ନଭେମ୍ବର ୨୮ ତାରିଖରେ ବିଜୱାସନରେ ଆୟୋଜକମାନେ ପ୍ରତିଷ୍ଠା କରିଥିବା କ୍ୟାମ୍ପରେ ଅନେକ ରାଜ୍ୟର ଚାଷୀମାନେ ଏକତ୍ରିତ ହେବା ଆରମ୍ଭ କଲେ । ଏହା ସହରରେ ପ୍ରତିଷ୍ଠା ହୋଇଥିବା ଅନେକଗୁଡ଼ିଏ କ୍ୟାମ୍ପ ମଧ୍ୟରୁ ଅନ୍ୟତମ ଥିଲା । ନଭେମ୍ବର ୨୯ ତାରିଖରେ ହଜାର ହଜାର ଚାଷୀ ଏକତ୍ରିତ ହେଲେ ଏବଂ ସେମାନେ ରାମଲୀଳା ମୈଦାନ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କଲେ। ଉଭୟ ଦିନର ଫଟୋ:
T


New Delhi, Delhi
|THU, DEC 20, 2018
ବିଜୱାସନରୁ ରାମଲୀଳା ମୈଦାନ ଯାଏ ଯାତ୍ରା
ଦିଲ୍ଲୀରେ ନଭେମ୍ବର ୨୯-୩୦ ତାରିଖର ବିକ୍ଷୋଭସ୍ଥଳରେ ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟର ଚାଷୀମାନେ
Author
Translator

Sanket Jain
ଗ୍ରୁପର ମୁଖ୍ୟ ଚାଷୀମାନଙ୍କୁ ଯାତ୍ରା କରିବା ସମୟରେ ଗ୍ରହଣ କରିବାକୁ ଥିବା ସାବଧାନତା ସଂପର୍କରେ ସୂଚନା ଦେଉଛନ୍ତି ଏବଂ ସେମାନଙ୍କୁ ଜରୁରୀକାଳୀନ ଫୋନ୍ ନମ୍ବର ଦେଉଛନ୍ତି

Sanket Jain
ନଗୌର ଜିଲ୍ଲା ଏବଂ ରାଜସ୍ଥାନର କିଛି ବ୍ଲକ୍ର ଚାଷୀମାନେ ଲବଣଯୁକ୍ତ ବୋରୱେଲ ପାଣି କିପରି ସେମାନଙ୍କର ଚାଷ ଜମି ଏବଂ ଫସଲକୁ ନଷ୍ଟ କରିଦେଇଛି ତାହା କହୁଛନ୍ତି। ସେମାନେ କହିଲେ, “ଆମେ କେବଳ ବର୍ଷର ୪ ମାସ ବର୍ଷାଋତୁରେ ଚାଷ କରିପାରୁଛୁ। ଅବଶିଷ୍ଟ ସମୟରେ ଆମକୁ ଅନ୍ୟ ଗାଁରେ ଶ୍ରମିକ ଏବଂ କୃଷିଶ୍ରମିକ ଭାବେ କାମ କରିବାକୁ ପଡ଼େ।’’ ନଗୌର ତହସିଲର ଜୋଢିୟାସୀ ଗାଁର ଜଣେ ଚାଷୀ ୭୫ ବର୍ଷୀୟ ସୁରଧନ ସିଂହ କହନ୍ତି, “ମୁଁ ବୁଢା ହୋଇଯାଇଥିବାରୁ କେହି ମୋତେ ଶ୍ରମିକ ଏବଂ କୃଷିଶ୍ରମିକ ଭାବେ କାମ ଦେବାକୁ ଚାହୁଁନାହାନ୍ତି । ବର୍ତ୍ତମାନ ମୁଁ କେବଳ କିଛି ପ୍ରଦର୍ଶନ କରିପାରିବି ଏବଂ ମୋର ଦୁଃଖ କହିପାରିବି।’’

Sanket Jain
ରାଜସ୍ଥାନର ନଗୌର ଜିଲ୍ଲାର ଚାଷୀମାନେ ଏକ ପାରମ୍ପରିକ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରୁଛନ୍ତି

