଆଦିବାସୀ ସମୂହର। ଚଳିତବର୍ଷ ମେ ସୁଦ୍ଧା ନଦୀରେ କେବଳ ପଥର ଗଦା ହୋଇଛି ଏବଂ ପ୍ରାୟତଃ କେଉଁଠାରେ ପାଣି ନାହିଁ। ଗଲତାରେର ଲୋକମାନେ କୁହନ୍ତି, ପୂର୍ବ ଗ୍ରୀଷ୍ମଋତୁଗୁଡ଼ିକରେ ବୈତର୍ଣ୍ଣରେ ଅଧିକ ପାଣି ଥିଲା। ମାନାଲି କୁହନ୍ତି, ‘‘ନଈରେ ଥିବା ସାମାନ୍ୟ ପାଣି (ବର୍ତ୍ତମାନ) ଗାଈଗୋରୁଙ୍କୁ ଗାଧୋଇବା ପାଇଁ ବ୍ୟବହୃତ ହେଉଛି ଏବଂ ସେହି ସମାନ ମଇଳା ପାଣି ଗାଁ’ ନଳକୁ ଆସୁଛି।












