ବାପୁ ଖନ୍ଦାରେ ଗୃହପାଳିତ ପଶୁଙ୍କୁ ସଜେଇବା ପାଇଁ ଛୋଟ ଛୋଟ ସାମଗ୍ରୀ ଏବଂ ଘଣ୍ଟି ସହିତ ପଶୁପାଳନ ଓ ଚାଷକାମରେ ଲାଗୁଥିବା ଦଉଡ଼ି ଓ ଘାଗୁଡ଼ି ବିକ୍ରି କରନ୍ତି । ଏ ସବୁ ସାମଗ୍ରୀ ସହିତ, ସେ ସାଙ୍ଗଲି ଜିଲ୍ଲାର ଅଟପଡ଼ି ଏବଂ ଜାଟ୍ତାଲୁକା, ମହସ୍ୱଡ଼ ଓ ଖଟାବ ତାଲୁକାର ବିଭିନ୍ନ ସାପ୍ତାହିକ ବଡାର ଏବଂ କେତେକ ଆଖପାଖ ଅଞ୍ଚଳକୁ ଯାଆନ୍ତି । କିନ୍ତୁ ମହାରାଷ୍ଟ୍ରରେ ମରୁଡ଼ିର ପ୍ରକୋପ ବଢ଼ି ଚାଲିଥିବା ବେଳେ ପଶୁଧନ ପାଇଁ ପାଣି ଓ ଖାଦ୍ୟର ଅଭାବ ଦେଖାଦେଇଛି । ଗାଈଗୋରୁ ଓ ଛେଳି ବ୍ୟବସାୟ ମାନ୍ଦା ପଡ଼ିଯାଇଛି । ଖନ୍ଦାରେଙ୍କ ବ୍ୟବସାୟକୁ ମଧ୍ୟ ଏହା ଗୁରୁତର ଭାବେ ପ୍ରଭାବିତ କରିଛି ।


Satara, Maharashtra
|TUE, APR 16, 2019
ଯେଉଁମାନଙ୍କ ପାଇଁ ଘଣ୍ଟି ବାଜେ ନାହିଁ
ସତାରା ଜିଲ୍ଲାର ମହସ୍ୱଡ଼ ସହରର ସାପ୍ତାହିକ ବଜାରରେ, ଗୃହପାଳିତ ପଶୁଙ୍କ ପାଇଁ ଛୋଟ ଛୋଟ ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଗ୍ରାହକଙ୍କୁ ଅପେକ୍ଷା କରନ୍ତି ବାପୁ ଖନ୍ଦାରେ । କିନ୍ତୁ ରାଜ୍ୟରେ ମରୁଡ଼ି ସମସ୍ୟା ବଢ଼ି ଚାଲିଥିବାରୁ ତାଙ୍କ କାରବାବ ବି ମାନ୍ଦା ପଡ଼ିଯାଇଛି ।
Author
Photographs
Editor
Translator

Binaifer Bharucha
ପାରମ୍ପରିକ ଭାବେ ଏହି ସବୁ ସାମଗ୍ରୀ ତିଆରି କରୁଥିବା ଅଧିସୂଚିତ ଜାତି ଧୋର୍ ସଂପ୍ରଦାୟର ୩୦ ବର୍ଷୀୟ ଖନ୍ଦାରେଙ୍କୁ ଆମେ ମହ୍ସୱଡ଼ ସହରର ବୁଧବାର ଛେଳି ବଜାରରେ ଭେଟିଲୁ । ସେ ପ୍ରାୟ ୩୫ କିଲୋମିଟର ଦୂର ଅଟପଡ଼ି ଗାଁରୁ ଆସିଥିଲେ । ସେତେବେଳକୁ ଦିନ ପ୍ରାୟ ୧୦ଟା ୩୦ ଏବଂ ବଜାର ବନ୍ଦ ହେବା ଉପରେ । ଲୋକେ ଭଡ଼ା ଭାଗ କରିବା ଭିତ୍ତିରେ ଅଟୋ ବା ଜୀପ୍ରେ ନିଜ ନିଜ ଗାଁକୁ ଫେରୁଥିଲେ । ମାଂସ ବ୍ୟବସାୟୀମାନେ ସେମାନଙ୍କ ଅଣ୍ଡିରା ଛେଳିଗୁଡ଼ିକୁ ଭ୍ୟାନ୍ରେ ଭର୍ତ୍ତି କରୁଥିଲେ ଏବଂ ଶେଷ ମୁହୂର୍ତ୍ତରେ ଗରାଖ ପାଇଯିବା ଆଶାରେ ଅଳ୍ପ କେତେଜଣ ଆଖପାଖରେ ଅପେକ୍ଷା କରୁଥିଲେ ।
