ମଧ୍ୟାହ୍ନଭୋଜନ ପରେ ରାଧାବାଇ ଏବଂ ଚିମନାବାଇଙ୍କ ସହିତ କାଜଲ ମଧ୍ୟ ବିଶ୍ରାମ ନେଉଛି । ସତାରାର ମହସ୍ୱାଦରେ ଥିବା କ୍ୟାମ୍ପରେ ଏବେ ମଧ୍ୟାହ୍ନ ହୋଇଥିଲେ ମଧ୍ୟ ଥଣ୍ଡା ଲାଗୁଛି । କିନ୍ତୁ ବାଦାମ ବିଶ୍ରାମହୀନ ଥିବାବେଳେ ଦୁଇ ଦିନ ହେଲା ଭଲ ଭାବେ ଖାଇନାହିଁ ।
କ୍ୟାମ୍ପକୁ ଏହି ୪ ପଶୁ ଆସିବାର ପ୍ରାୟ ୨୦ ଦିନ ହୋଇଗଲାଣି। ସତାରା ଜିଲ୍ଲାର ଭଲାଇରେ ଥିବା ସେମାନଙ୍କର ଗାଁରୁ ସେମାନେ ପ୍ରାୟ ୧୬ କିମି ଚାଲି ଚାଲି ଆସିଥିଲେ। ବିଶେଷ କରି ଖାଦ୍ୟର ଅଭାବ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ତାହା ସେମାନଙ୍କର ପୋଷଣର ମୁଖ୍ୟ ଉତ୍ସଥିଲା।
ତେଣୁ ଲକ୍ଷ୍ମୀ କାଲେଲ (୪୦) ଏବଂ ତାଙ୍କର ସ୍ୱାମୀ ପରମେଶ୍ୱର ଆନ୍ନା କାଲେଲ (୬୦) ସେମାନଙ୍କର ଦୁଇଟି ମଇଁଷି, ଗୋଟିଏ ଗାଈ ଏବଂ ଗୋଟିଏ ଷଣ୍ଢ ଯଥାକ୍ରମେ ରାଧାବାଇ, ଚିମନାବାଇ, କାଜଲ ଏବଂ ବାଦାମ ସହିତ ଧରି ମହସ୍ୱାଦରେ ଥିବା କ୍ୟାମ୍ପକୁ ଚାଲି ଚାଲି ଆସିଲେ । କ୍ୟାମ୍ପରେ ଥିବା ଗୋଟିଏ ଡିପୋରୁ ନିଜର ପଶୁମାନଙ୍କ ପାଇଁ ଆଖୁର ଛେଦରା ଆଣିବାବେଳେ ଲକ୍ଷ୍ମୀ କହିଲେ, “ଗୋଟିଏ ପିକ୍ ଅପ୍ ଗାଡ଼ିରେ ପଶୁଗୁଡ଼ିକୁ ଧରି ଆସିବା ଲାଗି ୮୦୦-୧୦୦୦ଟଙ୍କା ଲାଗିଥାନ୍ତା । ଆମ ନିକଟରେ ସେତିକି ଟଙ୍କା ନଥିଲା । ତେଣୁ ଚାଲି ଚାଲି ଆସିବାକୁ ସିଦ୍ଧାନ୍ତ ନେଲୁ ।’’
ପ୍ଲାଷ୍ଟିକ୍ ସିଟ୍ରୁ ତିଆରି ହୋଇଥିବା ଏକ ତମ୍ବୁ ନିକଟରେ ବସି ସେ କହିଲେ କ୍ୟାମ୍ପରେ ପଶୁ ଓ ତାଙ୍କୁ ଛାଡ଼ିବା ପରେ ପରମେଶ୍ୱର ଘରକୁ ଫେରିଗଲେ। “ତିନି ରାତି ଧରି ଏଠାରେ ମୋତେ ଖୋଲା ଆକାଶ ତଳେ ଶୋଇବାକୁ ପଡ଼ିଲା। ତା’ ପରେମଧ୍ୟାହ୍ନଭୋଜନ ପରେ ରାଧାବାଇ ଏବଂ ଚିମନାବାଇଙ୍କ ସହିତ କାଜଲ ମଧ୍ୟ ବିଶ୍ରାମ ନେଉଛି । ସତାରାର ମହସ୍ୱାଦରେ ଥିବା କ୍ୟାମ୍ପରେ ଏବେ ମଧ୍ୟାହ୍ନ ହୋଇଥିଲେ ମଧ୍ୟ ଥଣ୍ଡା ଲାଗୁଛି । କିନ୍ତୁ ବାଦାମ ବିଶ୍ରାମହୀନ ଥିବାବେଳେ ଦୁଇ ଦିନ ହେଲା ଭଲ ଭାବେ ଖାଇନାହିଁ ।