ମଦନଲାଲ୍ ମୁର୍ମୁ କହନ୍ତି, ‘‘ସେ ଅନ୍ଧ, ତଥାପି ସେ ଆପଣଙ୍କୁ ଦେଖୁଛି ।’’ ଧୂସର ମିଶା ହଳଦିଆ ରଙ୍ଗ ଏବଂ ଉଜ୍ଜ୍ୱଳ ଏକଯୋଡା ଗୋଲ ଆଖି ମୋତେ ମୋହିତ କଲା– ଅନ୍ୟଥା ଧୂଳିପୂର୍ଣ୍ଣ ଓ କାଦୁଅରେ ଢାଙ୍କି ହୋଇଥିବା ପରିବେଶରେ ତାହା ଗାଢ଼ ରଙ୍ଗର ଏକମାତ୍ର ସ୍ଥାନ । ମୁଁ ଶୀଘ୍ର ଏକ ଫଟୋ ଉଠାଇବା ପାଇଁ ପାଖକୁ ଘୁଞ୍ଚିବାକୁ ଚେଷ୍ଟା କଲି, କିନ୍ତୁ ଏହା ବୁଲି ପଡ଼ିଲା । ମୁଁ ପୁଣି ବୁଲି ପଡ଼ିଲି ଏବଂ କ୍ଲିକ୍ କରିବାରେ ସଫଳ ହେଲି ।
ମଦନଲାଲ୍ ସେମାନଙ୍କୁ କିଛି ସଙ୍କେତ ଦେବା ଭଳି ଶବ୍ଦ କରନ୍ତି, ଏବଂ ସେମାନେ ପ୍ରତିକ୍ରିୟା ଦେବା ଭଳି ଦେଖାଯାଏ । ସେ ଏକ ସ୍ମିତହାସ୍ୟ ସହ ମୋତେ ନିଜର ଦୁଇଟି ପାଳିତ ପେଚା, ସିଧୁ ମୁର୍ମୁ ଏବଂ କାହ୍ନୁ ମୁର୍ମୁ ସହ ଭେଟାଇଲେ । ସେ କହିଲେ, ‘‘ସେମାନେ ପରିବାରର ଏକ ଅଂଶ।’’







