ପଶ୍ଚିମବଙ୍ଗର ନଦୀୟା ଜିଲ୍ଲାରେ ଥିବା ଶାନ୍ତିପୁର ସହର କୋଲକାତାଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ସହର ଏବଂ ଏହାର ଆଖପାଖ ସହରଗୁଡ଼ିକ ଦୀର୍ଘକାଳ ଧରି ସେମାନଙ୍କର କୋମଳ ଏବଂ ସୂକ୍ଷ୍ମ ହସ୍ତତନ୍ତ ଶାଢ଼ୀ ପାଇଁ ବିଖ୍ୟାତ ।
ଭାରତ ଏବଂ ଅନ୍ୟ ଦେଶଗୁଡ଼ିକରେ ହସ୍ତତନ୍ତ କପଡ଼ାର ଚାହିଦା ଉଲ୍ଲେଖଯୋଗ୍ୟ। କିନ୍ତୁ ଅନ୍ୟାନ୍ୟ କାରଣ ମଧ୍ୟରେ କଳତନ୍ତଠାରୁ ହେଉଥିବା ପ୍ରତିଯୋଗିତା ଏବଂ ଆୟ ହ୍ରାସ କାରଣରୁ ସାରା ଦେଶର କୁଶଳୀ ବୁଣାକାରମାନେ ବର୍ଷ ବର୍ଷ ଧରି ତିଷ୍ଠି ରହିବା ପାଇଁ ସଂଗ୍ରାମ କରିଆସୁଛନ୍ତି। ଶାନ୍ତିପୁରରେ ମଧ୍ୟ ଅନେକେ ତନ୍ତ ଛାଡ଼ି ସାରିଲେଣି ଏବଂ ଅନ୍ୟ ଜୀବିକା ସନ୍ଧାନରେ ଅନ୍ୟ ସ୍ଥାନକୁ ଚାଲିଗଲେଣି।