Sanket Jain
ଯାତ୍ରାରେ ଭାଗ ନେବାପାଇଁ ଅନେକ ପିଲା ସେମାନଙ୍କର ବାପା -ମା’ଙ୍କ ସହିତ ଆସିଛନ୍ତି

Sanket Jain
ଗ୍ରାମୀଣ ପଶ୍ଚିମବଙ୍ଗର ଚାଷୀମାନେ ରାମଲୀଳା ମୈଦାନ ଆଡ଼କୁ ଯାତ୍ରା କରୁଛନ୍ତି

Sanket Jain
ଦକ୍ଷିଣ ଚବିଶପ୍ରଗଣାର ଜୟନଗର-୨ ବ୍ଲକ୍ର ସୋନାଟିକ୍ରି ଗାଁର ରିଙ୍କୁ ହାଲଦାର(୨୨)ଙ୍କୁ ଜନ୍ମରୁ ପୋଲିଓ ହୋଇଥିଲା । ନିଜ ଚାଷୀ ପରିବାର ପାଇଁ ଲଢେଇ କରିବାକୁ ବଦ୍ଧପରିକର ଥିବା ରିଙ୍କୁ କହନ୍ତି, ‘‘ମୁଁ ଚାଷୀମାନଙ୍କୁ ସଂପୂର୍ଣ୍ଣ ଭାବେ ସମର୍ଥନ କରେ । ମୁଁ ଏତେ ବାଟ ଦିଲ୍ଲୀକୁ ଆସିଛି ଯେପରିକି ସରକାର ଆମର ପରିସ୍ଥିତି ପ୍ରତି ଦୃଷ୍ଟି ଦେବେ । କୀଟନାଶକ ଓ ବିଜୁଳିର ଦର ବୃଦ୍ଧି ହେଉଛି, କିନ୍ତୁ ଫସଲ ଅମଳ ଭଲ ହୋଇଥିଲେ ମଧ୍ୟ ଆମେ କିଛି ଲାଭ ପାଉନାହୁଁ । କୋଲକାତାରେ ତୁମେ ଉତ୍ପାଦ(ଧାନ)କୁ ଖୁବ୍ ଅଧିକ ଦାମ୍ ଦେଇ କିଣୁଛ, କିନ୍ତୁ ଗାଁରେ ଆମେମାନେ ତାର ଠିକ୍ ଦାମ୍ ପାଉନାହୁଁ ।’’

Sanket Jain
ଯାତ୍ରା ସମୟରେ ପଶ୍ଚିମବଙ୍ଗର ଜଣେ ଚାଷୀ ପାରମ୍ପରିକ ଗୀତ ଗାଉଛନ୍ତି

Sanket Jain
ହରିଆନାର ମେୱାତ ଜିଲ୍ଲାର ତାଓରୁ ବ୍ଲକ୍ର ଚାଷୀମାନେ ବିଜୁଳି ଯୋଗାଣ ନେଇ ଅଭିଯୋଗ କଲେ । ସେମାନଙ୍କ ଜମିରେ ଦିନକୁ ମାତ୍ର ଛଅ ଘଣ୍ଟା ରାତି ୧୧ଟାରୁ ସକାଳ ୫ଟା ଯାଏ ବିଜୁଳି ଯୋଗାଣ ହେଉଛି । ସେମାନେ ପଚାରିଲେ “ଜଣେ ଚାଷୀ କିପରି ରାତି ୧୧ଟାରେ ଗଛରେ ପାଣି ମଡ଼ାଇବ?’’

Sanket Jain
ବିଜୱାସନ କ୍ୟାମ୍ପରୁ ୧୦ କିମି ଆସିବା ପରେ ଜଣେ ଚାଷୀ ରାସ୍ତାରେ ବିଶ୍ରାମ ନେଉଛନ୍ତି

Sanket Jain
ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଳାର ସିରୋଲ ତାଲୁକାର ଜାମଭାଲି ଗାଁର ଜଣେ ୭୨ ବର୍ଷୀୟ ଚାଷୀ ନାରାୟଣ ଭାଉ ଗାଏକ୍ୱାଡ୍ ତାଙ୍କର ବଂଶୀ ବଜାଉଛନ୍ତି

Sanket Jain
ରାମଲୀଳା ମୈଦାନରେ ମହାରାଷ୍ଟ୍ରର ପାଳଘର ଜିଲ୍ଲାର ଆଦିବାସୀ ଚାଷୀମାନଙ୍କର ଏକ ଦଳ ପାରମ୍ପରିକ ଗୀତ ପ୍ରଦର୍ଶନ କରୁଛନ୍ତି

Sanket Jain
ରାମଲୀଳା ମୈଦାନରେ ରାଜ୍ୟ ଅନୁସାରେ ଚାଷୀମାନେ ତମ୍ବୁ ପକାଇଛନ୍ତି

Sanket Jain
ପରେ ମୈଦାନରେ ସନ୍ଧ୍ୟାବେଳେ ପ୍ରଦର୍ଶନ ଦେଖୁଛନ୍ତି
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ବିଜୱାସନରୁ-ରାମଲୀଳା-ମୈଦାନ-ଯାଏ-ଯାତ୍ରା