ଖନ୍ଦାରେ ଯେଉଁ ଟେମ୍ପୋରେ ଯିବାଆସିବା କରନ୍ତି, ତା’ର ପଛ ଦୁଆର ଖୋଲି ଗାଡ଼ି ଭିତରେ ତାଙ୍କ ଦୋକାନ ବସେଇଥିଲେ । ତା’ରି ଭିତରେ ସେ ସଜେଇଥିଲେ ବିଭିନ୍ନ ଉପଯୋଗୀ ସାମଗ୍ରୀ ଓ ଗହଣା, ଯେମିତି କି ଦାଭେ (ଗୃହପାଳିତ ପଶୁ ଗୁହାଳରେ ଥିବା ବେଳେ ବା ବାହାରେ ଚରୁଥିବା ବେଳେ ସେମାନଙ୍କ ବେକରେ ବନ୍ଧାଯାଉଥିବା ଏକ ଦଉଡ଼ି), କସ୍ରା (ବଳଦଗାଡ଼ିରେ ବଳଦ ବା ଷଣ୍ଢ ଯୋଚିବା ପାଇଁ ବ୍ୟବହୃତ ଦଉଡ଼ି), ଗୋଫାନ୍ (ଫସଲ ଖାଇଯାଉଥିବା ଚଢ଼େଇଙ୍କୁ ଘଉଡ଼ାଇବାରେ ବ୍ୟବହୃତ ପଥର ରଖିବାକୁ ଗୋଟିଏ ଛୋଟ ପକେଟଥିବା ଏକ ପଟି), ମୁସ୍କି (ଫସଲ ଖାଇବାରୁ ରୋକିବା ଲାଗି ଗୃହପାଳିତ ପଶୁଙ୍କ ମୁହଁ ଢାଙ୍କିବାରେ ବ୍ୟବହୃତ), ଘୁଙ୍ଗୁର-ମାଲ ( ଛେଳି ବେକରେ ବନ୍ଧାଯାଉଥିବା ଛୋଟ ଛୋଟ ଘଣ୍ଟି), କାନ୍ଦା (ଛୋଟ ଛୋଟ ଘଣ୍ଟି ଲାଗିଥିବା ଉଲ୍ଗୁଳାରେ ତିଆରି ଏକ ହାର) ଏବଂ ମୋର୍ଖି (ନାକରେ ଲାଗିବା ପାଇଁ ଗଣ୍ଠି ପଡ଼ିଥିବା ଏକ ରସି)।
ସେ ଖରିଦଦାରଙ୍କୁ ଅପେକ୍ଷା କରୁଥିଲେ । “ମୁଁ ଯିବାଆସିବାରେ ୪୦୦ ଟଙ୍କା ଖର୍ଚ୍ଚ କଲି ଏବଂ କଷ୍ଟେମଷ୍ଟେ କେବଳ ୩୫୦ ଟଙ୍କା ରୋଜଗାର କଲି, ତାହା ବି ପାଇକାରୀ କ୍ରେତା (ବ୍ୟବସାୟୀ)ମାନଙ୍କଠାରୁ । ଏସବୁ ଜିନିଷ ନେବାକୁ କେହି ଜଣେ ହେଲେ ବ୍ୟକ୍ତି ଆସିନାହାନ୍ତି ।” ପାଖାପାଖି ଖାଲି ଥିବା ତାଙ୍କର କାଠ କ୍ୟାସ୍ବାକ୍ସକୁ ଆମକୁ ଦେଖାଇ ଖନ୍ଦାରେ କହିଲେ,“ଏ ବଜାର ଏବେ ବନ୍ଦ ହୋଇଗଲା । ଆଜିକାଲି ବଜାରରେ ଯେଉଁ ଗୋଟିଏ ଜିନିଷ ବିକ୍ରି ହେଉଛି ତା ହେଲା (ଛେଳି) ମାଂସ । ଦେଖାଯାଉ, କାଳେ ଆଖପାଖର ଅନ୍ୟ ସାପ୍ତାହିକ ବଜାରରେ ମୁଁ ଏହି ପଶୁଗହଣାରୁ କିଛି ବିକିପାରିବି ।”
କଭର ଫଟୋ: ବିନୈଫର ଭରୁଚା
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଯେଉଁମାନଙ୍କ-ପାଇଁ-ଘଣ୍ଟି-ବାଜେ-ନାହିଁ