କ୍ୟାମ୍ପକୁ ଏହି ୪ ପଶୁ ଆସିବାର ପ୍ରାୟ ୨୦ ଦିନ ହୋଇଗଲାଣି। ସତାରା ଜିଲ୍ଲାର ଭଲାଇରେ ଥିବା ସେମାନଙ୍କର ଗାଁରୁ ସେମାନେ ପ୍ରାୟ ୧୬ କିମି ଚାଲି ଚାଲି ଆସିଥିଲେ। ବିଶେଷ କରି ଖାଦ୍ୟର ଅଭାବ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ତାହା ସେମାନଙ୍କର ପୋଷଣର ମୁଖ୍ୟ ଉତ୍ସଥିଲା।
ତେଣୁ ଲକ୍ଷ୍ମୀ କାଲେଲ (୪୦) ଏବଂ ତାଙ୍କର ସ୍ୱାମୀ ପରମେଶ୍ୱର ଆନ୍ନା କାଲେଲ (୬୦) ସେମାନଙ୍କର ଦୁଇଟି ମଇଁଷି, ଗୋଟିଏ ଗାଈ ଏବଂ ଗୋଟିଏ ଷଣ୍ଢ ଯଥାକ୍ରମେ ରାଧାବାଇ, ଚିମନାବାଇ, କାଜଲ ଏବଂ ବାଦାମ ସହିତ ଧରି ମହସ୍ୱାଦରେ ଥିବା କ୍ୟାମ୍ପକୁ ଚାଲି ଚାଲି ଆସିଲେ । କ୍ୟାମ୍ପରେ ଥିବା ଗୋଟିଏ ଡିପୋରୁ ନିଜର ପଶୁମାନଙ୍କ ପାଇଁ ଆଖୁର ଛେଦରା ଆଣିବାବେଳେ ଲକ୍ଷ୍ମୀ କହିଲେ, “ଗୋଟିଏ ପିକ୍ ଅପ୍ ଗାଡ଼ିରେ ପଶୁଗୁଡ଼ିକୁ ଧରି ଆସିବା ଲାଗି ୮୦୦-୧୦୦୦ଟଙ୍କା ଲାଗିଥାନ୍ତା । ଆମ ନିକଟରେ ସେତିକି ଟଙ୍କା ନଥିଲା । ତେଣୁ ଚାଲି ଚାଲି ଆସିବାକୁ ସିଦ୍ଧାନ୍ତ ନେଲୁ ।’’
ପ୍ଲାଷ୍ଟିକ୍ ସିଟ୍ରୁ ତିଆରି ହୋଇଥିବା ଏକ ତମ୍ବୁ ନିକଟରେ ବସି ସେ କହିଲେ କ୍ୟାମ୍ପରେ ପଶୁ ଓ ତାଙ୍କୁ ଛାଡ଼ିବା ପରେ ପରମେଶ୍ୱର ଘରକୁ ଫେରିଗଲେ। “ତିନି ରାତି ଧରି ଏଠାରେ ମୋତେ ଖୋଲା ଆକାଶ ତଳେ ଶୋଇବାକୁ ପଡ଼ିଲା। ତା’ ପରେ ମୋର ପୁତୁରା ଓ ନୂଆ ‘ପଡୋଶୀ’ମାନଙ୍କ ସହାୟତାରେ ମୁଁ ଏହି ତମ୍ବୁ ତିଆରି କଲି ଏବଂ ମୋର ୪ଟି ଗୃହପାଳିତ ପଶୁଙ୍କ ପାଇଁ ଏକ ସେଡ୍ ନିର୍ମାଣ କଲି ।’’ ଏଭଳି ସହାୟତା ପାଇଁ ଲକ୍ଷ୍ମୀ ସମୟ ସମୟରେ ତାଙ୍କର ପଡୋଶୀମାନଙ୍କୁ ମଧ୍ୟାହ୍ନ ଭୋଜନ ବା ଚା’ ଦେଉଥିଲେ ।